Competition: ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ୩୬୫ ପରୀକ୍ଷାର୍ଥୀ

Sep 06, 2026 - 17:40
Competition: ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ୩୬୫ ପରୀକ୍ଷାର୍ଥୀ

"ବରୀ (ସଂଜୟ ବେହେରା): ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବରୀ ବ୍ଲକରେ ଦୁଇଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା।

କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ୩୬୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଚିତ୍ରାଙ୍କନରେ ୧୦୭ ହସ୍ତାକ୍ଷରରେ ୧୩୯ ଜଣ, ଭାଷାଜ୍ଞାନରେ ୧୧୯ ଜଣ ଭାଗନେଇଥିଲେ।

Advertisment କୃପାଭସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ପଟ୍ଟନାୟକ ପରୀକ୍ଷା କେନ୍ଦ୍ର ପରିଚାଳନା କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ପବ୍ଲିକ୍ ସ୍କୁଲ, ଅରଙ୍ଗାବାଦର ଦେବାଶିଷ୍ ବେହେରା, ପ୍ରଥମ, ସତ୍ୟରଂଜନ ମଲ୍ଲିକ ଦ୍ବିତୀୟ, ଶ୍ରେୟାଂଶୁ ରାୟ ତୃତୀୟ ସ୍ଥାନ ଅଧିକାରଛନ୍ତି।

ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତାରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅଟିରାର ଛାତ୍ରୀ ସାଇନା ସାମଲ ପ୍ରଥମ, ସରସ୍ବତୀ ଶିଶୁ ମନ୍ଦିର, ଅରୁଆଳ ବରୀର ସାଇସ୍ମିତା ସ୍ବାଇଁ, ଦ୍ବିତୀୟ, ସେହି ବିଦ୍ୟାଳୟର ଛାତ୍ରୀ ଇତିଶ୍ରୀ ଚାତାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଭାଷାଜ୍ଞାନ-ପ୍ରବନ୍ଧ  ପ୍ରତିଯୋଗିତାରେ ପୁଷ୍ପଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, ହଳଦୀବସନ୍ତ ର ଛାତ୍ରୀ ସୋନାକ୍ଷୀ ଜେନା, ପ୍ରଥମ, କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ,ବରୀର ଛାତ୍ରୀ ଶୁଭଲକ୍ଷ୍ମୀ ପରିଡ଼ା,ଦ୍ବିତୀୟ ଓ  ସେହି ବିଦ୍ୟାଳୟର ଛାତ୍ର ରିତୁରାଜ ସାମଲ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ବିଶିଷ୍ଟ କଳାକାର ସୋମନାଥ ଦ୍ବିବେଦୀ,ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧା ଶିକ୍ଷକ ଶୁକଦେବ ପାତ୍ର, ଆର୍ଟ ଶିକ୍ଷକ ଗୟାଧର ନାଥ, ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ, କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପରିକ୍ଷୀତ ପେରାଇ,ସମୀର କୁମାର ଦାସ, ରଂଜିତ ମହୁନ୍ତ, ନିବେଦିତା ସାହୁ, ଜୟଶ୍ରୀ ଜେନା, ଭାଗ୍ୟଶ୍ରୀ ମଣ୍ଡଳ, ଚାନ୍ଦିନୀ ନାଥଶର୍ମା, ଶୀଳ୍ପା ଶତପଥୀ, ଲକ୍ଷ୍ମୀ ବେହେରା, ବିଶ୍ବରଂଜନ ଦେଓ ପରୀକ୍ଷା ପରିଚାଳନା କରିବା ସହିତ ମୂଲ୍ୟାୟନରେ ସହଯୋଗ  କରିଥିଲେ।

କୃତି ପ୍ରତିଯୋଗୀମାନଙ୍କୁ କୃଷକ ନେତା ତଥା ବରୀ ସମ୍ବାଦ ସାହିତ୍ୟ ଘରର ସଭାପତି ନିମାଇଁ ରାୟ, କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ବିଚାରକ ମଣ୍ଡଳିର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁରସ୍କୃତ କରିଥିଲେ।

ମନମୋହନ ମହାନ୍ତି, ପ୍ରଦୀପ କୁମାର ମହାରଣା, ତୁଷାର ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।

ଆମ ଓଡ଼ିଶାର ବରୀ ବ୍ଲକ ସଂଯୋଜକ ତଥା ବରୀ ବ୍ଲକ ସମ୍ବାଦ ପ୍ରତିନିଧି କେନ୍ଦ୍ର ସଂଚାଳନ କରିଥିଲେ। "ସମ୍ବାଦ-ଆମ ଓଡ଼ିଶା" ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)