AIFF: ଏଏଫ୍ସି ପୁରସ୍କାରରେ ଏଆଇଏଫ୍ଏଫ୍କୁ ସ୍ୱର୍ଣ୍ଣ ସମ୍ମାନ
ବ୍ୟାଙ୍କକ୍: ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ ( ଏଆଇଏଫ୍ଏଫ୍ )କୁ ବର୍ଷର ଶ୍ରେଷ୍ଠ ସଦସ୍ୟ ସଂଘ ଭାବେ ଏଏଫ୍ସି ପକ୍ଷରୁ ସ୍ବର୍ଣ୍ଣ ସମ୍ମାନ ମିଳିଛି।
ଗୁରୁବାର ଥାଇଲାଣ୍ଡରେ ଆୟୋଜିତ 'ଏଏଫ୍ସି ପୁରସ୍କାର ୨୦୨୬'ରେ ଏଆଇଏଫ୍ଏଫ୍ ଏହି ସମ୍ମାନ ଗ୍ରହଣ କରିଛି।
ଆଞ୍ଚଳିକ ପ୍ରତିଯୋଗିତା, ଘରୋଇ ଫୁଟ୍ବଲ୍ର ବିକାଶ ଏବଂ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଏଆଇଏଫ୍ଏଫ୍ର ସଫଳତା ପାଇଁ ଏହି ସମ୍ମାନ ମିଳିଛି।
ଭାରତର ଏହା ଦ୍ବିତୀୟ ଏଏଫ୍ସି ସମ୍ମାନ।
Advertisment ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଥିଲା ଭାରତ ପୂର୍ବରୁ ୨୦୧୬ରେ ବିକାଶଶୀଳ ବର୍ଗରେ ଭାରତ ସମ୍ମାନିତ ହୋଇଥିଲା।
ଚଳିତ ବର୍ଷ ଆଞ୍ଚଳିକ ପ୍ରତିଯୋଗିତାରେ ଭାରତ ୫ଟିରେ ବିଜେତା ଓ ୩ଟିରେ ଉପବିଜେତା ହୋଇଥିଲା।
୫ ବିଜେତା ଟ୍ରଫିରୁ ମହିଳା ଦଳ ୪ଟି ଜିତିଥିଲେ।
ମହିଳା ସାଫ୍ ବରିଷ୍ଠ, ୧୯ ବର୍ଷରୁ କମ୍ରେ ଭାରତ ବିଜେତା ହୋଇଥିଲା।
ଏହା ବାଦ୍ ମହାଦେଶୀୟ ସ୍ତରରେ ଏଏଫ୍ସି ମହିଳା ଏସୀୟ କପ୍ କୁ ଭାରତ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିଥିଲା।
୧୭ ବର୍ଷରୁ କମ୍ ମହିଳା ଏସୀୟ କପ୍ର କ୍ବାର୍ଟରଫାଇନାଲ୍ରେ ଭାରତ ପ୍ରଥମ ଥର ପହଞ୍ଚିଥିଲା ବେଳେ ୨ ଦଶନ୍ଧି ପରେ ଏଏଫ୍ସି ୨୦ ବର୍ଷରୁ କମ୍ ମହିଳା ଏସୀୟ କପ୍ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲା।
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
