Table Tennis: ରାଜ୍ୟ ଅନ୍ତଃସ୍କୁଲ ଟେବୁଲ ଟେନିସ୍‌: ଶ୍ବେତା, ଆୟୁଷ୍ମାନ, ଉର୍ଜା, ସୋମନାଥ ବିଜେତା

Aug 11, 2026 - 05:15
Table Tennis: ରାଜ୍ୟ ଅନ୍ତଃସ୍କୁଲ ଟେବୁଲ ଟେନିସ୍‌: ଶ୍ବେତା, ଆୟୁଷ୍ମାନ, ଉର୍ଜା, ସୋମନାଥ ବିଜେତା

"କଟକ: ଓଡ଼ିଶା ଟେବୁଲ ଟେନିସ୍‌ ସଂଘ ଓ ୟଙ୍ଗ ଜେନେରେସନ ‌ଟେବୁଲ ଟେନିସ୍‌ ସଂଘ ପକ୍ଷରୁ କଟକ ସିଡିଏ ସେକ୍ଟର-୭ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର୍ ହଲରେ ଚାଲିଥିବା ସପ୍ତମ ରାଜ୍ୟ ଅନ୍ତଃସ୍କୁଲ ଟେବୁଲ ଟେନିସ ପ୍ରତିଯୋଗିତାରେ ସୋମବାର ବ୍ୟକ୍ତିଗତ ବର୍ଗ ଚୂଡାନ୍ତ ହୋଇଛି।

ଏଥିସହିତ ୱାଇଜିଟିଟିଏ ରାଜ୍ୟ ରାକିଙ୍ଗ୍‌ ଟେବୁଲ ଟେନିସ୍‌ର ଶୁଭାରମ୍ଭ ହୋଇଛି।

ବ୍ୟକ୍ତିଗତ ବିିଭାଗର କନିଷ୍ଠ ବାଳିକା ଏକକ ବର୍ଗରେ ଗୁୁରୁନାନକ ପବ୍ଲିକ୍‌ ସ୍କୁଲ ଛାତ୍ରୀ ଶ୍ବେତା ବର୍ମା ୩-୦ରେ ଭୁବନେଶ୍ବର ବିଜେଇଏମ୍‌ ସ୍କୁଲ ଛାତ୍ରୀ ଆରାଧ୍ୟା ସାହୁଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି।

Advertisment Public grievance hearing: ରାଇରଙ୍ଗପୁରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର; ୪ଟି ମାମଲାର ତତ୍କାଳ ସମାଧାନ ସେହିପରି କନିଷ୍ଠ ବାଳକ ଏକକରେ ଡିପିଏସ୍‌ କଳିଙ୍ଗାର ଆୟୁଷ୍ମାନ ପତି ୩-୨ ଗେମ୍‌ରେ ଭୁବନେଶ୍ବର ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ର ଆର୍ଯ୍ୟାଂଶ ପ୍ରସାଦ ସିଂହଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି।

ବରିଷ୍ଠ ବାଳିକା ଏକକରେ ରେଭେନ୍‌ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଉର୍ଜା ବର୍ମା ୩-୦ରେ ଶୈଳବାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଫିଆ ମୋହସିନ୍‌ଙ୍କୁ ପରାସ୍ତ କରି ବିଜେତା ହୋଇଥିବା ବେଳେ ବରିଷ୍ଠ ବାଳକ ଏକକରେ ସହୀଦନଗର ହାଇସ୍କୁଲର ସୋମନାଥ ସୌମ୍ୟରଞ୍ଜନ ସୁବୁଦ୍ଧି ୩-୦ରେ କଟକ ନିୟୁ ଷ୍ଟୁଆର୍ଟ ସ୍କୁଲର ଜିଆଦ୍‌ ଖାନଙ୍କୁ ପରାସ୍ତ କରି ବିଜେତା‌ ହୋଇଛନ୍ତି।

କଳା ବିକାଶ କେନ୍ଦ୍ରର "ନୃତ୍ୟୋଦ୍ଭବ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media