Anupriya Nagar: ରଣବୀର କପୁରଙ୍କ ଅଭିନୟକୁ ପ୍ରଶଂସା କରି ଏମିତି କହିଲେ ‘ହନୁମାନ ଅଂଶ’ର ପ୍ରଯୋଜିକା...
ମୁମ୍ବାଇ: ବଲିଉଡ୍ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଥିବା ବେଳେ ଏହାର ପ୍ରଶଂସା କରିଛନ୍ତି 'ହନୁମାନ ଅଂଶ'ର ପ୍ରଯୋଜିକା ଅନୁପ୍ରିୟା ନାଗର।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଅଭିନୟକୁ ସେ ଅତ୍ୟନ୍ତ ଚମତ୍କାର ବୋଲି କହିଛନ୍ତି।
ରଣବୀରଙ୍କୁ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଦେଖିବା ପାଇଁ ସେ ବହୁତ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି।
ରେଡିଓ ସିଟି ସହ ଏକ ସାକ୍ଷାତକାରରେ ସେ ଏହି ମତ ରଖିଛନ୍ତି।
Advertisment ରଣବୀରଙ୍କ ଅଭିନୟରେ ମୁଗ୍ଧ ଅନୁପ୍ରିୟା ଅନୁପ୍ରିୟା କହିଛନ୍ତି ଯେ, ସେ ପିଲାଦିନରୁ ରଣବୀର କପୁରଙ୍କ ଫିଲ୍ମ ଦେଖି ଆସୁଛନ୍ତି।
ସେ ରଣବୀରଙ୍କର ଜଣେ ବଡ଼ ପ୍ରଶଂସକ।
ତେଣୁ ତାଙ୍କୁ ଭଗବାନ ଶ୍ରୀରାମଙ୍କ ଚରିତ୍ରରେ ଦେଖିବା ପାଇଁ ସେ ଅପେକ୍ଷା କରିଥିଲେ।
ତାଙ୍କ ମତରେ, ରଣବୀର ଜଣେ ଅସାଧାରଣ ଅଭିନେତା ଏବଂ 'ରାମାୟଣ'ରେ ଏପର୍ଯ୍ୟନ୍ତ ଯାହା ଦେଖିଛନ୍ତି, ତାହା ଅତ୍ୟନ୍ତ ଚମତ୍କାର।
ଏହା ସହିତ ପ୍ରଥମେ ହନୁମାନ ଏବଂ ଏବେ ରାମଙ୍କ କାହାଣୀ ପରଦାକୁ ଆସିବା ଏକ ଚମତ୍କାର ଭଳି ବୋଲି ସେ କହିଛନ୍ତି।
ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରୁ ଅନୁପ୍ରିୟାଙ୍କ ସବୁଠାରୁ ପସନ୍ଦର ଫିଲ୍ମ ହେଉଛି 'ବର୍ଫି!'।
ଏହା ସହ ରଣବୀରଙ୍କ ଅଭିନୀତ 'ତମାଶା'କୁ ମଧ୍ୟ ସେ ବେଶ୍ ପସନ୍ଦ କରନ୍ତି।
ଏହି ଫିଲ୍ମରେ ମଣିଷ ଜୀବନର ସଂଘର୍ଷ, ମାନସିକ ଦ୍ୱନ୍ଦ୍ୱ ଓ ବିଭିନ୍ନ ସମସ୍ୟାକୁ ଅତି ସୁନ୍ଦର ଭାବେ ଦର୍ଶାଯାଇଥିବା ସେ କହିଛନ୍ତି।
ଉଭୟ ଫିଲ୍ମରେ ରଣବୀରଙ୍କ ଅଭିନୟ ତାଙ୍କୁ ବେଶ୍ ପ୍ରଭାବିତ କରିଛି।
ଆଧ୍ୟାତ୍ମିକ ଚଳଚ୍ଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ନିଜର ପ୍ରଥମ ଚଳଚ୍ଚିତ୍ର 'ହନୁମାନ ଅଂଶ' ପରେ ଆଗକୁ କେଉଁ ପ୍ରକାରର ଫିଲ୍ମ ନିର୍ମାଣ କରିବେ, ସେନେଇ ମଧ୍ୟ ମତ ରଖିଛନ୍ତି ଅନୁପ୍ରିୟା।
ବର୍ତ୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆଧ୍ୟାତ୍ମିକ ଚଳଚ୍ଚିତ୍ର ନିର୍ମାଣ ଉପରେ ରହିଛି।
ଭାରତୀୟ ସଂସ୍କୃତି, ମୂଲ୍ୟବୋଧ ଓ ଇତିହାସ ସମ୍ପର୍କରେ ଶିଶୁ ଏବଂ ନୂଆ ପିଢ଼ିକୁ ଅବଗତ କରାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ।
ଆଜିର ପିଢ଼ି ସହ ଆଗାମୀ ୧୦ ବର୍ଷ ପରେ ଆସିବାକୁ ଥିବା ପିଢ଼ି ମଧ୍ୟ ଦେଶର ଐତିହ୍ୟ ଓ ସଂସ୍କୃତି ସହ ଯୋଡ଼ି ହୋଇ ରହୁ ବୋଲି ସେ ଚାହାନ୍ତି।
Sidharth-Kiara's Appeal: ସିଦ୍ଧାର୍ଥ-କିଆରାଙ୍କ ନିବେଦନ 'ରାମାୟଣ'କୁ ନେଇ ବଢ଼ୁଛି ଚର୍ଚ୍ଚା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ'କୁ ନେଇ ଦର୍ଶକ ଓ ସିନେପ୍ରେମୀଙ୍କ ମଧ୍ୟରେ ଲଗାତାର ଚର୍ଚ୍ଚା ଜାରି ରହିଛି।
ରଣବୀର କପୁରଙ୍କ ଅଭିନୟ ସହ ଫିଲ୍ମର କାହାଣୀ ଓ ଉପସ୍ଥାପନାକୁ ନେଇ ମଧ୍ୟ ଉତ୍ସୁକତା ଦେଖିବାକୁ ମିଳୁଛି।
ଅନ୍ୟପଟେ, ଅନୁପ୍ରିୟା ନାଗରଙ୍କ ପ୍ରଶଂସା ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
