ଟିଟି: ଭାରତୀୟ ମହିଳା ଦଳର ଡବଲ୍‌ ବିଜୟ

Sep 21, 2026 - 14:10
Updated: 6 hours ago

ନାଗୋୟା: ଏସୀୟ କ୍ରୀଡ଼ାରେ ରବିବାର ଟେବୁଲ ଟେନିସ୍‌ରେ ଭାରତୀୟ ମହିଳା ଦଳ ୨ଟି ମ୍ୟାଚ୍‌ ଜିତି ପରବର୍ତ୍ତୀ ରାଉଣ୍ଡକୁ ଯିବା ଆଶା ବଜାୟ ରଖିଛି। ମହିଳା ଦଳ ଗ୍ରୁପ୍ ‘ଏଫ୍‌’ର ପ୍ରଥମ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ସହଜରେ ୩-୦ ମ୍ୟାଚ୍‌ରେ ପରାସ୍ତ କରିଥିଲା। ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଇେଣ୍ଡାନେସିଆକୁ ୩-୦ ମ୍ୟାଚ୍‌ରେ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତର ଶ୍ରୀଜା ଆକୁଲା ୩-୧ ଗେମ୍‌ରେ ଇଣ୍ଡୋନେସିଆର ନି ମହାରାଣୀଙ୍କୁ ପରାସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ଭାରତର ଦିୟା ଚିତାଲେ ୩-୦ ଗେମ୍‌ରେ ପ୍ରତିପକ୍ଷର ଆଲ୍‌ମୈରାଙ୍କୁ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ ଯଶସ୍ବିନୀ ଘୋରପଡ଼େ ୩-୦ ଗେମ୍‌ରେ ଇଣ୍ଡୋନେସିଆର ସିଟ୍ରା ରଶ୍ମିଙ୍କୁ ପରାସ୍ତକରି ଭାରତକୁ ଜିତାଇଥିଲେ।ଗ୍ରୁପ୍‌ ‘ଏଫ୍‌’ର ୨ୟ ମ୍ୟାଚ୍‌ରେ ଭାରତ ଏକ ରୋମାମଞ୍ଚକର ମୁକାବିଲା​‌ରେ ସିଙ୍ଗାପୁରକୁ ୩-୨ ମ୍ୟାଚ୍‌ରେ ପରାସ୍ତ କରିଥିଲା। ଭାରତ ୧-୨ ମ୍ୟାଚ୍‌ରେ ପଛୁଆ ଥି​‌ଲେ ହେଁ ଶ୍ରୀଜା ଆକୁଲା ଓ ଯଶସ୍ବିନୀ ଘୋରପଡ଼େ ଶେଷ ୨ଟି ମ୍ୟାଚ୍‌ ଜିତି ଭାରତକୁ ବିଜୟ ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଯଶସ୍ବିନୀ ଘୋରପଡ଼େ ୩-୧ ଗେମ୍‌ରେ ସିଙ୍ଗାପୁରର ଜିଆନ୍‌ ଜେଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ୨ୟ ମ୍ୟାଚ୍‌ରେ ଭାତରର ଶ୍ରୀଜା ଆକୁଲାଙ୍କୁ ସିଙ୍ଗାପୁରର ମିଙ୍ଗ୍‌ ଲୟ ୩-୨ ଗେମ୍‌ରେ ପରାସ୍ତ କରିଥିଲେ। ୩ୟ ମ୍ୟାଚ୍‌ରେ ଦିୟା ଚିତାଲେଙ୍କୁ ପ୍ରତିପକ୍ଷର ଝାଓ ଟାନ୍‌ ୩-୧ ଗେମ୍‌ରେ ପରାସ୍ତକରି ସିଙ୍ଗାପୁରକୁ ୨-୧ ମ୍ୟାଚ୍‌ରେ ଆଗୁଆ କରିଥିଲେ। ୪ର୍ଥ ମ୍ୟାଚ୍‌ରେ ଶ୍ରୀଜା ଆକୁଳା ୩-୧ ଗେମ୍‌ରେ ଜିଆନ୍ ଜେଙ୍ଗ୍‌ଙ୍କୁ ହରାଇ ମୁକାବିଲାକୁ ୨-୨ କରିଥିଲେ। ନିର୍ଣ୍ଣାୟକ ୫ମ ତଥା ଅନ୍ତିମ ମ୍ୟାଚ୍‌ରେ ଭାତରର ଯଶସ୍ବିନୀ ଘୋରପଡ଼େ ସଂଘର୍ଷପୂର୍ଣ୍ଣ ୩-୨ ଗେମ୍‌ରେ ମିଙ୍ଗ୍‌ ଲୟଙ୍କୁ ପରାସ୍ତକରି ଭାରତକୁ ବିଜୟୀ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Samaja Live ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)