ବ୍ୟାଡ୍‌ମିଣ୍ଟନ: କାଜାଖ୍‌ସ୍ତାନକୁ ହରାଇ ଭାରତ କ୍ବାର୍ଟରରେ

Sep 21, 2026 - 14:09
Updated: 6 hours ago

ନାଗୋୟା: ଏସୀୟ କ୍ରୀଡ଼ାରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ପଦକ ଆଶାୟୀ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଦଳ। ଡବଲ ଅଲିମ୍ପିକ୍‌ସ ପଦକ ବିଜୟିନୀ ପି.ଭି. ସିନ୍ଧୁ ନେତୃତ୍ବାଧୀନ ଭାରତୀୟ ମହିଳା ଦଳ ରବିବାର ପ୍ରିକ୍ବାର୍ଟରଫାଇନାଲରେ ୩-୦ ମ୍ୟାଚ୍‌ରେ କାଜାଖ୍‌ସ୍ତାନକୁ ପରାସ୍ତ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ପି.ଭି. ସିନ୍ଧୁ ମାତ୍ର ୨୪ ମିନିଟରେ କାଜାଖ୍‌ସ୍ତାନର କାମିଲା ସ୍ମାଗୁଲୋଭାଙ୍କୁ ୨୧-୧୭, ୨୧-୯ ଗେମ୍‌ରେ ପରାସ୍ତକରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ୨ୟ ମ୍ୟାଚ୍‌ରେ ଭାରତର ଉନ୍ନତି ହୁଡା ୨୨ ମିନିଟ୍‌ରେ ୨୧-୧୭, ୨୧-୧୦ ଗେମ୍‌​‌େ​‌ର କାଜାଖ୍‌ସ୍ତାନର ଆଲିସା କୁଲେସୋଭାଙ୍କୁ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ କନିଷ୍ଠ ବିଶ୍ବ ଚମ୍ପିଆନ୍‌ ତଥା ଭାରତର ଉଦୀୟମାନ ଖେଳାଳି ତନ୍ବୀ ଶର୍ମା ମାତ୍ର ୧୯ ମିନିଟ ସମୟ ନେଇ କାଜାଖ୍‌ସ୍ତାନର ଡାଏନା ନାମୋନୋଭାଙ୍କୁ ପରାସ୍ତ କରିଥିଲେ। ଭାରତ ୩-୦ରେ ମୁକାବିଲା ଜିତି ନେଇଥିବାରୁ ଡବଲ୍‌ସ ଖେଳିବାର ଆବଶ୍ୟକତା ପଡ଼ିଥିଲା। କ୍ବାର୍ଟରଫାଇନାଲରେ ଭାରତୀୟ ମହିଳା ଦଳ ୨ୟ ଶକ୍ତିଶାଳୀ ଜାପାନ ବିପକ୍ଷରେ ଖେଳିବ। ଜାପାନ ମହିଳା ଦଳକୁ ପ୍ରଥମ ରାଉଣ୍ଡରେ ବାଇ ମିଳିଛି।

ବୁଧ-ଗୁରୁଙ୍କ ଲାଭଦୃଷ୍ଟି ଯୋଗ; ଜାଣନ୍ତୁ କେଉଁ ରାଶିଙ୍କ ଆଲମିରା ଧନରେ ଭରିବ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Samaja Live ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)