Vaibhav Sooryavanshi: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ କ୍ରିକେଟ୍ ସାମାଜିକ ଗଣମାଧ୍ୟମରେ ମଜାଦାର ପୋଷ୍ଟ

Nov 26, 2026 - 12:45
Vaibhav Sooryavanshi: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ କ୍ରିକେଟ୍ ସାମାଜିକ ଗଣମାଧ୍ୟମରେ ମଜାଦାର ପୋଷ୍ଟ

ନୂଆଦିଲ୍ଲୀ: ଚଳିତ ଏସିଆ କପ୍‌ ରାଇଜିଂ ଷ୍ଟାର୍ସରେ ମଙ୍ଗଳବାର ଭାରତୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଆଇସଲାଣ୍ଡ କ୍ରିକେଟ୍ ସାମାଜିକ ଗଣମାଧ୍ୟମରେ ଏକ ମଜାଦାର ପୋଷ୍ଟ କରିଛି।

ୟୁଏଇ ବିପକ୍ଷ ମ୍ୟାଚ୍‌ରେ ବୈଭବ ୫୨ ବଲ୍‌ରୁ ୨୮ ଛକା ଓ ୭ ଚୌକା ସହାୟତାରେ ଦ୍ବିଶତକ ଅର୍ଜନ କରିବା ପରେ ୫୩ ବଲ୍‌ରେ ୨୦୪ ରନ୍‌ରେ ଆଉଟ୍‌ ହୋଇଥିଲେ।

ତାଙ୍କର ଏହି ବିସ୍ଫୋରକ ପାଳି ସାରା ବିଶ୍ବକୁ ଚକିତ କରି ଦେଇଥିଲା।

ଏହାକୁ ନେଇ ଆଇସ୍‌ଲାଣ୍ଡ କ୍ରିକେଟ୍‌ ନିଜ 'ଏକ୍ସ' ପୃଷ୍ଠାରେ ଲେଖିଛି, ''ଏହା କୌଣସି ସଂଯୋଗ ନୁହେଁ।

ମଙ୍ଗଳବାର ଏନ୍‌ଭିଡିଆ ସିଇଓ ଭାବେ ଜେନସେନ୍‌ ହୁହାଙ୍ଗ ଫେରିଲେ ଏବଂ ବୁଧବାର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌କୁ ଏଆଇ ଚିପ୍‌ ବି ଫେରିଲା''।

ଅନ୍ୟପକ୍ଷରେ, ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ଯୁବ ବ୍ୟାଟର୍‌ଙ୍କୁ ସମର୍ଥନ କରିଛନ୍ତି।

ବୈଭବ ଭାରତୀୟ କ୍ରିକେଟର ଭବିଷ୍ୟତ।

ଆଇପିଏଲ୍‌ରେ ବଢ଼ିଆ ଖେଳିଥିଲେ।

ୟୁଏଇ ବିପକ୍ଷ ତାଙ୍କର ରେକର୍ଡ ଭରା ବିସ୍ଫୋରକ ବ୍ୟାଟିଂ ସର୍ବଦା ମନେ ରହିବ।

ବୈଭବଠୁ ଅନେକ ଆଶା ରହିଛି।

ତାଙ୍କୁ ସୁଯୋଗ ମିଳିଲେ ସେ ଅନେକ ରେକର୍ଡ କରିବେ।

ଏବେ ଏହି ବାମହାତୀ ବ୍ୟାଟର୍‌ଙ୍କୁ ମାତ୍ର ୧୫-୧୬ ବର୍ଷ।

ତେଣୁ କାହା ସହ ବୈଭବଙ୍କୁ ତୁଳନା କରିବା ଠିକ୍‌ ହେବନି ବୋଲି ଗାଙ୍ଗୁଲି କହିଛନ୍ତି।

Advertisment ଉତ୍ତରାଖଣ୍ଡରେ ହାତକୁ ଦି ହାତ ହେବେ ଧର୍ମେନ୍ଦ୍ରଙ୍କ କନ୍ୟା, ପୁରୀରେ ରିସେପ୍ସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)