BRICS Meeting: ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
"ଭୁବନେଶ୍ୱର: ଚଳିତ ବର୍ଷ ଭାରତ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି।
ଏହି କ୍ରମରେ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କର ତ୍ରୟୋଦଶ ବୈଠକ ଏବଂ ତୃତୀୟ ବ୍ରିକ୍ସ ବରିଷ୍ଠ ଅଧିକାରୀମାନଙ୍କର ବୈଠକ ଅନୁଷ୍ଠିତ ହେଉଛି।
ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଦୁଇଟି ବୈଠକରେ ଯୋଗ ଦେବା ଲାଗି ଭୁବନେଶ୍ୱରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଆସି ପହଞ୍ଚିଛନ୍ତି।
ସେମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି।
Advertisment ଶିକ୍ଷା ମନ୍ତ୍ରୀମାନଙ୍କର ମୁଖ୍ୟ ବୈଠକ ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।
ବୈଠକରେ ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
ଏଥିରେ ଲୋକ କୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ନେଇ ବିଚାରବିମର୍ଶ କରାଯିବ।
ସହଯୋଗୀ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ସକୁ ପ୍ରୋତ୍ସାହନ, ଯୋଗ୍ୟତାର ଆପୋସ ଚିହ୍ନଟ (ଏମଆରକ୍ୟୁ)କୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାରବିମର୍ଶ କରାଯିବ। ""ଦୃଢ଼ତା, ନବନିର୍ମାଣ, ସହଯୋଗ ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ନିର୍ମାଣ"" ବିଷୟବସ୍ତୁକୁ ନେଇ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କର ବୈଠକରେ ଏ ବିଷୟବସ୍ତୁ ଉପରେ ଅନେକ ଗଠନମୂଳକ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି।
ଏହି ଆଲୋଚନାରୁ ବ୍ରିକ୍ସ ଏଜୁକେସନ୍ ଟ୍ରାକ୍ ୨୦୨୬ ଲାଗି ଫଳପ୍ରଦ ପରିଣାମ ମିଳିବ ବୋଲି ଆଶା କରାଯାଉଛି ।
ଭାରତର ବ୍ରିକ୍ସ ଅଧ୍ୟକ୍ଷତା ବିଷୟବସ୍ତୁ ପୂର୍ବରୁ ରିଓ ଡି ଜେନେରିଓରେ ଅନୁଷ୍ଠିତ ୨୦୨୫ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରତିପାଦିତ ଲୋକ-କୈନ୍ଦ୍ରିକ ଏବଂ ମାନବତା-ପ୍ରଥମ ଆଭିମୁଖ୍ୟକୁ ପ୍ରତିଫଳିତ କରେ।
BikramMisri: ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳ ବଢ଼ିଲା ଏହି ଉଚ୍ଚସ୍ତରୀୟ ଆନ୍ତଃ-ସରକାରୀ ଆଲୋଚନା ସହିତ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଯୁବପିଢ଼ିଙ୍କ ଅଂଶଗ୍ରହଣ ଏବଂ ନାଗରିକଙ୍କ ମଧ୍ୟରେ ସମ୍ପର୍କର ଆଦାନପ୍ରଦାନ ଉପରେ ଦୃଢ଼ ଗୁରୁତ୍ୱ ଦେଉଛି।
ଶିକ୍ଷା ମନ୍ତ୍ରୀମାନଙ୍କର ବୈଠକକୁ ଏକ ଛାତ୍ର-କୈନ୍ଦ୍ରିକ ପଦକ୍ଷେପ ଭାବରେ ପରିକଳ୍ପନା କରାଯାଇଛି।
ଏହା ଯୁବ ନାଗରିକମାନଙ୍କୁ ବ୍ରିକ୍ସ ପ୍ରକ୍ରିୟା ସହ ପରିଚିତ କରାଇବା ସହିତ କୂଟନୀତି, ବହୁପାକ୍ଷିକ ସହଯୋଗ ଏବଂ ସହମତି-ନିର୍ମାଣ ବିଷୟରେ ସେମାନଙ୍କର ବୁଝାମଣାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।