NEET: ଦ୍ବାଦଶ ଶ୍ରେଣୀ ମାର୍କ ଆଧାରରେ ମେଡିକାଲ୍‌ ନାମଲେଖା କରାଯାଉ: ବିଜୟଙ୍କ ଟିଭିକେ

Aug 05, 2026 - 22:03
NEET: ଦ୍ବାଦଶ ଶ୍ରେଣୀ ମାର୍କ ଆଧାରରେ ମେଡିକାଲ୍‌ ନାମଲେଖା କରାଯାଉ: ବିଜୟଙ୍କ ଟିଭିକେ

"ଚେନ୍ନାଇ: ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ସ୍ତରର ନିଟ୍‌ ପ୍ରବେଶିକା ପରୀକ୍ଷାକୁ ସମ୍ପୂର୍ଣ୍ଣ ବନ୍ଦ କରି ପୂର୍ବଭଳି ଦ୍ବାଦଶ ଶ୍ରେଣୀ ପରୀକ୍ଷାର ନମ୍ବର ଆଧାରରେ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରାଯାଉ ବୋଲି ଅଭିନେତା ବିଜୟଙ୍କ ଦଳ "ତାମିଳଗା ଭେଟ୍ରି କଝଗମ୍‌" (ଟିଭିକେ) କେନ୍ଦ୍ର ସରକାରଙ୍କ ଆଗରେ ଦାବି କରିଛି।Advertisment ତାମିଲନାଡୁ ବଜେଟ୍‌ ଅଧିବେଶନ ସମୟରେ ଟିଭିକେ ପକ୍ଷରୁ କୁହାଯାଇଛି ଯେ, ନିଟ୍‌ ପରୀକ୍ଷା ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀ, ଗ୍ରାମାଞ୍ଚଳର ପରୀକ୍ଷାର୍ଥୀ ଓ ଆର୍ଥିକ ଭାବେ ଦୁର୍ବଳ ପରିବାରର ପିଲାଙ୍କ ପାଇଁ ଅସମାନ ପ୍ରତିଯୋଗିତା ସୃଷ୍ଟି କରୁଛି।

ଦାମୀ କୋଚିଂ ବ୍ୟବସ୍ଥା ଉପରେ ନିର୍ଭରଶୀଳତା ବଢ଼ୁଥିବାରୁ ମେଧାବୀ ହୋଇଥିଲେ ମଧ୍ୟ ଅନେକ ଛାତ୍ରଛାତ୍ରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଦଳର ମତ ହେଉଛି, ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଆଧାରରେ ମେଡିକାଲ୍‌ ଭର୍ତ୍ତି ବ୍ୟବସ୍ଥା ପୁନଃ ଲାଗୁ କରାଗଲେ ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀମାନେ ସମାନ ସୁଯୋଗ ପାଇବେ।

ଏହା ସହ ରାଜ୍ୟଗୁଡ଼ିକୁ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଭର୍ତ୍ତି ପ୍ରକ୍ରିୟା ପରିଚାଳନା କରିବାର ଅଧିକାର ଦେବାକୁ ମଧ୍ୟ ଟିଭିକେ ଦାବି କରିଛି।

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ୍‌ରୁ କମ୍‌ ମାର୍କ ରଖିଥିବା ଛାତ୍ରଛାତ୍ରୀ ପଢ଼ୁଛନ୍ତି ଏମ୍‌ବିବିଏସ୍‌ !

ତାମିଲନାଡୁରେ ନିଟ୍‌କୁ ନେଇ ଦୀର୍ଘଦିନ ଧରି ବିରୋଧ ଜାରି ରହିଛି।

ପୂର୍ବର ଶାସକ ଡିଏମ୍‌କେ ସରକାର ମଧ୍ୟ ବାରମ୍ବାର ନିଟ୍‌ ବ୍ୟବସ୍ଥାର ବିରୋଧ କରିଆସୁଥିଲେ ଏବଂ ରାଜ୍ୟକୁ ଏଥିରୁ ଅବ୍ୟାହତି ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇଥିଲେ।

ରାଜ୍ୟ ବିଧାନସଭାରେ ଏ ସମ୍ପର୍କିତ ବିଲ୍‌ ମଧ୍ୟ ପାରିତ ହୋଇଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନାହିଁ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଆସୁଛନ୍ତି ଯେ, ନିଟ୍‌ ପରୀକ୍ଷା ଦେଶବ୍ୟାପୀ ମେଡିକାଲ୍‌ ଭର୍ତ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମାନ ମାନଦଣ୍ଡ ସୁନିଶ୍ଚିତ କରିଛି।

ଗୋଟିଏ ଜାତୀୟ ପ୍ରବେଶିକା ପରୀକ୍ଷା ଦ୍ୱାରା ଭର୍ତ୍ତି ପ୍ରକ୍ରିୟା ଅଧିକ ନିରପେକ୍ଷ ହୋଇଥିବା ସରକାରଙ୍କ ମତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।