Horoscope 2026 August 06: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: କାମ ଓ ପାରିବାରିକ ସମ୍ବନ୍ଧ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବେ।
କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ।
ବିଦ୍ୟାର୍ଥୀ ଖୁବ୍ ମନ ଲଗାଇ ପଢ଼ିବେ।
Advertisment ବୃଷ: ବେପାରରେ ନୂଆ ଯୋଜନା ଲାଗୁ କରିବା ପାଇଁ ବ୍ୟସ୍ତ ରହିବେ।
ଚାକିରିଜୀବୀ ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ ନକଲେ ଉପରିସ୍ଥ କର୍ମଚାରୀଙ୍କଠାରୁ କଡ଼ା କଥା ଶୁଣିବେ।
ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମିଥୁନ: ଅଯଥା କଥାଠାରୁ ଦୂରରେ ରହି ନିଜ କାମରେ ମନୋଯୋଗ ଦିଅନ୍ତୁ।
କୌଣସି ଧାର୍ମିକ ସ୍ଥାନରେ ବସି ନିଜର ଭଲ ଓ ଖରାପ ଗୁଣ ବିଷୟରେ ବିଚାର କରିବେ।
ଦାମ୍ପତ୍ୟ ଖୁସି ବଜାୟ ରହିବ।
କର୍କଟ: ଘରେ ଭକ୍ତିମୟ ପରିବେଶ ରହିବ।
ଗୋ ସେବା କରିବା ପାଇଁ ମନସ୍ଥିର କରିବେ।
ରାଜନୀତିକ ନେତାଙ୍କ ସହ ସଂପର୍କ ହେବ।
ପୂରା ଆତ୍ମବିଶ୍ବାସ ସହିତ ସବୁ କାମର ଗତି ଦେବେ।
ବେପାରରେ ଲାଭ ହେବ।
ସିଂହ: ଅଟୋମୋବାଇଲ ବେପାରରେ ଲାଭ ପାଇବେ।
ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକଙ୍କ ଦ୍ବାରା ଲାଭ ପାଇବେ।
କୌଣସି ନୂଆ କାମ କରିବା ପାଇଁ ଉତ୍ସାହିତ ରହିବେ।
କନ୍ୟା: ନୂଆ ସଂପର୍କ ଆରମ୍ଭ କରିବା ଲାଗି ମଉକା ପାଇବେ।
କୌଣସି ଲୋକଙ୍କୁ ସାହାଯ୍ୟ କରିବେ।
ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ସନ୍ତାନର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
ଆହୁରି ପଢ଼ନ୍ତୁ- Supreme Court: ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଜବାବ ଦାଖଲ କରିବାକୁ ଛଅ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ ତୁଳା: କଥା କମ୍ ଶୁଣିବାରେ ଅଧିକ ଧ୍ୟାନ ଦିଅନ୍ତୁ।
କିଛି ନୂଆ ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ।
ଖର୍ଚ୍ଚ ବଢ଼ିପାରେ।
କବିଙ୍କର କାବ୍ୟର ପ୍ରଶଂସା ହେବ।
ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ବିଛା: ଆପଣଙ୍କ ଆଖପାଖର ସକାରାତ୍ମକ ଶକ୍ତି ବଜାୟ ରହିବ।
ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ।
ବଡ଼ ବ୍ୟବସାୟ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ।
ଧନୁ: ବ୍ୟବସାୟରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ।
ଟଙ୍କାପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ।
ଚାକିରିଜୀବୀ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମକର: ଯାହା ବି କାମ କରିବେ ପୂରା ମନପ୍ରାଣ ଢାଳି କରିବେ।
ଏଥିରେ ନୂଆ ଅନୁଭବ ପାଇବେ।
ମାନସିକ ଅଶାନ୍ତି ନିବାରଣ ହେବ।
ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ।
ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। କୁମ୍ଭ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।
ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ପାଇବେ।
ପରିବାର ଲୋକଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।
ବିଦ୍ୟାର୍ଥୀ ସଫଳତା ପାଇବା ଯୋଗ ଅଛି।
ମୀନ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ।
ବନ୍ଧୁ ଆପଣଙ୍କୁ ବ୍ୟବସାୟ ବଢ଼ାଇବା ପାଇଁ ପରାମର୍ଶ ଦେବେ।
ସମାଜରେ ପ୍ରତିଷ୍ଠା ବଢ଼ିବ।
ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।