Silver ornaments: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି: ଦମ୍ପତିଙ୍କ ସମେତ ୩ଗିରଫ

Sep 09, 2026 - 11:45
Silver ornaments: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି: ଦମ୍ପତିଙ୍କ ସମେତ ୩ଗିରଫ

"ଭୁବନେଶ୍ବର: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଖଣ୍ଡଗିରିବାରିର ଅବିନାଶ ମହାନ୍ତି ଓରଫ ସିପା, ରାକେଶ କୁମାର ସେଠୀ ଓ ତାଙ୍କ ପତ୍ନୀ ରଞ୍ଜିତା ସେଠୀ।

ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି।

ମାତ୍ର ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯାଇ ନଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ୧୫ଦିନିଆ ରିମାଣ୍ଡ୍‌ରେ ଆଣିବାକୁ କୋର୍ଟରେ ଆବେଦନ କରିଛି।

ସୂଚନା ଅନୁସାରେ, ଅଭିଯୋଗକାରୀ ପ୍ରଦୀପ୍ତ କୁମାର ଦାଶ ଖଣ୍ଡଗିରି ଅଞ୍ଚଳରେ ବୁଲାବୁଲି କରି ରୁପା ଅଳଙ୍କାର ବ୍ୟବସାୟ କରନ୍ତି।

ଗତ ଜୁନ ମାସରେ ତାଙ୍କ ପଡ଼ୋଶୀ ଅବିନାଶ ମହାନ୍ତି ଘରକୁ ଆସିଥିଲେ।Advertisment Auto driver missing: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରେ ଖେଦିଗଲେ ଆଗ୍ନିକ, ପାଇଲେନି ରୁପା ସାମଗ୍ରୀ ଓ ଅଳଙ୍କାର ଘରେ ଥିବାରୁ ଚୋରି ହେବା ଆଶଙ୍କାରେ ପ୍ରଦୀପ୍ତ ତାଙ୍କୁ ଘରକୁ ଆସିବାକୁ ବାରଣ କରିଥିଲେ।

ପରେ ଅପରାହ୍ନରେ ପ୍ରଦୀପ୍ତ ଘର ତାଲା ପକାଇ କୌଣସି କାମରେ ବଜାରକୁ ଯାଇଥିଲେ।

କିଛି ସମୟ ପରେ ଘରକୁ ଆସିବାରୁ କବାଟ ଭଙ୍ଗାଯାଇ ପ୍ରାୟ ୩ଲକ୍ଷ ଟଙ୍କାର ରୁପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ସନ୍ଦେହରେ ସେ ଏନେଇ ଭରତପୁର ଥାନାରେ ଅବିନାଶଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ପ୍ରାୟ ୩ମାସ କାଳ ଫେରାର ରହିବା ପରେ ପୁଲିସ ଗତକାଲି ରାତିରେ ଖଣ୍ଡଗିରି ବାରିରୁ ସିପାକୁ ଗିରଫ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ ଅବିନାଶ ସ୍ଥାନୀୟ ଅଞ୍ଚଳର ରାକେଶ ଓ ତାଙ୍କ ପତ୍ନୀଙ୍କ ସହ ମିଶି ପ୍ରଦୀପ୍ତଙ୍କ ଘରୁ ଚୋରି କରିଥିବା ଜଣାପଡ଼ିଥିଲା।

Loot: ଘରେ ପଶି କଳାକନା ବୁଲାଉଛନ୍ତି: ମାସକରେ ୪୦ରୁ ଊର୍ଦ୍ଧ୍ବ ଘର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)