ମହିଳା ଏମ୍‌ଏମ୍‌ଏରେ ପଦକ ନିଶ୍ଚିତ କଲେ ସୂଚିକା

Sep 21, 2026 - 14:38
Updated: 5 hours ago

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଛି ମିକ୍ସଡ ମାର୍ଶାଲ ଆର୍ଟସ ବା ଏମ୍‌ଏମ୍‌ଏ। ଏହି ଖେଳରେ ସେମିଫାଇନାଲରେ ପ୍ରବେଶ କରି ଭାରତର ସୂଚିକା ତରିୟାଲ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଏହି ଇଭେଣ୍ଟରେ ଦୁଇ ସେମିଫାଇନାଲିଷ୍ଟଙ୍କୁ ମଧ୍ୟ ପଦକ ପ୍ରଦାନ କରାଯାଏ। ତେବେ ସୂଚିକା ବିଜୟୀ ହୋଇ ସ୍ବର୍ଣ୍ଣପଦକ ଦୌଡ଼ରେ ରହିଛନ୍ତି। ସୋମବାର ସୂଚିକାଙ୍କ ସେମିଫାଇନାଲ ମୁକାବିଲା ଅଛି। ସୂଚିକା ମହିଳା ୬୦ କିଗ୍ରା ଇଭେଣ୍ଟରେ ଭାଗ ନେଇଥଲେ। ରବିବାର କ୍ବାର୍ଟରଫାଇନାଲରେ ସୂଚିକା ମଙ୍ଗୋଲିଆର ଆଲ୍‌ଟାନଚିମେଗ୍‌ ବାଇଗାଲ୍‌ମାଙ୍କୁ ୨-୦ ପଏଣ୍ଟରେ ପରାସ୍ତକରି ସେମିରେ ସ୍ଥାନ ନିଶ୍ଚିତ କରିବା ସହ ପଦକ ମଧ୍ୟ ନିଶ୍ଚିତ କରିଛନ୍ତି। ୩୬ ବର୍ଷ ବୟସ୍କ ଦେଶର ନାମୀ ମାର୍ଶାଲ ଆର୍ଟସ ବିଶେଷଜ୍ଞ ସୂଚିକା ପୂର୍ବରୁ ଦୁଇ ଦଶନ୍ଧି ଧରି ଆନ୍ତର୍ଜାତିକ ସ୍ତରରେ ଜୁଡୋ, କୁରାସ୍‌, ଜି-ଜିତ୍‌ସୁରେ କୃତିତ୍ବର ସହ ପ୍ରଦର୍ଶନ କରିଥିଲେ। ଏବେ ମିକ୍ସଡ ମାର୍ଶାଲ ଆର୍ଟସ (ଏମ୍‌ଏମ୍‌ଏ)ରେ ତାଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସୂଚିକା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋ ଏବଂ ୨୦୨୩ ଏସୀୟ କ୍ରୀଡ଼ାରେ କୁରାସ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୨୪ରେ ସେ ଜୁଡୋରେ ବିଶ୍ବ ଚମ୍ପିଆନ୍‌ ମଧ୍ୟ ହୋଇଥିଲେ। ସୂଚିକା ପଦକ ନିଶ୍ଚିତ କରିଥିବା ବେଳେ ଏମ୍‌ଏମ୍‌ଏରେ ପୁରୁଷ ୭୭ କିଗ୍ରା ବର୍ଗରେ ବରୁଣ ସାନ୍ୟାଲ ପ୍ରତିଯୋଗିତାରୁ ଓହରିଯିବା ଭାରତ ପାଇଁ ଶକ୍ତ ଧକ୍କା ହୋଇଛି। ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ବରୁଣ ପ୍ରତିଯୋଗିତା ପାଇଁ ଓହ୍ଲାଇନଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Samaja Live ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)