Antibiotics for Children: ପିଲାଙ୍କୁ ବଳକା ଆଣ୍ଟିବାୟୋଟିକ୍ ଦେଉଛନ୍ତି କି? ସାବଧାନ! ଏହି ଭୁଲ ପଡ଼ିପାରେ ମହଙ୍ଗା
ଘରେ ପିଲାମାନଙ୍କର ସାମାନ୍ୟ ଜ୍ୱର, କାଶ କିମ୍ବା ଗଳା ଦରଜ ହେଲେ ଅନେକ ଅଭିଭାବକ ତୁରନ୍ତ ଆଣ୍ଟିବାୟୋଟିକ୍ ଦେଇ ଦିଅନ୍ତି।
ବେଳେବେଳେ ପୂର୍ବ ରୋଗ ସମୟରୁ ବଳକା ରହିଥିବା ଔଷଧକୁ ମଧ୍ୟ ପୁଣିଥରେ ପିଲାଙ୍କୁ ଖୁଆଇ ଦିଆଯାଏ।
କିନ୍ତୁ ବିଶେଷଜ୍ଞମାନଙ୍କ ମତରେ, ଏଭଳି ଅଭ୍ୟାସ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।
ଜ୍ୱର, କାଶ ଓ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଉଭୟ ଭାଇରାଲ୍ ଓ ବ୍ୟାକ୍ଟେରିଆଲ୍ ସଂକ୍ରମଣରେ ଦେଖାଯାଏ, କିନ୍ତୁ ଆଣ୍ଟିବାୟୋଟିକ୍ କେବଳ ବ୍ୟାକ୍ଟେରିଆ ବିରୋଧରେ କାମ କରେ, ଭାଇରସ୍ ବିରୋଧରେ ନୁହେଁ ।
Advertisment ଆହୁରି ପଢ଼ନ୍ତୁ: ହାଇକୋର୍ଟରେ ଟିଭିଏସ ମାଲିକଙ୍କ ସମ୍ପତ୍ତି ବିଭାଜନ ମାମଲା ଶିବ ନାଦର ବିଶ୍ୱବିଦ୍ୟାଳୟର ବ୍ୟାକ୍ଟେରିଆଲ୍ ସେଲ୍ ବାୟୋଲୋଜି ବିଶେଷଜ୍ଞ ପ୍ରଫେସର ରିଚା ପ୍ରିୟଦର୍ଶିନୀ ଙ୍କ କହିବା ଅନୁଯାୟୀ, ଗତ ମାସରେ ପିଲାର ଯେଉଁ ଲକ୍ଷଣ ଥିଲା, ଏଥର ମଧ୍ୟ ସମାନ ଲକ୍ଷଣ ଦେଖାଗଲେ ତାହାର କାରଣ ଭିନ୍ନ ହୋଇପାରେ।
ସାଧାରଣ ଥଣ୍ଡା ବା ଭାଇରାଲ୍ ସଂକ୍ରମଣରେ ଆଣ୍ଟିବାୟୋଟିକ୍ ଦେଲେ ଏହା ରୋଗ ଭଲ କରେ ନାହିଁ, ବରଂ ପିଲାଙ୍କୁ ଅଯଥା ପାର୍ଶ୍ୱ ପ୍ରତିକ୍ରିୟାର ଶିକାର କରାଏ।
ଡାକ୍ତରଙ୍କ ସଠିକ୍ ପରୀକ୍ଷା ଓ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ଦେବା ସବୁବେଳେ ଅନୁଚିତ।
ଡୋଜ୍ ଛାଡ଼ିଦେଲେ ବା ଅଧାରୁ ଔଷଧ ବନ୍ଦ କଲେ କ'ଣ ହୁଏ?
ଆଣ୍ଟିବାୟୋଟିକ୍ର କୋର୍ସ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଦିନ ପାଇଁ ଦିଆଯାଇଥାଏ।
ଚିକିତ୍ସାର ଗୋଟିଏ ବା ଦୁଇ ଦିନ ପରେ ପିଲାର ଲକ୍ଷଣ କମିଗଲେ ଅନେକ ଅଭିଭାବକ ଔଷଧ ବନ୍ଦ କରିଦିଅନ୍ତି କିମ୍ବା ନିୟମିତ ଖୁଆନ୍ତି ନାହିଁ ।
ଅତ୍ୟଧିକ ଆଣ୍ଟିବାୟୋଟିକ୍ ପେଟ ପାଇଁ କ୍ଷତି ଆମ ପେଟରେ ବା 'ଗଟ୍ ମାଇକ୍ରୋବାୟୋମ୍' ରେ ଅନେକ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି, ଯାହା ହଜମ ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରନ୍ତି।
ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଖରାପ ବ୍ୟାକ୍ଟେରିଆ ସହ ଏହି ଭଲ ବ୍ୟାକ୍ଟେରିଆଙ୍କୁ ମଧ୍ୟ ମାରିଦିଏ ।
ଏହା ଫଳରେ ପେଟ ଖରାପ ହେବା ବା ଡାଇରିଆ ହୋଇପାରେ ।
ଦୀର୍ଘଦିନ ଧରି ଅତ୍ୟଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କଲେ ଆଇବିଡି , ଲିକି ଗଟ୍ କିମ୍ବା ସି.
ଡିଫିସିଲ୍ ସଂକ୍ରମଣ ଭଳି ଗୁରୁତର ସମସ୍ୟା ଦେଖାଦେଇପାରେ।
ଯଦି ଭୁଲ୍ରେ ବଳକା ଆଣ୍ଟିବାୟୋଟିକ୍ ଦେଇସାରିଛନ୍ତି, ତେବେ କ'ଣ କରିବେ?
ମୁମ୍ବାଇର ପି.
ଡି.
ହିନ୍ଦୁଜା ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରାଜେଶ ଚୋଖାନୀ ଙ୍କ ମତରେ, ଯଦି କେହି ଅଭିଭାବକ ପୂର୍ବରୁ ପିଲାଙ୍କୁ ବଳକା ଆଣ୍ଟିବାୟୋଟିକ୍ ଦେଇସାରିଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ।
ପିଲାକୁ କେଉଁ ଔଷଧ ଦିଆଯାଇଛି ତାହା ଡାକ୍ତରଙ୍କୁ ସ୍ପଷ୍ଟ ଭାବେ ଜଣାନ୍ତୁ ।
ରୋଗର ପ୍ରକୃତ ଲକ୍ଷଣ 'ଲୁଚିଯିବା' ପୂର୍ବରୁ ଡାକ୍ତର ପିଲାକୁ ପରୀକ୍ଷା କରି ପ୍ରକୃତରେ ଆଣ୍ଟିବାୟୋଟିକ୍ ଆବଶ୍ୟକ କି ନାହିଁ, କେଉଁ ଔଷଧ ଓ କେତେ ଦିନ ପାଇଁ ଦେବା ଉଚିତ ତାହା ସ୍ଥିର କରିପାରିବେ।
ଆହୁରି ପଢ଼ନ୍ତୁ: ପଞ୍ଚୁକ ମେଳା ବୁଲିବାକୁ ଯାଇଥିଲେ ପରିବାର, ଘରେ ପଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
