Crocodile Attack: ନଦୀ ପାର ହୋଇ ଜମିକୁ ଧାନ ଫସଲ ଦେଖିବାକୁ ଯାଉଥିଲେ ମହିଳା, କାମୁଡ଼ିଧରିଲା କୁମ୍ଭୀର
ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଲାଞ୍ଜୁଡ଼ା ଗ୍ରାମ ପଞ୍ଚାୟତ ନରସିଂହପୁର ଗ୍ରାମରେ ଆଜି କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।
ଆହତ ମହିଳା ଜଣକ ହେଉଛନ୍ତି ନରସିଂହପୁର ଗ୍ରାମର ଗୀତାରାଣୀ ଜାନା(୬୪) | Advertisment ସୂଚନା ଅନୁଯାୟୀ, ଗୀତାରାଣୀ ଆଜି ଶାସନପେଟା ଜୋରୀ ନଦୀ ପାର ହୋଇ ନିଜ ଜମିକୁ ଧାନ ଫସଲ ଦେଖିବାକୁ ଯାଉଥିଲେ।
ଏହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କ ବାମ ଗୋଡ଼କୁ କାମୁଡ଼ି ଧରିଥିଲା।
କୁମ୍ଭୀର କାମୁଡ଼ାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
କୁମ୍ଭୀର କାମୁଡ଼ି ଧରିବା ପରେ ଗୀତାରାଣୀ ଚିତ୍କାର କରିଥିଲେ।
ନିକଟରେ ଥିବା ତାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ବାଡ଼ିରେ ବାଡ଼େଇବା ପରେ କୁମ୍ଭୀରଟି ଛାଡ଼ି ପଳାଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବାବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମହିଳାଙ୍କ ବାମ ଗୋଡ଼ରେ ୧୫ଟି ଷ୍ଟିଚ୍ ପଡ଼ିଥିବା ସୂଚନା ମିଳିଛି।
ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକେ ଭୟଭୀତ ଭିତରକନିକା ନିକଟବର୍ତ୍ତୀ ଏହି ଅଞ୍ଚଳରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି।
ଜୋର, ନାଳ ଓ ବିଲ ନିକଟକୁ ନ ଯିବାକୁ ଓ ସତର୍କ ରହିବାକୁ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି।
ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ଉଠିଛି।
Rescued: ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲା ଶିଶୁପୁତ୍ର, ଯମ ମୁହଁରୁ ଟାଣି ଆଣିଲା ଅଢେଇ ବର୍ଷର ଆଉ ଏକ ଶିଶୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
