Asian Champions Trophy: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଶୁକ୍ରବାର ସେମିରେ ମାଲେସିଆକୁ ଭେଟିବ ଅପରାଜେୟ ଭାରତ

Nov 26, 2026 - 17:28
Asian Champions Trophy: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଶୁକ୍ରବାର ସେମିରେ ମାଲେସିଆକୁ ଭେଟିବ ଅପରାଜେୟ ଭାରତ

ଭୋପାଳ: ସଂପ୍ରତି ଫର୍ମରେ ଥିବା ଭାରତୀୟ ମହିଳା ହକି ଦଳ ଶୁକ୍ରବାର ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ର ସେମିଫାଇନାଲ୍‌ରେ ମାଲେସିଆକୁ ଭେଟିବ।

ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଭାରତ ୫ଟି ଯାକ ମ୍ୟାଚ୍‌ ଜିତି ଅପରାଜେୟ ସହ ସେମିଫାଇନାଲ୍‌ରେ ପହଞ୍ଚିଛି।

ଏପରିକି ଦଳ ଲଗାତାର ୧୪ ମ୍ୟାଚ୍‌ରେ ଅପରାଜେୟ ରହି ବିଶ୍ବ ମାନ୍ୟତାରେ ୪ରେ ପହଞ୍ଚିଛି।

ତେଣୁ ଆୟୋଜକ ଭାରତ ସେମିଫାଇନାଲ୍‌ରେ ଜିତିବାର ସମ୍ଭାବନା ଅଧିକ ରହିଛି।

Advertisment ହ୍ୟାଟ୍ରିକ୍‌ ଟ୍ରଫି ଦିଗରେ ଅଗ୍ରସର ଭାରତ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଭାରତ ମଧ୍ୟ ମାଲେସିଆକୁ ୪-୧ ଗୋଲ୍‌ରେ ହରାଇଥିଲା।

ଫଳରେ ସେମିଫାଇନାଲ୍‌ ପୁଣି ଥରେ ଏହି ଦଳକୁ ହରାଇ ଭାରତ ହ୍ୟାଟ୍ରିକ୍‌ ଟ୍ରଫି ଦିଗରେ ଅଗ୍ରସର ହେବ।

ଭାରତ ୨୦୨୩ (ରାଞ୍ଚି) ଓ ୨୦୨୪ (ରାଜଗିର)ରେ ଏହି ଟ୍ରଫି ଜିତିଥିଲା।

ଚଳିତ ପ୍ରତିଯୋଗିତାରେ ମାଲେସିଆ ସହ ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ ଓ ଚୀନ୍‌କୁ ଭାରତ ହରାଇଛି।

ଦୀପିକା ସେରାୱତ, ଲାଲରେମସିଆମି, ନେହା ଚମତ୍କାର ଖେଳି ଦଳର ଆକ୍ରମଣ ୟୁନିଟ୍‌ ସମ୍ଭାଳିଛନ୍ତି।

ଏମାନଙ୍କୁ ଅଧିନାୟିକା ସଲିମା ଟେଟେ, ମମତାଜ ଖାନ ଏବଂ ଓଡ଼ିଆ ଝିଅ ପଦାର୍ପଣକାରୀ ପୂଜା ସାହୁ ଭଲ ସହଯୋଗ ମଧ୍ୟ କରିଛନ୍ତି।

Vaibhav Suryavanshi: ବୈଭବ ସୂର୍ଯ୍ୟବଂଶୀ ଭାଙ୍ଗିବେ ବଡ଼ ରେକର୍ଡ, ଟିମ୍‌ ଇଣ୍ଡିଆରେ ପାଇବେ ସ୍ଥାନ?

ଅଭିଜ୍ଞ ନବନୀତ କୌର ବଢ଼ିଆ ଗୋଲ୍‌ ସମ୍ଭାବନା ସୃଷ୍ଟି କରି ଦଳର ବିଜୟରେ ଅବଦାନ ରଖିଛନ୍ତି।

ଦୀପିକା ୮ ଗୋଲ୍‌ (୭ ପେନାଲ୍ଟି, ୧ ଫିଲ୍ଡ) ସହ ଚଳିତ ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍‌ ସ୍କୋରର୍‌ଙ୍କ ମଧ୍ୟରେ ଆଗରେ ରହିଛନ୍ତି।

ମମତାଜ ଓ ଲାଲରେମସିଆମି ୩ ଲେଖାଏଁ ଗୋଲ୍‌ କରିଛନ୍ତି।

ମଧ୍ୟଭାଗରେ ଓଡ଼ିଆ ଝିଅ ସୁନେଲିତାଙ୍କ ସହ ସାକ୍ଷୀ ରାଣା, ଋତୁଜା ଦାଦାସୋ ପିସାଲ ଓ ବଲଜିତ କୌର ସମ୍ଭାଳିଥିଲା ବେଳେ ନିକି ପ୍ରଧାନ, ଜ୍ୟୋତି, ସୁଶିଳା ଚାନୁ, ଜ୍ୟୋତି ସିଂହ ଓ ଲାଲଥାନ୍ତଲୁଆଙ୍ଗି ରକ୍ଷଣଭାଗ ଦାୟିତ୍ବରେ ରହିଛନ୍ତି।

ଭେଟେରାନ ଗୋଲି ସବିତା ପୁନିଆଙ୍କ ଅନୁପସ୍ଥିତିରେ ବିଚୁ ଦେବୀ ଖାରିବାମ ଓ ବଂଶାରୀ ସୋଲାଙ୍ଗି ଗୋଲ୍‌କିପିଂ ଦାୟିତ୍ବ ସମ୍ଭାଳିଛନ୍ତି।

ଅନ୍ୟପକ୍ଷରେ ମାଲେସିଆ ଶେଷ ରାଉଣ୍ଡ ରବିନ ମ୍ୟାଚ୍‌ରେ ଥାଇଲାଣ୍ଡ କୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଛି।

ଏହି ସେମିଫାଇନାଲ୍‌ ପୂର୍ବରୁ ଜାପାନକୁ ଭେଟିବ ଅଲିମ୍ପିକ୍ ରୌପ୍ୟ ବିଜେତା ଚୀନ୍‌।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)