Asian Junior Hockey: ହ୍ୟାଟ୍ରିକ୍‌ ବିଜୟ ସହ କ୍ବାର୍ଟରରେ ଭାରତୀୟ ଯୁବା...

Sep 08, 2026 - 17:43
Asian Junior Hockey: ହ୍ୟାଟ୍ରିକ୍‌ ବିଜୟ ସହ କ୍ବାର୍ଟରରେ ଭାରତୀୟ ଯୁବା...

"ମୋକି (ଚୀନ), ୮/୯: ଯୁବ ଦଳ ଭଳି ଭାରତୀୟ ଯୁବା ଦଳ ମଧ୍ୟ ଚଳିତ ଏସୀୟ କନିଷ୍ଠ ହକି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରୁଛି।

ମଙ୍ଗଳବାର ଭାରତୀୟ ଯୁବା ଦଳ ୭-୦ ଗୋଲ୍‌ରେ ଜାପାନକୁ ପରାସ୍ତ କରି କ୍ବାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି।

ପୂର୍ବରୁ କୋରିଆ (୪-୧), ମାଲେସିଆ (୧୧-୧)କୁ ପରାସ୍ତ କରିଥିଲା ଭାରତ।

ମଙ୍ଗଳବାର ଲୟ ବଜାୟ ରଖି ପ୍ରଥମରୁ ଶେଷ‌ ଯାଏ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।

ଜାପାନ ଯୁବତୀଙ୍କୁ କୌଣସି ପ୍ରକାର ସୁଯୋଗ ଦେଇନଥିଲା।

ପଞ୍ଚମ ମିନିଟରେ କୃଷ୍ଣା ଶର୍ମାଙ୍କ ଗୋଲ୍‌ରୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିଥିଲା।

୧୧ତମ ମିନିଟ୍‌ରେ ସୁୁପ୍ରୀୟା ଏହାକୁ ୨-୦ କରି ଦେଇଥିଲେ।

ପ୍ରଥମ କ୍ବାର୍ଟର ପୂର୍ବରୁ ହିଁ ଭାରତକୁ ତୃତୀୟ ଗୋଲଟି ଦେଇଥିଲେ ପୂର୍ଣ୍ଣିମା ଯାଦବ (୧୪ତମ ମିନିଟ୍‌)।

ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ବିତିଥିଲା।Advertisment ଆହୁରି ପଢ଼ନ୍ତୁ- Trademark Protection ଶ୍ରୀମନ୍ଦିର ସହ ଜଡ଼ିତ ଆଉ ତିନି ଚିହ୍ନ ଓ ନାମକୁ ମିଳିବ ଟ୍ରେଡ୍‌ମାର୍କ ସୁରକ୍ଷା ଭାରତ-ଚୀନ ବୁଧବାର ଶେଷ ପୁଲ୍‌ ମ୍ୟାଚ୍‌ ପାର୍ଶ୍ବ ପରିବର୍ତନ ପରେ ଜାପାନ ଯୁବତୀମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ମଧ୍ୟ ଭାରତର ରକ୍ଷଣଭାଗକୁ ଭେଦ କରିପାରିନଥିଲେ।

ଗୀତା ଯାଦବ ୪୧ ଓ ୪୫ ମିନିଟ୍‌ରେ ଦୁଇଟି ଲଗାତାର ଗୋଲ୍‌ ଦେଇ ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ।

ପୂର୍ଣ୍ଣିମା ଯାଦବ ୪୬ତମ ମିନିଟ୍‌ରେ ନିଜ ଦ୍ବିତୀୟ ଗୋଲ୍ ଦେଇଥିବାବେଳେ ୫୦ତମ ମିନିଟ୍‌ରେ ସନିକା ଚନ୍ଦ୍ରକାନ୍ତ ମାନେ ଦଳର ସ୍କୋର୍‌ ଲାଇନ୍‌କୁ ୭-୦ରେ ଶେଷ କରିଥିଲେ।

ଭାରତ ଏବେ ଚୀନ ବିପକ୍ଷରେ ବୁଧବାର ଶେଷ ପୁଲ୍‌ ମ୍ୟାଚ୍‌ ଖେଳିବ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)