UAE missile attack alert: ୟୁଏଇରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସତର୍କତା

Aug 18, 2026 - 21:45
UAE missile attack alert: ୟୁଏଇରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସତର୍କତା

"ଆବୁଧାବି: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ମଙ୍ଗଳବାର ସତର୍କତା ଜାରି କରାଯାଇଛି।

ଦେଶର ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ୟୁଏଇକୁ ଲକ୍ଷ୍ୟ କରି ଏକ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଧମକ ଚିହ୍ନଟ କରିବା ପରେ ଜାତୀୟ ଜରୁରିକାଳୀନ ସଙ୍କଟ ଓ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ସିଇଏମ୍‌ଏ) ଏହି ସୂଚନା ଦେଇଛି।

ଏହା ଗତ କିଛି ମାସ ମଧ୍ୟରେ ୟୁଏଇ ପକ୍ଷରୁ ଜାରି ହୋଇଥିବା ପ୍ରଥମ ଏଭଳି ସତର୍କତା।Advertisment ଏନ୍‌ସିଇଏମ୍‌ଏ ମଙ୍ଗଳବାର "ଏକ୍ସ"ରେ ଜାରି କରିଥିବା ବିବୃତିରେ ଲୋକଙ୍କୁ ନିରାପଦ ସ୍ଥାନରେ ରହିବା ସହ ସରକାରୀ ଚ୍ୟାନେଲ୍‌ ମାଧ୍ୟମରେ ଜାରି ହେଉଥିବା ସତର୍କତା ଓ ନୂଆ ସୂଚନାକୁ ଅନୁସରଣ କରିବାକୁ କହିଛି।

Attack: ହର୍ମୁଜ୍ ନିକଟରେ ଭାରତୀୟ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ: ଭାରତ ଦେଲା କଡ଼ା ଚେତାବନୀ ୟୁଏଇର ଗୃହ ମନ୍ତ୍ରଣାଳୟ ମଧ୍ୟ "ବର୍ତ୍ତମାନର ପରିସ୍ଥିତି" ଓ "ସମ୍ଭାବ୍ୟ କ୍ଷେପଣାସ୍ତ୍ର ଧମକ"କୁ ଦୃଷ୍ଟିରେ ରଖି ଲୋକଙ୍କୁ ନିକଟତମ ସୁରକ୍ଷିତ କୋଠାରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଲଢ଼େଇ ଶେଷ କରିବା ଉଦ୍ଦେଶ୍ୟରେ ଇରାନ୍‌ ଓ ଆମେରିକା ମଧ୍ୟରେ ହୋଇଥିବା ବୁଝାମଣାର ସମୟସୀମା ସୋମବାର ଶେଷ ହେବାର ଗୋଟିଏ ଦିନ ପରେ ୟୁଏଇର ଏହି ସତର୍କତା ଆସିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media