Anganwadi Workers Storm Bhubaneswar Streets: ଗାନ୍ଧି ମାର୍ଗରେ ଅଙ୍ଗନବାଡ଼ି କର୍ମୀଙ୍କ ଗର୍ଜନ, ସରକାରଙ୍କୁ ୭ ଦଫା ଦାବି
ଭୁବନେଶ୍ୱର ଗାନ୍ଧି ମାର୍ଗରେ ଅଙ୍ଗନବାଡ଼ି କର୍ମୀଙ୍କ ଗର୍ଜନ।
୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ଆସୋସିଏସନ୍।
ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଛନ୍ତି।
ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଦରମା ବୃଦ୍ଧି, ପେନସନ୍ ଓ ଅବସରକାଳୀନ ସୁବିଧା ଆଦି ପ୍ରଦାନ ଭଳି ପ୍ରମୁଖ ଦାବି ରଖିଛି ସଙ୍ଘ।
Advertisment ଏସବୁ ଦାବି ପୂରଣ ପାଇଁ ତୁରନ୍ତ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି।
ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟକାଳ ପଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।
ସେପେଟ ଅଙ୍ଗନବାଡ଼ି କର୍ମୀଙ୍କ ଦାବି ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
