Monsoon is coming: ବିଦେଶୀ ପକ୍ଷୀଙ୍କ ଆଗମନରେ ଆସୁଛି ମୌସୁମୀ: ସାଟେଲାଇଟ୍ ଫେଲ୍, ପକ୍ଷୀଙ୍କ ସନ୍ଦେଶ ଠିକ୍
"ରାୟଗଡ଼ା: ଆଧୁନିକ ଯୁଗରେ ପାଣିପାଗ ସୂଚନା ଦେଉଛି ସାଟେଲାଇଟ୍।
ବେଳେବେଳେ ପାଣିପାଗ ବିଭାଗର ଆକଳନ ଭୁଲ୍ ହେଉଛି।
ହେଲେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ର ଭାଲେରି ଗ୍ରାମକୁ ଆସୁଥିବା ବିଦେଶୀ ପକ୍ଷୀ ପାଣିପାଗ ଓ ମୌସୁମୀକୁ ନେଇ ଠିକ୍ ସନ୍ଦେଶ ଦେଇଥା"ନ୍ତି।
ଯାହାକୁ ବର୍ଷ ବର୍ଷ ଧରି ବିଶ୍ବାସ କରି ଆସୁଛନ୍ତି ଅଞ୍ଚଳବାସୀ।Advertisment Literature: କବିତା ଯୁଦ୍ଧ: କବି ରସାନନ୍ଦ ସାହୁଙ୍କ କଲମରୁ ନିଃସୃତ...
ବର୍ଷାର ଆଗମନରେ ଗାଁ ମୁଣ୍ଡରେ ଥିବା ତେନ୍ତୁଳି ଗଛରେ ବସା ବାନ୍ଧନ୍ତି ବିଦେଶାଗତ ପକ୍ଷୀ।
ଟାଣ ଖରାରେ ଆକାଶରେ ଉଡ଼ି ଖାଦ୍ୟ ଖୋଜିଥାନ୍ତି।
ମେଘୁଆ ପାଗ ହେଲେ ବସାକୁ ଫେରି ଆସି ରାବନ୍ତି।
ସେହି ଶବ୍ଦ ଶୁଣି ବର୍ଷାର ପୂର୍ବାନୁମାନ କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ।
ବର୍ଷାଋତୁ ତମାମ ପକ୍ଷୀମାନେ ଏଠାରେ ରହି ବଂଶ ବିସ୍ତାର କରିଥାନ୍ତି।
ବର୍ଷା ସରିଲେ ପୁଣି ନିଜ ଦେଶକୁ ଫେରିଯାଅାନ୍ତି।
ବଂଶଧାରା ନଦୀ ଅବବାହିକା ଏବଂ ଆଖପାଖରେ ଥିବା ଛୋଟ ବଡ଼ ପୋଖରୀରୁ ଏମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି।
ବିଦେଶାଗତ ପକ୍ଷୀ ପାଣିପାଗର ସୂଚନା ଦେବା ସହିତ ଚାଷୀଙ୍କ ପାଇଁ ବେଶ୍ ସହାୟକ ହୋଇଥାନ୍ତି।
ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏମାନେ ଧାନ ବିଲରୁ ସମସ୍ତ କୀଟପତଙ୍ଗକୁ ଖାଇ ଦିଅନ୍ତି।
ଫଳରେ ଚାଷୀ ଫସଲ ନଷ୍ଟରୁ ରକ୍ଷା ପାଉଛନ୍ତି।
ବିଦେଶୀ ପକ୍ଷୀଙ୍କ ଆଗମନରେ ଆସୁଛି ମୌସୁମୀପର୍ଯ୍ୟଟନ ହବ୍ ହେବ ଭାଲେରି, ନିର୍ମାଣ ହେବ ୱାଚ୍ ଟାୱାର୍ ପକ୍ଷୀ ପ୍ରେମରେ ପଡ଼ିଥିବା ଗ୍ରାମବାସୀଙ୍କ ବିଶ୍ୱାସକୁ ନେଇ ସରକାରୀସ୍ତରରେ ଗବେଷଣା କରିବାକୁ ଦାବି ହୋଇଛି।
ଯୁବ ବନ୍ୟପ୍ରାଣୀ ଫଟୋଗ୍ରାଫର୍ ଚନ୍ଦ୍ରିକା ପଟ୍ଟନାୟକ କହିଛନ୍ତି, ଫଟୋ ପାଇଁ ଏହାଠାରୁ ଆଉ ଭଲ ଜାଗା ନାହିଁ।
କିନ୍ତୁ ଏକ ୱାଚ୍ ଟାୱାର୍ ନିର୍ମାଣ ପାଇଁ ବହୁ ପୂର୍ବରୁ ପ୍ରକୃତିପ୍ରେମୀ ଦାବି କରି ଆସୁଛନ୍ତି।
ହେଲେ କୌଣସି ସୁଫଳ ମିଳିପାରୁନି।
ଗୁଣପୁର ରେଞ୍ଜର୍ ଗଙ୍ଗାଧର ମିଶ୍ର ଓ ପ୍ରକୃତିପ୍ରେମୀ ତଥା ଗୋଷାଣୀ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ଗୁଣପୁର ବିଡିଓ ସ୍ୱସ୍ତିକ ଜମାଦାରଙ୍କୁ ଅନୁରୋଧ କରିବା ପରେ ଟାୱାର୍ ନିର୍ମାଣ ଲାଗି ସାଢ଼େ ୭ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସେ ସୁପାରିସ କରିଛନ୍ତି।
ବିଦେଶାଗତ ପକ୍ଷୀଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ଦେବାକୁ ଏକ କମିଟି ଗଠନ କରିଛନ୍ତି ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର।
ଗୁଣପୁର ବନାଞ୍ଚଳ କର୍ମଚାରୀ ସୁରକ୍ଷା ତଦାରଖ କରୁଛନ୍ତି।
ବଂଶଧାରା ନଦୀ ଅବବାହିକାରେ ଥିବା ଭାଲେରି ଅଞ୍ଚଳର ଗୁରୁତ୍ବକୁ ଅନୁଭବ କରି ଏହି ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା"