Odisha Food Pro: ଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ୨୦୨୬, ଯୋଗ ଦେବେ ମୁଖ୍ୟମନ୍ତ୍ରୀ
"ଭୁବନେଶ୍ବର: ଅଗଷ୍ଟ ୭ ତାରିଖ ଠାରୁ ଠାରୁ ଦିଲ୍ଲୀରେ ଆସୋଚାମ ସହଯୋଗରେ ଓଡ଼ିଶା ସରକାରଙ୍କ ଦୁଇଦିନିଆ ନିବେଶ ଆଉଟ୍ରିଚ୍ କାର୍ଯ୍ୟକ୍ରମ "ଓଡ଼ିଶା ଫୁଡ୍ ପ୍ରୋ ୨୦୨୬" ଆରମ୍ଭ ହେବ।
ଏଥିରେ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ରହିଥିବା ସମ୍ଭାବନାକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ।
Advertisment ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ନିବେଶକମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରିବେ।
ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମ୍ଭାବନାକୁ ନେଇ ଏକ ନଲେଜ୍ ରିପୋର୍ଟ ଉନ୍ମୋଚନ କରାଯିବ।
ଷ୍ଟେନ୍ଲେସ୍ ଷ୍ଟିଲ୍, ରସାୟନ ଓ ପେଟ୍ରୋକେମିକାଲ୍ସ ଉପରେ ସ୍ବତନ୍ତ୍ର ଆଲୋଚନା ହେବ।
ଦ୍ବିତୀୟ ଦିନରେ ଓଡ଼ିଶାର ପ୍ରତିନିଧି ଦଳ ଗ୍ରେଟର ନୋଏଡାରେ ଥିବା କାରଖାନା ପରିଦର୍ଶନ କରିବେ ହ୍ବାଇଟ୍ ଗୁଡ୍ସ ଓ କଞ୍ଜ୍ୟୁମର ଆପ୍ଲାଏନ୍ସେସ୍ କମ୍ପାନିଗୁଡ଼ିକ ସହ ସହଯୋଗିତାର ସମ୍ଭାବନାକୁ ପରଖିବେ।
ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ବିଶ୍ବସନୀୟ ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି।
ଜିଏସ୍ଟି, ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ: ପାନ ମସଲା, ଇଟାଭାଟି, ବାଲି ଖନନ ପାଇଁ "ଟ୍ରାକ୍ ଆଣ୍ଡ୍ ଟ୍ରେସ୍" ବ୍ୟବସ୍ଥା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।