ଅଗରକର-ଲକ୍ଷ୍ମଣ ମୁହାଁମୁହିଁ;ଚରମସୀମାରେ ବିବାଦ

Sep 21, 2026 - 15:17
Updated: 5 hours ago

ନୂଆଦିଲ୍ଲୀ:ମୁହାଁମୁହିଁ ହେ​‌ଲେ ଦୁଇ ଭାରତୀୟ କ୍ରିକେଟର। ଅଜିତ ଅଗରକର ଓ  ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟରେ  ଦେଖାଦେଇଥିବା  ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଜଣେ ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲୁଥିବା ବେଳେ, ଅନ୍ୟଜଣ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁସାରେ, ଆହତ ଖେଳାଳିଙ୍କ ପରିଚାଳନା ଏବଂ ଭାରତ ‘ଏ’ ଦଳର ମ୍ୟାଚ୍ ସୂଚୀକୁ ନେଇ ଦୁହିଁଙ୍କ ମଧ୍ୟରେ ଗଭୀର ମତଭେଦ ଉପୁଜିଥିଲା।ଜୁଲାଇ ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ହୋଇଥିବା ଅଗରକରଙ୍କ କାର୍ଯ୍ୟକାଳ ନେଇ ଏବେ ବିସିସିଆଇରେ ପରିବର୍ତ୍ତନର ଚର୍ଚ୍ଚା ଜୋର ଧରିଛି। ସୂଚନା  ଅନୁସାରେ, ଅଗରକର ଆଉ ମୁଖ୍ୟ ଚୟନକର୍ତ୍ତା ଭାବେ ଆଗକୁ ବଢ଼ିବାକୁ ଇଚ୍ଛୁକ ନୁହନ୍ତି ଏବଂ ବିସିସିଆଇ ନୂଆ ଚୟନକର୍ତ୍ତା ଖୋଜିବା ପ୍ରକ୍ରିୟାରେ ଅଛି।

ସୂଚନା ଅନୁସାରେ, ଅଗରକରଙ୍କ ଭବିଷ୍ୟତ ନେଇ ବିସିସିଆଇ ସହ ମତଭେଦର ଏକ ପ୍ରମୁଖ ପ୍ରସଙ୍ଗ ଥିଲା ରୋହିତ ଶର୍ମାଙ୍କ ଦିନିକିଆ ଭବିଷ୍ୟତ। ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ରୋହିତଙ୍କ ଭବିଷ୍ୟତ ନେଇ ଏକ ଦିଗରେ ଚିନ୍ତା କରୁଥିବା ବେଳେ, ଏହାକୁ ନେଇ ବିସିସିଆଇର ଭିନ୍ନ ମତ ଥିବା ରିପୋର୍ଟରେ ଦାବି କରାଯାଇଛି।ଆହତ ଖେଳାଳିଙ୍କ ନୀତି ଏବଂ ଭାରତ ‘ଏ’ ଦଳର ମ୍ୟାଚ୍ ସୂଚୀ ଦୁଇଟି ମୁଖ୍ୟ ପ୍ରସଙ୍ଗ ଥିଲା। COE ମୁଖ୍ୟ ଭାବେ ଲକ୍ଷ୍ମଣ ଭାରତ ‘ଏ’ ଦଳର ଖେଳାଳିମାନେ ପ୍ରତିଯୋଗିତାମୂଳକ କ୍ରିକେଟ୍‌ରେ ଶକ୍ତିଶାଳୀ ଦଳ ନେଇ ଖେଳନ୍ତୁ ବୋଲି ଗୁରୁତ୍ୱ ଦେଉଥିଲେ ବୋଲି ଜଣେ ପୂର୍ବତନ ରାଜ୍ୟ ଦଳର କୋଚ୍ କହିଥିବା ନେଇ ଜଣାପଡିଛି  ।

ଅନ୍ୟପକ୍ଷରେ, ଅଗରକର ଏସିଆନ୍ ଗେମ୍ସ ପାଇଁ ପ୍ରଥମ ପସନ୍ଦର ଖେଳାଳିଙ୍କୁ ଖେଳାଇବାର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିବା ଦାବି କରାଯାଇଛି। ହାଙ୍ଗଝୋ ଏସିଆନ୍ ଗେମ୍ସ ସମୟରେ ଭାରତର ପ୍ରମୁଖ ଦଳ ଦିନିକିଆ ବିଶ୍ୱକପ୍‌ରେ ବ୍ୟସ୍ତ ଥିବାରୁ ଋତୁରାଜ ଗାଏକୱାଡ୍ ଦଳର ନେତୃତ୍ୱ ନେଇଥିଲେ।

ଆସନ୍ତା କାର୍ଯ୍ୟସୂଚୀ ମଧ୍ୟ ଦୁଇ ପକ୍ଷର ମତପାର୍ଥକ୍ୟର ଏକ କାରଣ ହୋଇଥିବା ନେଇ କୁହାଯାଇଛି। ପୁଡୁଚେରୀରେ ଭାରତ ‘ଏ’ର ଦୁଇଟି ଟେଷ୍ଟ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୨ ମଧ୍ୟରେ ହେବା ସହ ଶ୍ରୀନଗରରେ ଇରାନୀ କପ୍ ଅକ୍ଟୋବର ୧-୫ ମଧ୍ୟରେ ରହିଛି। ସେହିପରି, ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ଭାରତ ‘ଏ’ର ତିନିଟି ଟେଷ୍ଟ ଅକ୍ଟୋବର ୨୪ରୁ ନଭେମ୍ବର ୧୦ ମଧ୍ୟରେ ହେବାକୁ ଥିବା ବେଳେ ଏହା ଭାରତୀୟ ଦଳର ଧଳା ବଲ୍ ସିରିଜ୍ ସହ ଓଭରଲାପ୍ କରୁଛି।

ଇଂଲଣ୍ଡ ବିପକ୍ଷ ସିରିଜ୍ ପରେ ସେପ୍ଟେମ୍ବର ୩ରେ ମୁମ୍ବାଇରେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଡାକିଥିଲା। ବୈଠକରେ ଗୌତମ ଗମ୍ଭୀର, ଭିଭିଏସ୍‌ ଲକ୍ଷ୍ମଣ, ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟରଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅଗରକର ତେବେ ଉପସ୍ଥିତ ନଥିଲେ।ବିସିସିଆଇ ସଚିବ ଦେବଜିତ ସାଇକିଆ ସେତେବେଳେ ସ୍ପଷ୍ଟ କରିଥିଲେ ଯେ ଅଗରକର ସହର ବାହାରେ ଥିଲେ ଏବଂ ବୈଠକଟି ଅଳ୍ପ ସମୟର ନୋଟିସ୍‌ରେ ଡକାଯାଇଥିବାରୁ ସେ ଯୋଗ ଦେଇପାରିନଥିଲେ। ଖରାପ କନେକ୍ଟିଭିଟି ଯୋଗୁଁ ଅନଲାଇନ୍‌ରେ ମଧ୍ୟ ଯୋଗ ଦେବା ସମ୍ଭବ ହୋଇନଥିଲା ବୋଲି ସାଇକିଆ କହିଥିଲେ।ଏହି ଅନୁପସ୍ଥିତିକୁ ଅଗରକରଙ୍କ କାର୍ଯ୍ୟକାଳ ନେଇ ବଢ଼ୁଥିବା ଅନିଶ୍ଚିତତାର ଆଉ ଏକ କାରଣ ଭାବେ ଦର୍ଶାଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Samaja Live ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)