Big Relief for Rahul Gandhi: ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, CBI-ED ତଦନ୍ତ ନିର୍ଦ୍ଦେଶ ରଦ୍ଦ
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ।
ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗର ଯାଞ୍ଚ ପାଇଁ CBI ଓ EDକୁ ନିର୍ଦ୍ଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ବୁଧବାର ଏହି ରାୟ ଦେବା ସହ ମାମଲାର ପୁନର୍ବିଚାର ପାଇଁ ଏହାକୁ ପୁଣି ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ପଠାଇଛନ୍ତି।
Advertisment ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ହାଇକୋର୍ଟଙ୍କ ତଦନ୍ତ ସମ୍ପର୍କିତ ନିର୍ଦ୍ଦେଶକୁ ଖାରଜ କରିଛନ୍ତି।
ତେବେ ମାମଲାର ଶୁଣାଣି ପାଇଁ ଏହାକୁ ପୁନର୍ବାର ହାଇକୋର୍ଟକୁ ଫେରାଇ ଦିଆଯାଇଛି।
କ'ଣ ଥିଲା ପୂରା ମାମଲା?
କର୍ଣ୍ଣାଟକର ବିଜେପି କର୍ମୀ ଏସ୍.
ବିଗ୍ନେଶ ଶିଶିର ଏହି ମାମଲା ଦାୟର କରିଥିଲେ।
ରାହୁଲ ଗାନ୍ଧିଙ୍କ ପାଖରେ ତାଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ସେ ଅଭିଯୋଗ କରିଥିଲେ।
ଏଥିସହ ରାହୁଲ ଗାନ୍ଧି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମଧ୍ୟ ତଦନ୍ତ ଦାବି କରିଥିଲେ।
Advertisment ଏହି ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ CBI ଓ EDକୁ ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଦାଲତଙ୍କୁ ଅବଗତ କରିବାକୁ କହିଥିଲେ।
ଏପରିକି CBI ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ।
ତଦନ୍ତର ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ଥିବା ଏକ ନୂଆ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମକୋର୍ଟରେ ରାହୁଲଙ୍କ ପକ୍ଷ ରଖିଲେ କପିଲ ସିବଲ ଏହି ମାମଲାରେ ରାହୁଲ ଗାନ୍ଧିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଅଦାଲତରେ ଉପସ୍ଥିତ ହୋଇଥିଲେ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିବା ସହ CBI ଓ EDକୁ ହାଇକୋର୍ଟରେ କୌଣସି ରିପୋର୍ଟ ଦାଖଲ ନକରିବାକୁ କହିଥିଲେ।
ବୁଧବାର ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରି ମାମଲାର ପୁନର୍ବିଚାର ପାଇଁ ପଠାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
