A unique manifestation: ସ୍ନେହ, ଭକ୍ତିର ଅନନ୍ୟ ନିଦର୍ଶନ
"ଜୟପୁର: ସ୍ନେହ ଓ ଭକ୍ତିର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ଶ୍ରାବଣ ଦ୍ବିତୀୟ ସୋମବାରରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଠାରେ।
ମାନସିକ ପୂର୍ଣ୍ଣ ହୋଇଥିବାରୁ ଭଣଜାକୁ କାଉଡ଼ିରେ ବୋହି ଜଳାଭିଷେକ କରିଛନ୍ତି ମାମୁ।
ଭଣଜାର ଓଜନ ଯେତିକି, ସେତିକି ଓଜନର ଜଳଭାର ନେଇ ଗୁପ୍ତେଶ୍ବର ମହାଦେବଙ୍କ ଜଳାଭିଷେକ ଚର୍ଚ୍ଚାର ବିଷୟ ହୋଇଛି।
Advertisment Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ ମାଲକାନଗିରି ଜିଲ୍ଲା ବାଲିମେଳା ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ନିଜ ଭଉଣୀର ସନ୍ତାନ ପ୍ରାପ୍ତି ପାଇଁ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ମାନସିକ ରଖିଥିଲେ।
ପୁତ୍ରସନ୍ତାନ ହେଲେ ଜଳାଭିଷେକ କରିବାକୁ ଯିବେ।
ଭଣଜା ଓଜନ ସହ ସମାନ ଓଜନର ଜଳ କାଉଡ଼ିରେ ବୋହି ବାବାଙ୍କ ପୀଠରେ ଜଳାଭିଷେକ କରିବେ।
ବାବା ଗୁପ୍ତେଶ୍ୱରଙ୍କ କୃପାରୁ ମାନସିକ ପୂରଣ ହୋଇଥିବାରୁ ଚଳିତ ଶ୍ରାବଣ ମାସରେ ମାମୁ ପ୍ରତିଶ୍ରୁତି ପାଳନ କରିଛନ୍ତି।
ତେବେ ତାଙ୍କ ଜଳାଭିଷେକ ଲାଗି ଯାତ୍ରାଶୈଳୀ ଭକ୍ତଙ୍କୁ ଭାବବିହ୍ୱଳ କରିଥିଲା।
ଶ୍ରଦ୍ଧାଳୁ ସୁସଜ୍ଜିତ କାଉଡ଼ିର ଗୋଟିଏ ପାର୍ଶ୍ୱରେ ନିଜ ଭଣଜାକୁ ସୁରକ୍ଷିତ ଭାବେ ବସାଇ ଅନ୍ୟ ପାର୍ଶ୍ୱରେ ସେତିକି ଓଜନର ପବିତ୍ର ଜଳ ରଖିଥିଲେ।
Smart Bazaar: ସ୍ମାର୍ଟ ବଜାରର "ଫୁଲ୍ ପୈସା ବସୁଲ୍ ସେଲ୍""
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
