Competitions: ‘ସମ୍ବାଦ-ଆମ ଓଡ଼ିଶା’ ମଞ୍ଚରେ ପ୍ରତିଭାର ପ୍ରତିଯୋଗିତା

Sep 06, 2026 - 17:24
Competitions: ‘ସମ୍ବାଦ-ଆମ ଓଡ଼ିଶା’ ମଞ୍ଚରେ ପ୍ରତିଭାର ପ୍ରତିଯୋଗିତା

"ବୈଶିଙ୍ଗା (ଦୀପକ କୁମାର ସିଂହ): "ସମ୍ବାଦ"ର ସ୍ୱନକ୍ଷତ୍ର ଦିବସ ଅବସରରେ ପ୍ରତିବର୍ଷ ଭଳି ଏଥର ମଧ୍ୟ "ସମ୍ବାଦ-ଆମ ଓଡ଼ିଶା" ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଦୁଇଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ମୋଟ ୪୭୪ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।Advertisment "ସମ୍ବାଦ" ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ରବିବାର ନିର୍ଦ୍ଧାରିତ ସମୟ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା।

ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ପାଇଁ ଓଡ଼ିଆ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା।

ଦୁଇଟି କେନ୍ଦ୍ର ମଧ୍ୟରୁ ବୈଶିଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୭୨ ଜଣ ଏବଂ ରାଇକମା ରଘୁନାଥ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୩୦୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତା ପରେ ବିଜ୍ଞ ବିଚାରକମାନଙ୍କ ଦ୍ୱାରା ଖାତା ମୂଲ୍ୟାୟନ କରାଯାଇଥିଲା।

Sambad: "ସମ୍ବାଦ-ଆମ ଓଡ଼ିଶା" ରାଜ୍ୟସ୍ତରୀୟ ପ୍ରତିଯୋଗିତା ୬ରେ କେନ୍ଦ୍ରସ୍ତରରେ ପ୍ରତ୍ୟେକ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନାଧିକାରୀଙ୍କ ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ କରାଯିବ।

ସେଠାରୁ ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ଚୟନ କରାଯିବ।

ରାଜ୍ୟସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ "ସମ୍ବାଦ"ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ।

ଏହି ଅବସରରେ ଦୁଇଟି କେନ୍ଦ୍ରର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ପାଇଁ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଦିନ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)