Amit Shah Sharp Attack on Rahul Gandhi: ସମ୍ବିଧାନ ଦିବସରେ ଶାହଙ୍କ ରଣହୁଙ୍କାର! ରାହୁଲଙ୍କୁ କଲେ ଟାର୍ଗେଟ୍

Nov 26, 2026 - 22:11
Amit Shah Sharp Attack on Rahul Gandhi: ସମ୍ବିଧାନ ଦିବସରେ ଶାହଙ୍କ ରଣହୁଙ୍କାର! ରାହୁଲଙ୍କୁ କଲେ ଟାର୍ଗେଟ୍

ସମ୍ବିଧାନ ଗୌରବ ଦିବସରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ୍।

ଶାହ କହିଛନ୍ତି, ଏମର୍ଜେନ୍ସୀ ସମୟରେ କଂଗ୍ରେସ ସମ୍ବିଧାନକୁ ଧ୍ୱଂସ କରିଛି।

ଲୋକଙ୍କ ମୌଳିକ ଅଧିକାରକୁ ଦଳିମକଚି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା କଂଗ୍ରେସ।

ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇବାରେ କଂଗ୍ରେସ ବାଧା ସୃଷ୍ଟି କରୁଛି।ରାହୁଲ ଗାନ୍ଧି ସଂସଦରେ ଆଲୋଚନା କରିବା ବଦଳରେ ରାସ୍ତାରେ ଆଲୋଚନା ଚାହୁଁଥିବା କହି କଟାକ୍ଷ କରିଛନ୍ତି ଶାହ।

Advertisment ରାହୁଲଙ୍କ ନିର୍ବାଚନୀ ପରାଜୟ ଓ ବିଦେଶ ଗସ୍ତକୁ ନେଇ ମଧ୍ୟ ବର୍ଷିଛନ୍ତି ଶାହ।

୨୦ ବର୍ଷ ଧରି ରାହୁଲ ନିର୍ବାଚନ ହାରି ଚାଲିଥିବା କହିବା ସହ ପ୍ରତି ତିନି ମାସରେ ବିଦେଶ ଗସ୍ତ କରି ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଅପମାନିତ କରୁଥିବା ଅଭିଯୋଗ ଆଣିଛନ୍ତି।

ସେପଟେ କଂଗ୍ରେସ କହିଛି, ଏନଡିଏ ସରକାର ସମ୍ବିଧାନକୁ ମୋଡି ମୋକଚି ଦେଶରେ ଏକଛତ୍ରବାଦ ଶାସନ ଚଳାଇବାକୁ ଚାହୁଁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)