Sonam Wangchuk: ଦେଶଭକ୍ତଙ୍କୁ ଆତଙ୍କବାଦୀ ସଜାଇବାକୁ ଖର୍ଚ୍ଚ ହେଲା ୧ କୋଟି! ସରକାରଙ୍କୁ ଘେରିଲେ ସୋନମ ୱାଙ୍ଗଚୁକ୍
ଲେହ: ଜଣେ ଦେଶପ୍ରେମୀ ନାଗରିକଙ୍କୁ ଜେଲ୍ରେ ରଖିବା ଓ ଗୃହବନ୍ଦୀ କରିବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା।
ଅନ୍ୟପଟେ ସୀମାର ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକ ଅର୍ଥ ମିଳୁନାହିଁ।
ଏଭଳି ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ଲଦାଖର ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍।
Advertisment ବୁଧବାର ଏକ ଭିଡିଓ ବାର୍ତ୍ତା ଜାରି କରି ୱାଙ୍ଗଚୁକ୍ କହିଛନ୍ତି, ତାଙ୍କୁ ଛଅ ମାସ ଯୋଧପୁର ଜେଲ୍ରେ ରଖିବା ପାଇଁ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏବେ ତାଙ୍କୁ ଘରେ ଗୃହବନ୍ଦୀ ରଖିବା ପାଇଁ ମଧ୍ୟ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଦାବି କରିଛନ୍ତି।
ତାଙ୍କ କହିବା ଅନୁସାରେ, ଘର ବାହାରେ ୨୦ରୁ ୨୫ ଜଣ ସୁରକ୍ଷାକର୍ମୀ ଓ ୧୨ରୁ ୧୫ଟି ଗାଡ଼ି ମୁତୟନ ହୋଇଛି।
ସେମାନଙ୍କ ଦରମା, ଗାଡ଼ି ଖର୍ଚ୍ଚ ଓ ଅନ୍ୟାନ୍ୟ ବ୍ୟୟକୁ ମିଶାଇଲେ ଏତେ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ହିସାବ ଦେଇଛନ୍ତି।
ୱାଙ୍ଗଚୁକ୍ ଆହୁରି କହିଛନ୍ତି, ଲଦାଖର ବାସିନ୍ଦା ହୋଇଥିବାରୁ ତାଙ୍କୁ ଆୟକର ଛାଡ଼ ମିଳିଛି।
ତଥାପି ଦେଶର ବିକାଶରେ ଯୋଗଦାନ ଦେବାକୁ ସେ ନିୟମିତ ଟିକସ ଦେଇଆସୁଥିଲେ।
କିନ୍ତୁ ଟିକସ ଟଙ୍କାର ଏଭଳି ବ୍ୟବହାର ଦେଖି ସେ ଆଉ ଟିକସ ଦେବେ କି ନାହିଁ, ତାହା ଭାବିବାକୁ ବାଧ୍ୟ ହୋଇଛନ୍ତି।
ସୀମାରେ ଯବାନଙ୍କୁ ଉନ୍ନତ ସୁବିଧା, ପିଲାଙ୍କୁ ଭଲ ସ୍କୁଲ ଓ ରୋଗୀଙ୍କୁ ଭଲ ଡାକ୍ତରଖାନା ଦରକାର ବୋଲି ସେ କହିଛନ୍ତି।
ଶେଷରେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି, ଟିକସ ଦେବା ବନ୍ଦ କରିଦେବେ ନା ସମସ୍ତେ ଏକାଠି ହୋଇ ଆଗାମୀ ନିର୍ବାଚନରେ ସରକାର ବଦଳାଇବାକୁ ଉଦ୍ୟମ କରିବେ?
ତେବେ ଏହି ସମସ୍ତ ଖର୍ଚ୍ଚ ନେଇ ୱାଙ୍ଗଚୁକ୍ ନିଜ ପକ୍ଷରୁ ଅଭିଯୋଗ ଓ ଆକଳନ ରଖିଛନ୍ତି।
Attacked: ଶ୍ରୀରାମପୁର ଜନସଭା ପୂର୍ବରୁ ହାଇଡ୍ରାମା: ଗୃହବନ୍ଦୀ କରାଯାଇଥିବା ମମତାଙ୍କ ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
