ପୁରୁଷ ଟିଟିରେ ଭାରତକୁ ମିଶ୍ରିତ ଫଳାଫଳ

Sep 21, 2026 - 14:31
Updated: 5 hours ago

ନାଗୋୟା:ଏସୀୟ କ୍ରୀଡ଼ାରେ ରବିବାର ପୁରୁଷ ଟେବୁଲ ଟେନିସ୍‌ରେ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ଭାରତୀୟ ପୁରୁଷ ଦଳ ଗ୍ରୁପ୍‌ ‘ଏଫ୍‌’ର ପ୍ରଥମ ମ୍ୟାଚ୍‌ରେ ଇେଣ୍ଡାନେସିଆକୁ ୩-୦ ମ୍ୟାଚ୍‌ରେ ପରାସ୍ତ କରିଥିଲା। ତେବେ ୨ୟ ମ୍ୟାଚ୍‌ରେ ଭାରତକୁ ୩-୦ ମ୍ୟାଚ୍‌ରେ ଇରାନ୍‌ ପରାସ୍ତ କରିଛି। ଇଣ୍ଡୋନେସିଆ ବିପକ୍ଷରେ ଭାରତର ଜି. ସତ୍ୟନ୍ ୧୧-୮, ୧୧-୭, ୧୧-୯ରେ ପ୍ରତିପକ୍ଷର ମହମ୍ମଦ ନିଗାରାଙ୍କୁ ପରାସ୍ତ କରିଥିଲେ। ପରେ ଭାରତର ମାନବ ଠକ୍କର ୩-୨ ଗେମ୍‌ରେ ଇେଣ୍ଡାନେସିଆର ମହମ୍ମଦ ଜନିନ୍ଦ୍ରାଙ୍କୁ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ ଭାରତର ମାନୁଷ ଶାହା ୧୧-୯, ୧୧-୯, ୧୨-୧୦ରେ ଇଣ୍ଡୋନିଆର ଆଫାନ୍‌ ପ୍ରଥାମାଙ୍କୁ ପରାସ୍ତକରି ଭାରତକୁ ବିଜୟୀ କରିଥିଲେ। ଗ୍ରୁପ୍‌ ‘ଏଫ୍‌’ର ୨ୟ ମ୍ୟାଚ୍‌ରେ ଭାରତକୁ ୩-୦ ମ୍ୟାଚ୍‌ରେ ଇରାନ୍‌ ପରାସ୍ତ କରିଛି। ପୂରା ମୁକାବିଲାରେ ଭାରତୀୟ ଖେଳାଳି ମାତ୍ର ୨ଟି ଗେମ୍‌ ଜିତି ପାରିଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତର ମାନୁଷ ଶାହାଙ୍କୁ ଇରାନ୍‌ର ନୋସାଦ୍ ଆଲାମିଆଁ ୩-୦ ଗେମ୍‌ରେ ପରାସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ଭାରତର ମାନବ ଠକ୍କରଙ୍କୁ ଇରାନ୍‌ର ବିଶ୍ବବିଖ୍ୟାତ ଖେଳାଳି ବେନ୍ୟାମିନ୍ ଫରାଜି ୩-୦ ଗେମ୍‌ରେ ପରାସ୍ତକରି ଦଳକୁ ୨-୦ ମ୍ୟାଚ୍‌ରେ ଆଗୁଆ କରିଥିଲେ। ଭାରତକ ମ୍ୟାଚ୍‌ରେ ତିଷ୍ଠି ରହିବା ଲାଗି ୩ୟ ମ୍ୟାଚ୍‌ ଜିତିବାର ଥିଲା। ହରମିତ ଦେଶାଇ ୨ଟି ଗେମ୍‌ ଜିତିବା ସତ୍ତ୍ବେ ପରାସ୍ତ ହୋଇଥିଲେ। ହରମିତଙ୍କୁ ଇରାନ୍ ନିମା ଆଲାମିଆଁ ୩-୨ ଗେମ୍‌ରେ ପରାସ୍ତ କରିଥିଲେ। ସୋମବାର ଭାରତୀୟ ପୁରୁଷ ଓ ମହିଳା ଦଳ ପାକିସ୍ତାନର ମୁକାବିଲା କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Samaja Live ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)