Supreme Court: ପାହାଡ଼ ଶିଖରରେ ଜଳିଲାନି ଦୀପ; ସୁପ୍ରିମକୋର୍ଟରେ ତାମିଲନାଡୁ ସରକାରଙ୍କ ସଫେଇ
ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇସ୍ଥିତ ଥିରୁପରଙ୍କୁନ୍ଦ୍ରମ ପାହାଡ଼ ଶିଖରରେ ଧାର୍ଯ୍ୟ ସ୍ଥାନରେ ଦୀପ ଜଳାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି ତାମିଲନାଡୁ ସରକାର ।
ମନ୍ଦିର ପ୍ରଶାସନ ଅନୁମତି ନ ଦେବାରୁ ପାହାଡ଼ ଉପରେ ଥିବା ଦୀପସ୍ତମ୍ଭରେ ଦୀପ ଜଳାଯାଇ ପାରିନଥିବା ସରକାର ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇବା ସହିତ କ୍ଷମା ମାଗିଛନ୍ତି।
Advertisment ମଦୁରାଇ ଜିଲ୍ଲାପାଳ ନିଶାନ୍ତ କୃଷ୍ଣ ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରି କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସେ ସମସ୍ତ ଉଦ୍ୟମ କରିଥିଲେ।
କିନ୍ତୁ ମନ୍ଦିର ପ୍ରଶାସନ ପାରମ୍ପରିକ ଧାର୍ମିକ ବିଧି ଓ ରୀତିନୀତିର ଦ୍ୱାହି ଦେଇ ଦୀପ ଜଳାଇବାକୁ ଅନୁମତି ଦେଇନଥିଲା।
ଏଥିପାଇଁ ସେ ଅଦାଲତଙ୍କ ନିକଟରେ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି।
ଆବଶ୍ୟକ ନିର୍ଦ୍ଦେଶ ଦିଆଯିବ ସୂଚନାଯୋଗ୍ୟ, ନଭେମ୍ବର ୨୦ରେ ସୁପ୍ରିମକୋର୍ଟ ନଭେମ୍ବର ୨୪ ତାରିଖରେ ପାହାଡ଼ ଉପରେ ଥିବା ଦୀପସ୍ତମ୍ଭରେ ଏକକାଳୀନ ଦୀପ ଜଳାଇବାକୁ ଅନୁମତି ଦେଇଥିଲେ।
କିନ୍ତୁ ନିର୍ଦ୍ଧାରିତ ଦିନ ଦୀପସ୍ତମ୍ଭ ବଦଳରେ ଉଚ୍ଚିପିଲ୍ଲାୟାର ମନ୍ଦିର ନିକଟରେ ପାରମ୍ପରିକ ସ୍ଥାନରେ ଦୀପ ଜଳାଯାଇଥିଲା।
ଏହି ଘଟଣାରେ ଅଦାଲତଙ୍କ ଅବମାନନା ଅଭିଯୋଗ ଉଠିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ଆରମ୍ଭ ନକରି ଆବେଦନକାରୀଙ୍କୁ ଆନୁଷ୍ଠାନିକ ଭାବେ ଅବମାନନା ଆବେଦନ ଦାଖଲ କରିବାକୁ କହିଛନ୍ତି।
ଆବେଦନ ଦାଖଲ ହେଲେ ଆବଶ୍ୟକ ନିର୍ଦ୍ଦେଶ ଦିଆଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
Supreme Court: ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କୁ ଝଟକା: ଅନ୍ତରୀଣ ଜାମିନ ମନା କଲେ ସୁପ୍ରିମକୋର୍ଟ, ପୁଲିସର ପକ୍ଷ ଶୁଣିବେ ଖଣ୍ଡପୀଠ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
