Bankers books: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ବିଲ୍ ପାରିତ
"ନୂଆଦିଲ୍ଲୀ: ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବୁଧବାର ଲୋକସଭାରେ କୌଣସି ଆଲୋଚନା ବିନା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ (ସଂଶୋଧନ) ବିଲ୍ ପାରିତ ହୋଇଛି।
ଗୃହରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ନାରାବାଜି କରୁଥିବା ବେଳେ ସରକାର ବିଲ୍ଟିକୁ ଧ୍ବନିମତରେ ପାରିତ କରିଥିଲେ।Advertisment ସୂଚନା ଅନୁସାରେ, ବିଲ୍ଟି ଲୋକସଭାରେ ଉପସ୍ଥାପନ ହେବାବେଳେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରୁଥିବାରୁ ବିଲ୍ ଉପରେ ବିସ୍ତୃତ ଆଲୋଚନା ସମ୍ଭବ ହୋଇନଥିଲା।
ଏହା ସତ୍ତ୍ୱେ ବାଚସ୍ପତିଙ୍କ ଅନୁମତିକ୍ରମେ ବିଲ୍ଟିକୁ ଧ୍ବନିମତରେ ପାରିତ କରାଯାଇଥିଲା।
ଏହି ସଂଶୋଧନ ବିଲ୍ର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କର ରେକର୍ଡ ଓ ହିସାବ ପୁସ୍ତକ ସମ୍ବନ୍ଧୀୟ ଆଇନକୁ ଡିଜିଟାଲ୍ ଯୁଗ ସହ ସାମଞ୍ଜସ୍ୟପୂର୍ଣ୍ଣ କରିବା।
Loksabha: ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ ପାରିତ: ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଧ୍ୱନି ଭୋଟରେ ଗୃହୀତ ବ୍ୟାଙ୍କଗୁଡ଼ିକରେ ଇଲେକ୍ଟ୍ରୋନିକ୍ ରେକର୍ଡ ଓ ଡିଜିଟାଲ୍ ଡକ୍ୟୁମେଣ୍ଟର ବ୍ୟବହାର ବଢ଼ିଥିବାରୁ ସେଗୁଡ଼ିକୁ ଆଇନଗତ ସାକ୍ଷ୍ୟ ଭାବେ ଅଧିକ ସ୍ପଷ୍ଟ ଭାବେ ସ୍ୱୀକୃତି ଦେବା ପାଇଁ ଏହି ସଂଶୋଧନ ଅଣାଯାଇଛି।
ଏହା ଫଳରେ ଅଦାଲତରେ ବ୍ୟାଙ୍କର ଇଲେକ୍ଟ୍ରୋନିକ୍ ରେକର୍ଡକୁ ସାକ୍ଷ୍ୟ ଭାବେ ଉପସ୍ଥାପନ କରିବା ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ସରକାର କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।