Chandrakant death case ଚନ୍ଦ୍ରକାନ୍ତ ମୃତ୍ୟୁ ମାମଲା: ଫରେନ୍ସିକ୍ ଟିମ, ସନ୍ଧାନୀ କୁକୁର ଟିମ୍ର ଯାଞ୍ଚ
"ମୃତକଙ୍କ ପରିବାରଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ ଭଦ୍ରକ/ଆରଡ଼ି: ଧୂଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡ଼ା ଗାଁର ଚନ୍ଦ୍ରକାନ୍ତ ମହାକୁଡ଼ଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି।
ଫାଣ୍ଡୀ ସମ୍ମୁଖରେ ପରିବାର ଲୋକଙ୍କ ବିକ୍ଷୋଭ ପରେ ଆଜି (ଶୁକ୍ରବାର) ଫରେନ୍ସିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ପୁଲିସ ଯାଞ୍ଚ କରିଛି।
ଅପରପକ୍ଷରେ, କଂଗ୍ରେସର ଏକ ପ୍ରତିନିଧି ଦଳ ମୃତ ଚନ୍ଦ୍ରକାନ୍ତଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ନିରପେକ୍ଷ ତଦନ୍ତର ଦାବି କରିଛନ୍ତି।
Advertisment suspicious death case ପୁଲିସ ରଖିଲାନି ଅଭିଯୋଗ, ଆରଡ଼ି ଫାଣ୍ଡି ଘେରିଲେ ଶତାଧିକ ଗ୍ରାମବାସୀ ଆଜି, ଯେଉଁ ସ୍ଥାନରୁ ମୃତ ଦେହ ଉଦ୍ଧାର ହୋଇଥିଲା ଠିକ ସେହି ସ୍ଥାନରେ ପହଂଚି ପୁଲିସ ତଦନ୍ତ ଆରମ୍ଭ କରିଛି।
ସାଇଣ୍ଟିଫିକ ଟିମ ସହ ସନ୍ଧନୀ କୁକୁରକୁ ଧରି ଧୂଷୁରୀ ଥାନା ଆଇ ଆଇ ସି, ଆରଡ଼ି ଫାଣ୍ଡି ଅଧିକାରୀ ଅନୁସନ୍ଧାନ କରିଛନ୍ତି।
ଏହାସହ ଚନ୍ଦ୍ରକାନ୍ତଙ୍କ ଦାହ କରାଯାଇଥିବା ସ୍ଥାନରୁ ଅସ୍ଥି ନେଇ ପରବର୍ତ୍ତୀ ତନ୍ତ ନିମନ୍ତେ ପରୀକ୍ଷାଗାର ପଠାଯାଇଛି।
ଚନ୍ଦ୍ରକାନ୍ତଙ୍କ ମୋବାଇଲରେ ଯେଉଁ ତଥ୍ୟ ଅଛି ତାକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି।
ପରିବାର ଲୋକ ଦାବି କରିଛନ୍ତି, ଯେଉଁ ବ୍ୟକ୍ତି ଚନ୍ଦ୍ରକାନ୍ତଙ୍କୁ ଘରୁ ଡାକି ନେଇଥିଲେ ଓ ଯେଉଁ ମାନେ ଫେରାର ଅଛନ୍ତି ସମସ୍ତଙ୍କୁ ପୁଲିସ ପଚରାଉଚରା କରୁ।
ବିଶେଷ କରି ଚନ୍ଦ୍ରକାନ୍ତ ସହ ଯେଉଁ ଝିଅ ଚାଟିଙ୍ଗ କରିଥିଲା ତାକୁ ମଧ୍ୟ ପୋଲିସ ତଦନ୍ତକୁ ନେଉ।
ଅନ୍ୟପଟେ ଧୂଷୁରୀ ଥାନା ଆଇ ଆଇ ସି କହିଛନ୍ତି ସମସ୍ତଙ୍କୁ ପଚରାଉଚରା କରାଯିବ।
ଘଟଣାକ୍ରମେ, ଚାନ୍ଦବାଲି କଂଗ୍ରେସର ଏକ ପ୍ରତିନିଧି ଦଳ ଧୂଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡ଼ା ଗାଁର ମୃତ ଯୁବକ ଚନ୍ଦ୍ରକାନ୍ତ ମହାକୁଡ଼ଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ଜଣାଇଛି।
ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।
ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ନେତା ମନୋଜ ବିଶ୍ୱାଳ ଦାବି କରିଛନ୍ତି।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ, ନରେନ୍ଦ୍ର ବିଶ୍ୱାଳ, ଅଭିମନ୍ୟୁ ପଲାଇ, ଭୀମସେନ ନାୟକ, ଯୁବ ନେତା ବଦ୍ରି ନାରାୟଣ ନାୟକ, ବିଭୁଦତ ବିଶ୍ୱାଳ, ନିମାଇଁ ଦାସ, ଶିବାନନ୍ଦ ପାଢ଼ୀ, ସୁରେନ୍ଦ୍ର ପଲାଇ, ଭଗବାନ ରାୟ, ରଂଜିତ ରାୟ, ରକ୍ଷାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
"