Bisleri Water Under Scanner: ବିଶ୍ୱାସର ପାଣି ବୋତଲରେ ବିଷ! ବିସଲେରୀକୁ ନେଇ ବଡ଼ ଖୁଲାସା
ବିଶ୍ବାସରେ ବିଷ, ଯାହା ସବୁଠୁ ବିଶୁଦ୍ଧ ବୋଲି ଭାବି ପିଉଥିଲେ ସେ ହିଁ ବାହାରିଲା ରୋଗର କାରଣ।
ଭାରତର ଲୋକପ୍ରିୟ ପାଣି ବ୍ରାଣ୍ଡ ବିସଲାରୀ ପାଣିରେ ମିଳିଛି କ୍ୟାନ୍ସର୍ କାରକ।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ-FSSAI ଜାରି କରିଥିବା ଚାଞ୍ଚଲ୍ୟକର ରିପୋର୍ଟ ପରେ ଏବେ ଉଡ଼ି ଯାଇଛି ହୋସ୍।
ବିସଲାରୀ ପାଣିରେ ମିଳିଛି ବ୍ରୋମେଟ୍।
ତାହା ପୁଣି ଆବଶ୍ୟକତାଠୁ ଅଧିକ।
ତାସହ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ସ ବା PAHs।
ଯାହା ଶରୀରକୁ ଯିବା ମାନେ ମୋଟାପା ଆଣିବା ସହ କ୍ୟାନ୍ସର ଦେଇଥାଏ ବଡ଼ ଡକରା।
Advertisment ୨୦୨୫ ସେପ୍ଟେମ୍ବର ମାସରେ FSSAI ପକ୍ଷରୁ ବିସଲେରୀ ଇଣ୍ଟରନ୍ୟାସନାଲ୍ ର ଗୋଆ ସ୍ଥିତ ପ୍ଲାଣ୍ଟରୁ ନମୁନା ସଂଗ୍ରହ କରାଯାଇଥିଲା।
ଯେଉଁଥିରେ ବ୍ରୋମେଟର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ନଥିଲା।
ଖାଦ୍ୟ ସୁରକ୍ଷା ଓ ମାନକ ଆଇନ-୨୦୦୬ ଅନୁଯାୟୀ ତୁରନ୍ତ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା।
ତେବେ କମ୍ପାନୀ ପକ୍ଷରୁ ଏହି ରିପୋର୍ଟ ବିରୋଧରେ ଅପିଲ୍ କରାଯିବା ପରେ ନମୁନାକୁ ରେଫରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଯାଇଥିଲା।
କିନ୍ତୁ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଣି ଅସୁରକ୍ଷିତ ବୋଲି ଜଣାପଡ଼ିଛି।
ପ୍ୟାକେଜଡ୍ ପାଣିରେ କେତେ ମିଳିଥିଲା ବ୍ରୋମେଟ୍?
ସାଧାରଣତଃ ପାଣିରେ ବ୍ରୋମେଟ୍ ଥାଏ, ଏହାକୁ ବିଶୁଦ୍ଧକରଣ ଓ ପ୍ଲାଷ୍ଟିକରେ ପ୍ୟାକିଂ ବେଳେ ଏହାର ପରିମାଣ ବଢ଼ିଥାଏ।
FSSAIର ପ୍ରାଥମିକ ପରୀକ୍ଷା ଅନୁସାରେ, ନମୁନାରେ ବ୍ରୋମେଟ୍ ର ପରିମାଣ ଲିଟର ପିଛା ୧୨ ମାଇକ୍ରୋଗ୍ରାମ୍ ଥିଲା।
କିନ୍ତୁ ନିର୍ଦ୍ଧାରିତ ସୀମା ହେଉଛି ଲିଟର ପିଛା ୧୦ ମାଇକ୍ରୋଗ୍ରାମ୍।
ତାସହ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍-PAHs ବି ମିଳିଛି।
ଯାହା ପ୍ଲାଷ୍ଟିରେ ଅଧିକ ଦିନ ଧରି ଖାଦ୍ୟ ପ୍ୟାକିଂ ଓ ଅସ୍ବାଭାବିକ ଗରମ ଯୋଗୁଁ ହୋଇଥାଏ।
ହେଲେ ପାଣିରେ ଖାଲି ମିଶେନି ଶରୀରକୁ ଗଲେ ଓଜନ ବଢ଼ିବା, କିଡନୀ ବିମାରୀଠୁ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପଡ଼ିଥାଏ।
Advertisment ନିଜ ଉପରେ ଲାଗିଥିବା ଅଭିଯୋଗକୁ ନେଇ ଆପତ୍ତି ଉଠାଇଛି ବିସଲେରୀ।
କଂପାନୀ କହିଛି, ୨୦୨୫ ସେପ୍ଟେମ୍ବରରେ, ଗୋଆରେ ଥିବା ବିସଲେରୀର ଗୋଆ ପ୍ଲାଣ୍ଟରୁ ଛଅଟି ନମୁନା ସଂଗ୍ରହ କରାଯାଇଥିଲା।
ପାଞ୍ଚଟି ନମୁନା ସବୁ ମାନଦଣ୍ଡ ପୂରଣ କରୁଛି, କେବଳ ଷଷ୍ଠ ନମୁନାରେ ପ୍ରତି ଲିଟରରେ ୧୨ ମାଇକ୍ରୋଗ୍ରାମ୍ ବ୍ରୋମେଟ୍ ମିଳିଥିଲା।
FSSAI-ଅନୁମୋଦିତ ଏକ ସ୍ୱାଧୀନ ଲାବରେଟୋରୀରେ ବି କମ୍ପାନି ଏହାକୁ ପରୀକ୍ଷା କରାଇଥିଲା।
ସେହି ଟେଷ୍ଟରେ ବ୍ରୋମେଟ୍ ନିର୍ଦ୍ଧାରିତ ସୀମା ଭିତରେ ଥିବା ଜଣାପଡ଼ିଛି।
ଏନେଇ FSSAIର ପଶ୍ଚିମାଞ୍ଚଳ କାର୍ଯ୍ୟାଳୟକୁ ଅବଗତ କରାଯାଇଛି।
ବିସଲେରୀର ପାଣି ପୂର୍ବ ଭଳି ବିଶୁଦ୍ଧ ଥିଲା ଓ ଅଛି।
ହେଲେ ଏଠି ପ୍ରଶ୍ନ ଉଠୁଛି ବଜାରରେ ଏକାଧିକ ନାମୀ ଦାମୀ ଦେଶୀ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ର ପାଣି ବଜାରରେ ମିଳୁଛି।
କିଛି କିଛି କମ୍ପାନିର ଗୋଟିଏ ଲିଟର୍ ପାଣି ଶତାଧିକ ଟଙ୍କା।
ସେ ସବୁ ସୁରକ୍ଷିତ ତ?
ସେ ସବୁ ବିଶୁଦ୍ଧ ତ?
ନା ଏମିତି ବିଷ ବିକୁଛନ୍ତି ଅନ୍ୟ ମାନେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
