Horoscope 2026 June 27: ଜାଣନ୍ତୁ ଆଜିର ରାଶିଫଳ...

Jun 27, 2026 - 00:18
Horoscope 2026 June 27: ଜାଣନ୍ତୁ ଆଜିର ରାଶିଫଳ...

"୨୭ ଜୁନ୍ ୨୦୨୬, ‌ଶନିବାର।

ତିଥି: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ।

ନକ୍ଷତ୍ର: ଅନୁରାଧା।

ଚନ୍ଦ୍ର: ବିଛା।

ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ, ଶନି ପ୍ରଦୋଷ ବ୍ରତ।

ସୂର୍ଯ୍ୟୋଦୟ: ୫ଟା୧୩, ସୂର୍ଯ୍ୟାସ୍ତ: ୬ଟା୨୫।

ଘାତଚନ୍ଦ୍ର: ନାହିଁ।

ଘାତବାର: ବୃଷ, ସିଂହ ଓ କନ୍ୟା।

ଶୁଭବେଳା: ଦିବା ୧୦ଟା୧୦ରୁ ୧୨ଟା୧୬, ଦିବା ୩ଟା୭ରୁ ୩ଟା୪୭, ରାତ୍ରି ୭ଟା୪୬ରୁ ୭ଟା୫୧, ରାତ୍ରି ୧୧ଟା୨୮ରୁ ୧ଟା୩୭, ରାତ୍ରି ୩ଟା୪ରୁ ୫ଟା୫୩ ପର୍ଯ୍ୟନ୍ତ।Advertisment ମେଷ: କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ଚାଲେଞ୍ଜ ଆସିବ।

ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ।

ଧନଲାଭର ସୁଯୋଗ ଅଛି।

ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ‌  ବୃଷ: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ।

ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ।

ଗାଡ଼ିବାଇକ ସାବଧାନତାର ସହ ଚଳାନ୍ତୁ।

ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ। ‌  ମିଥୁନ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ।

ବେପାରରେ ଲାଭ ପାଇବେ।

ପରିବାର ଲୋକଙ୍କଠାରୁ କୌଣସି ଭଲ ଖବର ପାଇବେ।

ଶତ୍ରୁ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ।

କ୍ୟାରିୟରରେ ଆଗକୁ ବଢ଼ିବେ।

କର୍କଟ: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ଅଫିସ କାମରେ ଦୂରସ୍ଥାନକୁ ଯିବେ।

ଖାଦ୍ୟ ପାଦୀୟ ପ୍ରତି ସଜାଗ ରହନ୍ତୁ।

ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ‌  ସିଂହ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ।

ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ।

ନୂଆ ବାଇକ କିଣିବେ।

ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।

କନ୍ୟା: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ।

ସମୟର ସଦୁପଯୋଗ କରନ୍ତୁ ଲାଭ ହେବ।

ବେକାରଙ୍କୁ ରୋଜଗାରର ମଉକା ମିଳିବ।

ଅଫିସରେ ନୂଆ ଦାୟିତ୍ବ ପାଇବେ।

ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।

ଆହୁରି ପଢ଼ନ୍ତୁ- Tamil Nadu Gas Leak Tragedy ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣା: ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ, ସଂଖ୍ୟା ୧୧ କୁ ବୃଦ୍ଧି ‌ତୁଳା: ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ନୂଆ ଯୋଜନା କରିବେ।

ଚାକିରିଜୀବୀ ଭଲ ଖବର ପାଇବେ।

ଧନଲାଭ ଯୋଗ ଅଛି।

ବେପାର ଆଗକୁ ବଢ଼ାଇବା ଯୋଜନା କରିବେ।

ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।

ବିଛା: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସାମନାକୁ ଆସିବ।

ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସାମାଜିକ କାର୍ଯ୍ୟରେ ସମୟ ଦେବେ।

ପ୍ରେମ ଜୀବନ ଭଲ ରହିବ।

ଧନୁ: ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ।

କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ।

ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

ମକର: କମ୍ ପରିଶ୍ରମ‌ରେ ଯଥେଷ୍ଟ ଲାଭ ପାଇବେ।

ଆପଣଙ୍କର ଅଶାନ୍ତି ଜୀବନସାଥୀଙ୍କ ସହଯୋଗରେ ସମାଧାନ ହୋଇଯିବ।

ଭ୍ରମଣ ସୁଖଦ ରହିବ।

ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।

କୁମ୍ଭ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ଜମି ବ୍ୟବସାୟୀଙ୍କର ଭଲ ଲାଭ ହେବ।

ରାଜନୀତିରେ ସଫଳତା ପାଇବେ।

ଚାକିରିରେ ଉନ୍ନତି ହେବ।

ବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ।‌  ମୀନ: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ।

ପଡ଼ୋଶୀ ମନୋମାଳିନ୍ୟପା‌ସୋରି ଆପଣଙ୍କ ସହ ବନ୍ଧୁତାର ହାତ ବଢ଼ାଇବେ।

ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

"