Lightning: କ୍ରିକେଟ ଖେଳ ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକ ମୃତ

Jun 26, 2026 - 18:47
Lightning: କ୍ରିକେଟ ଖେଳ ହେଲା କାଳ, ବଜ୍ରାଘାତରେ ଦୁଇ ନାବାଳକ ମୃତ

"କଣ୍ଟାମାଳ (ସୁଶୀଳ ମିଶ୍ର): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଶଗଡ଼ା ଝାଙ୍କରପଡ଼ାରେ ବଜ୍ରପାତ ଦୁଇ ଜଣ ନାବାଳକଙ୍କର ଜୀବନ ନେଇଛି।

ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଝାଙ୍କରଡ଼ା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଚଉଁରିଆପଦର ଗାଁର ଚରନ କୁମ୍ଭାର ବୋଲି ଜଣାପଡିଛିlAdvertisment ସୂଚନା ଅନୁସାରେ ବିଶ୍ବଜିତ ଏବଂ ଚରନ କ୍ରିକେଟ ଖେଳି ଯାଇଥିବା ବେଳେ ବର୍ଷା ହେବାରୁ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ।

ଏହି ସମୟରେ ବଜ୍ରାଘାତ ହୋଇଥିଲା।

ଉଭୟେ ଟଳି ପଡ଼ିଥିଲେ l ତୁରନ୍ତ ଉଭୟଙ୍କୁ ମନମୁଣ୍ଡା ମେଡିକାଲ ଓ ପରେ ସୋନପୁର ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଏଭଳି ଏକ ଅଘଟଣ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଚରନ ନିଜ ମାମୁଁ ଘର ଗାଁ ଝାଙ୍କରପଡ଼ାକୁ ଆସିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l Lightning: ରାସନ ଚାଉଳ ଆଣିବାକୁ ଯାଇଥିଲେ ଦୁଇଭାଇ; ବଜ୍ରପାତରେ ବଡ଼ଭାଇ ମୃତ "