50 crore rupees: ୫୦ କୋଟି ଟଙ୍କାର ବାଲି ଠୁଳ: ପୁଲିସ ସୁରକ୍ଷାରେ ଯାଉଛି ମାଫିଆଙ୍କ ହାଇୱା
"ଜଗତସିଂହପୁର: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି।
ଉପରମୁଣ୍ଡରେ ବର୍ଷା ବଢ଼ିଲେ ଆଉ କିଛି ଦିନ ମଧ୍ୟରେ ନଦୀରେ ପାଣି ଆସିଯିବ।
ପାଣି ଆସିବା ପୂର୍ବରୁ ଏବେ ଦିନରାତି ବାଲି ବୁହା ଚାଲିଛି।
ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଫିଆମାନେ ବାଲିର ପାହାଡ଼ ତିଆରି କଲେଣି।
ରାଜରାସ୍ତାରେ ଦିନରାତି ବାଲି ବୁହା ଚାଲିଛି।
ଏପରିକି ପୁଲିସ ସୁରକ୍ଷାରେ ମାଫିଆଙ୍କ ବାଲି ବୋଝେଇ ହାଇଵା ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି।
ତଥ୍ୟ ଅନୁସାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ପ୍ରାୟ ୫୦ରୁ ଅଧିକ ସ୍ଥାନରେ ବାଲି ଠୁଳ କରି ପାହାଡ଼ କରାଯାଇଛି।
ଏପରିକି ଜଣେ ଜଣେ ମାଫିଆ ୫୦୦ ହାଇଵା ଟ୍ରିପ୍ ବାଲି ଠୁଳ କରି ସାରିଲେଣି।
ଜଗତସିଂହପୁର, ପାରାଦୀପ, ବିରିଡ଼ି, କୁଜଙ୍ଗ ଅଞ୍ଚଳରେ ବିପୁଳ ପରିମାଣର ବାଲି ଠୁଳ ହୋଇଥିବା ଜଣାପଡ଼ିଛି।Advertisment Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ପୁଲିସ ସୁରକ୍ଷାରେ ଯାଉଛି ମାଫିଆଙ୍କ ହାଇୱାନଦୀରେ ପାଣି ଆସିବା ପୂର୍ବରୁ ଦିନରାତି ବୁହା ଚାଲିଛି ଘର କାମ କିମ୍ବା କୌଣସି ଠିକା କାମ ପାଇଁ ଅଳ୍ପ ପରିମାଣର ବାଲି ଗଚ୍ଛିତ ରଖିବାର ନିୟମ ରହିଛି।
କିନ୍ତୁ ପାହାଡ଼ ଭଳି ବାଲି ଠୁଳ କରିବାର କୌଣସି ନିୟମ ନାହିଁ।
ସବୁ ନୀତି ନିୟମକୁ ନଜରଅନ୍ଦାଜ କରି ବାଲି ଗଚ୍ଛିତ କରାଯାଉଛି।
ଯେତିକି ବାଲି ଠୁଳ କରାଯାଉଛି ତା"ଠାରୁ ଢେର ଅଧିକ ବେଆଇନ ଭାବେ ଉତ୍ତୋଳନ କରାଯାଉଛି।
ମାସକ ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କାର ବାଲି ଠୁଳ କରାଯାଇଥିବା ସୂଚନା ମିଳିଛି।
ବାଲି ଠୁଳ କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ପାଖରେ ଅନେକ ଅଭିଯୋଗ ପହଞ୍ଚିଛି।
କିନ୍ତୁ ପ୍ରଶାସନର ନିଷ୍କ୍ରିୟତା ସନ୍ଦେହର କାରଣ ହୋଇଛି।
ପ୍ରଶାସନ ଓ ଖଣି ବିଭାଗ ଉପରେ ପ୍ରଭାବଶାଳୀଙ୍କ ଚାପ ଯୋଗୁଁ ଏବେ ଜଗତସିଂହପୁର ଜିଲ୍ଲା ବାଲି ମାଫିଆଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି।
Weekly Horoscope 2026 June 28 to July 04: ଜାଣନ୍ତୁ ଏ ସପ୍ତାହର ରାଶିଫଳ"