Youth Attacked and Dumped ବିପୁଳିଙ୍ଗିରେ ଯୁବକଙ୍କୁ ହାଣି ବିଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଛତ୍ରପୁର (ବସନ୍ତ କୁମାର ମହାରଣା): ଗଞ୍ଜା ଜିଲ୍ଲା ଛତ୍ରପୁର ଥାନା ଅଧୀନ ଅଞ୍ଚଳରେ ଦୀର୍ଘ ଦିନ ବ୍ୟବଧାନରେ ପୁଣି ଏକ ହିଂସା ଘଟିଛି।
ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଚାଷଜମି ଭିତରେ ଫିଙ୍ଗି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି।
ସମ୍ପ୍ରତି ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
Advertisment One Killed: ଗଞ୍ଜାମରେ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ: ସୋରଡ଼ାରେ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ ସୂଚନାନୁସାରେ, ବିପୁଳିଙ୍ଗି ଗ୍ରାମର ଶିବ ମନ୍ଦିର ନିକଟରେ ସେହି ଗାଁର ପଦ୍ମପୁର ସାହିର ଶ୍ୟାମଘନ ଦାସଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିକଟସ୍ଥ ଚାଷଜମି ମଧ୍ୟରେ ଫିଙ୍ଗିଦେଇଥିଲେ।
ସୂଚନା ପାଇ ପରିବାର ଲୋକ ଶ୍ୟାମଘନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ।
ତେବେ ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। jaipur: ପୂର୍ବ ଶତ୍ରୁତାକୁ ନେଇ ଜୟପୁର ସହରରେ ଛୁରିରେ ଭୁସି ଯୁବକଙ୍କୁ ଆକ୍ରମଣ ଘନଶ୍ୟାମଙ୍କ ବଡ଼ଭାଇ ଓ ଭଣଜା ଅଭିଯୋଗ କରିବା ପରେ ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ଗତ ବାତ୍ୟାର କ୍ଷୟକ୍ଷତି ଆକଳନ ବେଳେ ଫୋଟ ଉଠାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
