Forex Reserves: ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି

Jun 26, 2026 - 21:44
Forex Reserves: ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି

"ମୁମ୍ବାଇ: ଜୁନ୍‌ ୧୯ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯୬୩ ନିୟୁତ ଡଲାର ବୃଦ୍ଧି ହୋଇ ୬୭୨.୫୮୭ ବିଲିଅନ ଡଲାରରେ ପହଞ୍ଚିଛି।

ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୮୫ ବିଲିଅନ ଡଲାରର ବଡ଼ ହ୍ରାସ ଦେଖିବାକୁ ମିଳିଥିଲା।Advertisment ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ, ଜୁନ୍‌ ୧୯ ତାରିଖ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାରରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି (ଏଫ୍‌ସିଏ) ରାଶି ୩.୦୭୨ ବିଲିଅନ ଡଲାର ହ୍ରାସ ପାଇ ୫୪୧.୨୧୭ ବିଲିଅନ ଡଲାରରେ ରହିଛି।

ଗଚ୍ଛିତ ସୁନା ମୂଲ୍ୟ ୪.୧୧୦ ବିଲିଅନ ଡଲାର ବୃଦ୍ଧି ଘଟି ୧୦୭.୯୩୦ ବିଲିଅନ ଡଲାରରେ ପହଞ୍ଚିଛି।

ସ୍ପେସାଲ ଡ୍ରଇଂ ରାଇଟ୍‌ସ (ଏସ୍‌ଡିଆର୍‌)ରେ ୫୨ ନିୟୁତ ଡଲାର ହ୍ରାସ ଘଟି ୧୮.୬୪୭ ବିଲିଅନ ଡଲାରରେ ରହିଛି।

ସେହିଭଳି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ଥିବା ବିଦେଶୀ ମୁଦ୍ରା ରାଶି ୨୨ ନିୟୁତ ଡଲାର ହ୍ରାସ ଘଟି ୪.୭୯୩ ବିଲିଅନ ଡଲାରରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାଯାଇଛି।

Foreign exchange: ମାସକରେ ବିଦେଶୀ ମୁଦ୍ରା ଭଣ୍ଡାର ୪୦ ବିଲିଅନ ଡଲାର କମିଲା "