AI Chip Export: ଚୀନକୁ ଏଆଇ ଚିପ୍ ବିକ୍ରି ବନ୍ଦ କଲା ଏନ୍‌ଭିଡିଆ

Nov 18, 2026 - 16:06
AI Chip Export: ଚୀନକୁ ଏଆଇ ଚିପ୍ ବିକ୍ରି ବନ୍ଦ କଲା ଏନ୍‌ଭିଡିଆ

ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଚିପ୍ ନିର୍ମାତା ଏନ୍‌ଭିଡିଆ ଚୀନ୍‌କୁ ଏଆଇ ଚିପ୍ ବିକ୍ରି ବନ୍ଦ କରିଛି।

ଆମେରିକା ସରକାରଙ୍କଠାରୁ ବିକ୍ରି ପାଇଁ ଅନୁମତି ମିଳିଥିଲେ ମଧ୍ୟ କମ୍ପାନି ଏହି ନିଷ୍ପତ୍ତି ନେଇଛି।

ବିଶେଷକରି ହପର୍ ସିରିଜ୍‌ର ଏଚ୍‌୨୦୦ ଡାଟା ସେଣ୍ଟର ଚିପ୍ ଚୀନକୁ ଆଉ ପଠାଯିବ ନାହିଁ ବୋଲି କମ୍ପାନିର ଅନ୍ତରୀଣ ସିଇଓ କୋଲେଟ୍ କ୍ରେସ୍ କହିଛନ୍ତି।

Advertisment ମଙ୍ଗଳବାର ନିବେଶକଙ୍କ ସହ ଆଲୋଚନା ବେଳେ କ୍ରେସ୍ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏନ୍‌ଭିଡିଆ ଚୀନକୁ ଅନୁମତିପ୍ରାପ୍ତ ହପର୍ ସିରିଜ୍‌ର ପ୍ରାୟ ୨୪୦ କୋଟି ଡଲାର ମୂଲ୍ୟର ଚିପ୍ ବିକ୍ରି କରିଛି।

କିନ୍ତୁ ଆଗାମୀ ତ୍ରୈମାସିକ ପାଇଁ କମ୍ପାନିର ଆୟ ଆକଳନରେ ଚୀନକୁ ଏହି ଚିପ୍ ବିକ୍ରିରୁ ମିଳିବାକୁ ଥିବା ଆୟକୁ ସାମିଲ କରାଯାଇନାହିଁ।

ତେବେ ବିକ୍ରି ବନ୍ଦ କରିବାର ନିର୍ଦ୍ଦିଷ୍ଟ କାରଣ ସେ ସ୍ପଷ୍ଟ କରିନାହାନ୍ତି।

ସପକ୍ଷରେ ଦୀର୍ଘଦିନ ଧରି ଯୁକ୍ତି ଏନ୍‌ଭିଡିଆର ପୂର୍ବତନ ସିଇଓ ଜେନ୍‌ସେନ୍ ହୁଆଙ୍ଗ ଚୀନ ବଜାରରେ ଚିପ୍ ବିକ୍ରି ଜାରି ରଖିବା ସପକ୍ଷରେ ଦୀର୍ଘଦିନ ଧରି ଯୁକ୍ତି ବାଢ଼ି ଆସୁଥିଲେ।

ଚୀନ ଭଳି ବଡ଼ ବଜାରରୁ ଆମେରିକୀୟ କମ୍ପାନି ଦୂରେଇ ରହିଲେ ସେଠାରେ ଚୀନର ନିଜସ୍ୱ ଚିପ୍ ଶିଳ୍ପ ଆହୁରି ଶକ୍ତିଶାଳୀ ହେବ ବୋଲି ତାଙ୍କର ମତ ଥିଲା।

କିନ୍ତୁ ବ୍ୟକ୍ତିଗତ ସମ୍ପର୍କକୁ ନେଇ ବିବାଦ ଏବଂ ଚୀନ୍‌ ସହ ସମ୍ପର୍କ ଥିବା ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆମେରିକାରେ ଯାଞ୍ଚ ଆରମ୍ଭ ହେବା ପରେ ଗତ ସପ୍ତାହରେ ସେ ସିଇଓ ପଦ ଛାଡ଼ିଥିଲେ।

ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଘୋଷଣା ଏହି ଘଟଣା ପରେ ଆମେରିକା ସରକାର ଏଆଇ ଚିପ୍ ରପ୍ତାନି ଉପରେ ଅଧିକ କଡ଼ା ନଜର ରଖିଛନ୍ତି।

ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ବ୍ରାଜିଲ୍ ଭଳି ଦେଶର ଡାଟା ସେଣ୍ଟରଗୁଡ଼ିକ ଯଦି ଚୀନର ଗ୍ରାହକଙ୍କୁ ଦୂରରୁ ଏଆଇ ଚିପ୍ ବ୍ୟବହାର କରିବାର ସୁବିଧା ଦେବେ, ତେବେ ଏଥିପାଇଁ ଆମେରିକା ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

ଏହାଦ୍ୱାରା ଚୀନକୁ ପରୋକ୍ଷରେ ଉନ୍ନତ ଏଆଇ ଚିପ୍ ପହଞ୍ଚିବା ଉପରେ ମଧ୍ୟ କଟକଣା ଲାଗିବ।

ଏହି ପରିସ୍ଥିତିରେ ଏନ୍‌ଭିଡିଆ ଜାତୀୟ ସୁରକ୍ଷା ଓ ରପ୍ତାନି ନିୟମ ପାଳନ ସମ୍ପର୍କିତ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଘୋଷଣା କରିଛି।

Price: ବର୍ଷର ସର୍ବନିମ୍ନ ସ୍ତରରେ ସୁନା, ରୁପା ଦର କମ୍ପାନିର ନୂଆ ଅଧ୍ୟକ୍ଷ ହାର୍ଭେ ଜୋନ୍ସ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱ ବଜାରରେ ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ତେଣୁ ନୂଆ ସିଇଓଙ୍କୁ ଏହି ସବୁ ଆହ୍ୱାନକୁ ଧ୍ୟାନରେ ରଖି କମ୍ପାନିର ବ୍ୟବସାୟ ଆଗକୁ ବଢ଼ାଇବାକୁ ପଡ଼ିବ।

ଅନ୍ୟପକ୍ଷରେ, ଏନ୍‌ଭିଡିଆ ଚଳିତ ତ୍ରୈମାସରେ ୧୩୦ ବିଲିୟନ ଡଲାର ଆୟ କରିବ ବୋଲି ଆକଳନ କରିଛି।

ଏହି ଆକଳନରେ ଚୀନ୍‌କୁ ଡାଟା ସେଣ୍ଟର ଚିପ୍ ବିକ୍ରିରୁ କୌଣସି ଆୟ ଧରାଯାଇନାହିଁ।

ତେଣୁ ଚୀନ୍ ବଜାରରୁ ଦୂରେଇ ରହିବା ସତ୍ତ୍ୱେ କମ୍ପାନି ନିଜର ଆୟ ବୃଦ୍ଧି ନେଇ ଆଶାବାଦୀ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)