Attack: ହୁତି ବିଦ୍ରୋହୀଙ୍କ ୬୦ଟି ସାମରିକ ଠିକଣା ମାଟିରେ ମିଶିଲା

Nov 18, 2026 - 16:06
Attack: ହୁତି ବିଦ୍ରୋହୀଙ୍କ ୬୦ଟି ସାମରିକ ଠିକଣା ମାଟିରେ ମିଶିଲା

ରିୟାଦ: ୟେମେନରେ ସକ୍ରିୟ ହୁତି ବିଦ୍ରୋହୀଙ୍କ ଅଣ୍ଟା ଭାଙ୍ଗିବାକୁ ସାଉଦି ଆରବ ନେତୃତ୍ୱାଧୀନ ସାମରିକ ମେଣ୍ଟ ବୁଧବାର ଦେଶର ପଶ୍ଚିମାଞ୍ଚଳରେ ଭୟଙ୍କର ବିମାନ ଆକ୍ରମଣ କରିଛି।

ଏହି ସାମରିକ ଅଭିଯାନରେ ବିଦ୍ରୋହୀ ଗୋଷ୍ଠୀର ୬୦ଟି ପ୍ରମୁଖ ସାମରିକ ଠିକଣାକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିବା ମେଣ୍ଟ ପକ୍ଷରୁ ଦାବି କରାଯାଇଛି।

ହୁତି ବିଦ୍ରୋହୀଙ୍କ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଡ୍ରୋନ୍ ନେଟୱର୍କ ଏବଂ ଲୋହିତ ସାଗର ଅଞ୍ଚଳରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବିପଦକୁ ପ୍ରତିହତ କରିବା ପାଇଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment ମେଣ୍ଟର ସାମରିକ ମୁଖପାତ୍ର ତୁର୍କୀ ଅଲ୍ ମାଲିକି ସୂଚନା ଦେଇଛନ୍ତି ଯେ, ରାଜଧାନୀ ସାନା, ଉପକୂଳବର୍ତ୍ତୀ ହୋଦେଇଦା, ଉତ୍ତରାଞ୍ଚଳର ଅମରାନ୍ ଏବଂ ସାଉଦି ସୀମାକୁ ଲାଗି ରହିଥିବା ସାଦା ପ୍ରଦେଶରେ ଏହି ଟାର୍ଗେଟେଡ୍ ଆକ୍ରମଣ କରାଯାଇଛି।

ରିୟାଦ ସମର୍ଥିତ ବାହିନୀ ମୁତାବକ, ପାର୍ବତ୍ୟ ଅଞ୍ଚଳରେ କ୍ଷେପଣାସ୍ତ୍ର ଲୁଚାଇ ରଖିବା ପାଇଁ ତିଆରି ହୋଇଥିବା ଗୁପ୍ତ ଭୂତଳ ସୁଡ଼ଙ୍ଗ ଏବଂ ଡ୍ରୋନ୍ ନିର୍ମାଣ କାରଖାନାଗୁଡ଼ିକୁ ବୋମାମାଡ଼ କରି ଉଡ଼ାଇ ଦିଆଯାଇଛି।

Saudi Arabia airstrikes: ହୁତି ବିଦ୍ରୋହୀଙ୍କ ବିରୁଦ୍ଧରେ ସାଉଦି ଆରବ କଲା ବଡ଼ଧରଣର ଆକ୍ରମଣ, ଅନେକ ଆଡ୍ଡା ଧ୍ୱଂସ ଅନ୍ୟପକ୍ଷରେ, ଏହି ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ହୋଦେଇଦା ପ୍ରଦେଶର ଏକ ସ୍ପଞ୍ଜ କାରଖାନା ଉପରେ ବୋମାମାଡ଼ ହୋଇଥିବା ହୁତି ପ୍ରଶାସନ ଅଭିଯୋଗ କରିଥିଲା।

ବିଦ୍ରୋହୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅନିସ୍ ଅଲ୍ ଅସବାହିଙ୍କ କହିବା ଅନୁଯାୟୀ, ଉକ୍ତ ଘଟଣାରେ ସାମ୍ବାଦିକ ଓ ଡାକ୍ତରୀ କର୍ମଚାରୀଙ୍କ ସମେତ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଥିଲେ।

ଏହା ପୂର୍ବରୁ ମଧ୍ୟ ସାନା, ହୋଦେଇଦା ଓ ସାଦାରେ ହୋଇଥିବା ବିମାନ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୯ ଜଣ ଆହତ ହୋଇଥିଲେ।

ତେବେ ବୁଧବାର ହୋଇଥିବା ଏହି ସଦ୍ୟତମ ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି, ସେନେଇ ହୁତି ଗୋଷ୍ଠୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)