Murder Case: ଦୋଷୀକୁ ଫାଶୀଦଣ୍ଡ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେତନଙ୍କ ବାପା
"ପୁଣେ: ମହାରାଷ୍ଟ୍ରର ପୁଣେ ରିଅଲ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ବାପା ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଭେଟିଛନ୍ତି ଏବଂ ତାଙ୍କ ପୁଅର ହତ୍ୟା ପାଇଁ ଯିଏ ଦାୟୀ ତାକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାପାଇଁ ଅନୁରୋଧ କରିଛନ୍ତି।
ବିଶାଲ ଅଗ୍ରୱାଲ କହିଛନ୍ତି, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଏହି ମାମଲାର ଫାଷ୍ଟ ଟ୍ରାକ୍ ବିଚାରଣ ହେବା ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଥିବା ତାଙ୍କୁ କୁହାଯାଇଛି।
Advertisment ଅନ୍ୟପକ୍ଷେ କେତନ ୱିଗ୍ ଲଗାଇଥିବାରୁ ସିୟା ଗୋୟଲ ତାଙ୍କୁ ପସନ୍ଦ କରୁନଥିଲେ ଏବଂ ଏଥିପାଇଁ ତାଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିବା ଘଟଣାରେ ପ୍ରତିକ୍ରିୟା ରଖି କେତନଙ୍କ ବାପା କହିଛନ୍ତି, ସିୟାଙ୍କ ପରିବାରକୁ କେତନଙ୍କ ଚେହେରା ସଂକ୍ରାନ୍ତରେ କିଛି ଲୁଚା ଯାଇନଥିଲା।
ସେ କହିଛନ୍ତି, କେତନ ୱିଗ୍ ଲଗାଉଛି ବୋଲି ଆମେ ସିୟାଙ୍କ ପରିବାର ସଦସ୍ୟଙ୍କୁ ସ୍ପଷ୍ଟ କରିଥିଲୁ।
ଏହା କ"ଣ କାହାକୁ ହତ୍ୟା କରିବାର ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି।
Ketan Agarwal:କେତନ ଅଗ୍ରୱାଲ ହତ୍ୟା ମାମଲା: ୩୩ ଡିଗ୍ରି ଗରମରେ ହୁଡ଼ି ପିନ୍ଧାରୁ ମିଳିଲା ହତ୍ୟାର ସୁରାକ ଉଲ୍ଲେଖଯୋଗ୍ୟ ସିୟା ପୁଲିସ ଆଗରେ କହିଛନ୍ତି ଯେ, ଚେତନ ମୁଣ୍ଡରେ କେଶ ନଥିଲା ଓ ସେ ଏକ ୱିଗ୍ ପିନ୍ଧୁଥିଲେ।
ସିୟା ଏହାକୁ ପସନ୍ଦ କରୁନଥିଲେ ତେଣୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ।
କେତନ କଥା କହିବା ସମୟରେ ତାଙ୍କ ପାଟି ମଧ୍ୟ ଲାଗୁଥିଲା, କେତନଙ୍କୁ ବିବାହ ନ କରିବାକୁ ତାଙ୍କ ପାଖରେ ଅନେକ କାରଣ ଥିବା ସେ ପୁଲିସ ଆଗରେ କହିଛନ୍ତି।
ଅନ୍ୟପକ୍ଷରେ ସିୟାଙ୍କ ବାପା ପ୍ରବୀଣ ଗୋୟଲ କହିଛନ୍ତି, କେତନ ମୋ ପାଇଁ ପୁଅ ପରି ଥିଲେ।
କେତନଙ୍କ ମୃତ୍ୟୁ ଆମ ଦୁଇ ପରିବାରକୁ ଭାଙ୍ଗି ଦେଇଛି।
ଯଦି ତାଙ୍କ ଝିଅ କେତନଙ୍କୁ ହତ୍ୟା କରିବାରେ ସାମିଲ ଥିବ ତାହାହେଲେ ତାକୁ ମଧ୍ୟ ସେହି ଦୁର୍ଗକୁ ନେଇ ତଳକୁ ଠେଲି ଦିଆଯାଉ।
ସିୟାଙ୍କ ମା" ମଧ୍ୟ ତାଙ୍କ ଝିଅ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି।
"