Cauvery River Dispute: ଜଳ ପାଇଁ ଲଢ଼େଇ; ସୁପ୍ରିମକୋର୍ଟରେ ହାରିଲା ତାମିଲନାଡୁ, ଖାରଜ ହେଲା ଆବେଦନ

Nov 20, 2026 - 11:41
Cauvery River Dispute: ଜଳ ପାଇଁ ଲଢ଼େଇ; ସୁପ୍ରିମକୋର୍ଟରେ ହାରିଲା ତାମିଲନାଡୁ, ଖାରଜ ହେଲା ଆବେଦନ

କାବେରୀ ନଦୀ ଜଳ ବଣ୍ଟନକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ବିବାଦରେ ତାମିଲନାଡୁକୁ ଝଟକା ଲାଗିଛି।

କର୍ଣ୍ଣାଟକ ସରକାରଙ୍କୁ ଅତିରିକ୍ତ ୧୧ ଟିଏମ୍‌ସି କାବେରୀ ନଦୀ ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ପାଇଁ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଅପରେଶ ସିଂହଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

ଫଳରେ ତାମିଲନାଡୁର ଅତିରିକ୍ତ ଜଳ ଦାବି ଉପରେ ତତ୍କାଳ କୌଣସି ନ୍ୟାୟିକ ନିର୍ଦ୍ଦେଶ ମିଳିନାହିଁ।

Advertisment କାହିଁକି ୧୧ ଟିଏମ୍‌ସି ଜଳ ଦାବି କରିଥିଲା ତାମିଲନାଡୁ?

ତାମିଲନାଡୁ ସରକାରଙ୍କ ଅଭିଯୋଗ ଥିଲା ଯେ, କାବେରୀ ଜଳ ବଣ୍ଟନ ବ୍ୟବସ୍ଥା ଅନୁସାରେ ରାଜ୍ୟକୁ ଯେତିକି ଜଳ ମିଳିବା କଥା, ସେତିକି ଜଳ କର୍ଣ୍ଣାଟକ ଛାଡ଼ୁନାହିଁ।

ଫଳରେ ରାଜ୍ୟରେ ଜଳ ଅଭାବ ଦେଖାଦେଇଛି ଏବଂ ଏହାର ସିଧାସଳଖ ପ୍ରଭାବ ଚାଷ ଓ ଫସଲ ଉପରେ ପଡ଼ୁଛି।

ତାମିଲନାଡୁ ପକ୍ଷରୁ କୁହାଯାଇଥିଲା ଯେ, ଅକ୍ଟୋବର ୬ ତାରିଖ ସୁଦ୍ଧା ବିଲିଗୁଣ୍ଡୁଲୁ ନାମକ ଆନ୍ତଃରାଜ୍ୟ ଜଳ ମାପ ସ୍ଥଳରେ ରାଜ୍ୟକୁ ମିଳିବାକୁ ଥିବା ଜଳରେ ପ୍ରାୟ ୧୧.୭୧୯ ଟିଏମ୍‌ସିର ଅଭାବ ରହିଛି।

ଏହି ଅଭାବୀ ଜଳକୁ ଭରଣା କରିବା ପାଇଁ କର୍ଣ୍ଣାଟକକୁ ଅତିରିକ୍ତ ୧୧ ଟିଏମ୍‌ସି ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ଲାଗି ତାମିଲନାଡୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Advertisment ଅନ୍ୟପଟେ କର୍ଣ୍ଣାଟକ ସରକାର ତାମିଲନାଡୁର ଦାବିକୁ ବିରୋଧ କରିଥିଲା।

କର୍ଣ୍ଣାଟକ ପକ୍ଷରୁ କୁହାଯାଇଥିଲା ଯେ, ଚଳିତ ବର୍ଷ ରାଜ୍ୟରେ ଆବଶ୍ୟକ ଅନୁସାରେ ବର୍ଷା ହୋଇନାହିଁ।

ରାଜ୍ୟର ଅନେକ ଅଞ୍ଚଳ ମରୁଡ଼ି ପ୍ରଭାବିତ ହୋଇଛି।

ଏଭଳି ସ୍ଥିତିରେ ଜଳଭଣ୍ଡାରରେ ଥିବା ଜଳକୁ ସଂରକ୍ଷଣ କରିବା ସହ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବା ଜରୁରୀ।

କର୍ଣ୍ଣାଟକ ପକ୍ଷରୁ ଆହୁରି ଯୁକ୍ତି ରଖାଯାଇଥିଲା ଯେ, ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଯୋଗୁଁ ଜଳଭଣ୍ଡାରଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି।

ତେଣୁ ଏଭଳି ପରିସ୍ଥିତିରେ ଅତିରିକ୍ତ ଜଳ ଛାଡ଼ିବା ସମ୍ଭବ ନୁହେଁ।

କାବେରୀ ନଦୀ ଜଳ ବଣ୍ଟନକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (CWMA) ଏବଂ କାବେରୀ ୱାଟର ରେଗୁଲେସନ୍ କମିଟି (CWRC) କାର୍ଯ୍ୟ କରୁଛନ୍ତି।

ଜୁଲାଇ ୨୦୨୬ରେ କାବେରୀ ଜଳ ନିୟନ୍ତ୍ରଣ କମିଟି କର୍ଣ୍ଣାଟକକୁ ବିଲିଗୁଣ୍ଡୁଲୁଠାରେ ପ୍ରତି ସେକେଣ୍ଡରେ ୩,୫୦୦ କ୍ୟୁସେକ୍ ଜଳ ପ୍ରବାହ ସୁନିଶ୍ଚିତ କରିବାକୁ କହିଥିଲା।

ପରବର୍ତ୍ତୀ ସମୟରେ ଅଗଷ୍ଟ ୧୨ରୁ ୧୫ ଦିନ ପାଇଁ ୧୨,୦୦୦ କ୍ୟୁସେକ୍ ଜଳ ଛାଡ଼ିବାକୁ ସୁପାରିସ କରାଯାଇଥିଲା।

ଏହାକୁ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ଅନୁମୋଦନ କରିଥିଲେ।

କାବେରୀ ଜଳ ବିବାଦ କ'ଣ?

କାବେରୀ ନଦୀ ଜଳ ବଣ୍ଟନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି।

୧୮୯୨ ଓ ୧୯୨୪ ମସିହାରେ ତତ୍କାଳୀନ ମାଡ୍ରାସ୍ ପ୍ରେସିଡେନ୍ସି ଓ ମହୀଶୂର ରାଜ୍ୟ ମଧ୍ୟରେ ଜଳ ବଣ୍ଟନକୁ ନେଇ ଚୁକ୍ତି ହୋଇଥିଲା।

ପରବର୍ତ୍ତୀ ସମୟରେ ବିବାଦର ସମାଧାନ ପାଇଁ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା।

୨୦୦୭ରେ ଟ୍ରିବ୍ୟୁନାଲ୍ ନିଜର ରାୟ ଦେଇଥିଲେ।

ପରେ ୨୦୧୮ରେ ସୁପ୍ରିମକୋର୍ଟ ଜଳ ବଣ୍ଟନ ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ଦେଇଥିଲେ।

ସାଧାରଣ ବର୍ଷା ହେଉଥିବା ବର୍ଷରେ କର୍ଣ୍ଣାଟକ ତାମିଲନାଡୁକୁ ବାର୍ଷିକ ୧୭୭ ଟିଏମ୍‌ସି ଜଳ ଛାଡ଼ିବାର ବ୍ୟବସ୍ଥା ରହିଛି।

ତେବେ ବର୍ଷାର ଅଭାବ ଓ ଜଳ ସଙ୍କଟ ଭଳି ପରିସ୍ଥିତିରେ ଜଳ ବଣ୍ଟନ ଅନୁପାତିକ ଭାବେ ହ୍ରାସ ପାଇବାର ବ୍ୟବସ୍ଥା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)