Auto driver missing: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରେ ଖେଦିଗଲେ ଆଗ୍ନିକ, ପାଇଲେନି

Sep 09, 2026 - 11:45
Auto driver missing: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରେ ଖେଦିଗଲେ ଆଗ୍ନିକ, ପାଇଲେନି

"ବାଲିଅନ୍ତା: ଗତକାଲି ରାତିରେ ଟଙ୍କପାଣି ବ୍ରିଜ୍‌ରୁ ନିଖୋଜ ହୋଇଯାଇଥିବା ଅଟୋଚାଳକ ସଞ୍ଜୟ ସ୍ବାଇଁଙ୍କ ପତ୍ତା ମିଳିପାରିନାହିଁ।

ଏହା ଭିତରେ ପାଖାପାଖି ୨୦ଘଣ୍ଟାରୁ ଅଧିକ ସମୟ ବିତିସାରିଛି।

କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରି ଆଜି ଅଗ୍ନିଶମବାହିନୀର କର୍ମଚାରୀମାନେ ନଦୀରେ ପଶି ଖେଦିଯାଇଥିଲେ।

ଆଗ୍ନିକମାନେ ଆଜି ଦିନତମାମ ନଦୀ ଭିତରେ ସଞ୍ଜୟଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ।

ବାଙ୍କୁଆଳରୁ ଲିଙ୍ଗିପୁର ପର୍ଯ୍ୟନ୍ତ ନଦୀ ଭିତରେ ଆଗ୍ନିକମାନେ ଖୋଜିଥିଲେ।

କିନ୍ତୁ ଯାହା ଆଶଙ୍କା କରାଯାଉଥିଲା, ସେମିତି କିଛି ଅଘଟଣର ସୁରାକ ମିଳିପାରିନାହିଁ।

ତେଣୁ ସଞ୍ଜୟଙ୍କ ନିଖୋଜ ଘଟଣାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ସଞ୍ଜୟ ମିଳିଯିବା ନେଇ ପରିବାର ଲୋକେ ଆଶାବାଦୀ ଥିବା ଜଣାପଡ଼ିଛି।

ଦାମ୍ପତ୍ୟ କଳହରୁ ସେ ରାଗରେ କେଉଁଆ‌ଡ଼େ ପଳାଇଥିବା ସନ୍ଦେହ କରି ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଚାହିଁବସିଥିବା ଜଣାପଡ଼ିଛି।

Advertisment AI: "୧୦ବର୍ଷରେ ୧୦ ପ୍ରତିଶତ ସଭ୍ୟତା ଧ୍ଵଂସ କରିବ ଏଆଇ" ୨୦ଘଣ୍ଟା ପରେ ବି ସଞ୍ଜୟଙ୍କ ପତ୍ତା ମିଳିନି ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୁଣା ଭୁବନେଶ୍ବର ହରଚଣ୍ଡୀସାହିର ସଞ୍ଜୟ ସ୍ବାଇଁଙ୍କ ଅଟୋରିକ୍ସାକୁ ଟଙ୍କପାଣି ବ୍ରିଜ୍‌ରେ ଦେଖିବାକୁ ମିଳିଥିଲା।

ଅଟୋ ଭିତରେ ତାଙ୍କ ମୋବାଇଲ ଫୋନ୍‌, ଚପଲ, ଗାମୁଛା ଓ ଗାଡ଼ି ଚାବି ଥିଲା।

ତେଣୁ ସେ ବ୍ରିଜ୍‌ରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଚାର ହୋଇଯାଇଥିଲା।

ଏମିତି ଆଶଙ୍କା ପଛରେ ବି କାରଣ ଥିଲା।

ଗତକାଲି ସନ୍ଧ୍ୟାରେ କୌଣସି କାରଣରୁ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ସଞ୍ଜୟ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ।

ଏମିତିକି ଧମକ ଦେଇ ସେ କହିଥିଲେ ଯେ ତାଙ୍କ ପଡ଼ୋଶୀଘରର ପୁଅ ଭବାନୀ ଶଙ୍କର ଖଟେଇ ଯେଉଁଠି ନଦୀକୁ ଡେଇଁ ଆତ୍ମହତ୍ୟା କରିଛି, ସେ ବି ସେଇଠି ନଦୀକୁ ଡେଇଁପଡ଼ିବେ।

ତେଣୁ ଅଟୋରିକ୍ସାଟି ଟଙ୍କପାଣି ବ୍ରିଜ୍‌ ଉପରୁ ମିଳିବାରୁ ସେ ଭବାନୀ ଭଳି ନଦୀକୁ ଡେଇଁ ପଡ଼ିଥିବା ନେଇ ସନ୍ଦେହ ହୋଇଥିଲା।

ଗତକାଲି ରାତିରେ ବାଲିଅନ୍ତା ଅଗ୍ନିଶମ କର୍ମଚାରୀମାନେ ନଦୀ କୁଳରେ କୁଳରେ କିଛି ବାଟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ।

ଆଜି ବାଲିଅନ୍ତା ଅଗ୍ନିଶମ ଅଫିସର ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଆଗ୍ନିକ ଟିମ୍‌  ଗ୍ରାବ୍‌ନେଲ ହୁକ ଓ ଅଣ୍ଡରୱାଟର ବିଏ ସେଟ୍‌ ଭଳି ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲେ।

ସକାଳ ସାଢ଼େ ୭ଟାରୁ ସନ୍ଧ୍ୟାରେ ଅନ୍ଧାର ହେବା ପର୍ଯ୍ୟନ୍ତ ସେମାନେ ବାଙ୍କୁଆଳରୁ ଲିଙ୍ଗିପୁର ଯାଏଁ ଖେଦିଯାଇଥିଲେ।

ଅନ୍ଧାର ହୋଇଯିବାରୁ ସର୍ଚ୍ଚ ଅପରେସନ୍‌ ବନ୍ଦ ହୋଇଯାଇଥିଲା।

US Tariffs: ବାଣିଜ୍ୟ ଯୁଦ୍ଧ: କାନାଡାରୁ କ୍ଷୀର ଉତ୍ପାଦ, ମୋଟରସାଇକେଲ ଆମଦାନି ନିଷେଧ କଲା ଆମେରିକା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)