ବିଚ୍ ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ; ଭାଇରାଲ ଭିଡିଓ ପରେ ୩ ଗିରଫ

Sep 21, 2026 - 16:29
ବିଚ୍ ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ; ଭାଇରାଲ ଭିଡିଓ ପରେ ୩ ଗିରଫ

ବିହାର:ଛାତ୍ରଛାତ୍ରଙ୍କୁ ଅସଦାଚରଣ କଲେ ଦର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ଜାମୁଇର। ଦୁଇ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ସହ ଅସଦାଚରଣ କରାଯାଇଥିବା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ  ତିନି ଜଣଙ୍କୁ ଗିରଫ କରିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ପୁଲିସର ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟଣାଟି ଘଟିଥିଲା। ସୋସିଆଲ ମିଡିଆରେ ଭିଡିଓ ପ୍ରସାରିତ ହେବା ପରେ ବ୍ୟବହାରକାରୀମାନେ ବିହାର ପୁଲିସକୁ ଟ୍ୟାଗ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ପୋଲିସ ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା।

ଜାମୁଇ ଏସ୍‌ପି ବିଶ୍ୱଜିତ ଦୟାଲଙ୍କ ଅନୁସାରେ, ପୁଲିସ ପୀଡ଼ିତ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରିଛି। ଭିଡିଓରେ ଦେଖାଯାଉଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଫୁଟେଜ୍‌ର ବିଶ୍ଳେଷଣ କରାଯାଇଥିଲା। ପରେ ତିନି ଜଣଙ୍କୁ ଗିରଫ କରାଯାଇଛି।ଭାଇରାଲ ଭିଡିଓରେ କିଛି ଲୋକ ଦୁଇ ଛାତ୍ରଛାତ୍ରୀଙ୍କୁ ଘେରି ରହିଥିବା ଦେଖାଯାଉଛି। ଭିଡିଓର ଏକ ଅଂଶରେ ଜଣେ ବ୍ୟକ୍ତି ଛାତ୍ରଙ୍କ କଲର ଧରି ତାଙ୍କୁ ଟାଣି ନେଉଥିବା ଦେଖାଯାଏ। ଛାତ୍ର ଜଣକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ମୁଖାପିନ୍ଧା ବ୍ୟକ୍ତି ତାଙ୍କ ପଛରେ ଯାଉଥିବା ଭିଡିଓରେ ଦେଖାଯାଇଛି।

ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୀବ୍ର ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସେ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ POCSO ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ବିହାର ମନ୍ତ୍ରୀ ସୁନୀଲ କୁମାର ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ସେ ଜାମୁଇ ଏସ୍‌ପିଙ୍କ ସହ କଥା ହେବେ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ଉଚିତ ବୋଲି କହିଛନ୍ତି। ତେବେ ଏକ ଘଟଣାକୁ ଆଧାର କରି ସମଗ୍ର ବିହାରର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମତାମତ ଦେବା ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।ପୁଲିସ ଏବେ ଗିରଫ ତିନି ଜଣଙ୍କ ଭୂମିକା, ଭିଡିଓରେ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ପରିଚୟ ଏବଂ ଘଟଣାର ପୂରା ପୃଷ୍ଠଭୂମି ନେଇ ତଦନ୍ତ ଚଳାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Samaja Live ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)