35,395 dogs vaccinated: ଜଳାତଙ୍କମୁକ୍ତ ଅଭିଯାନ: ୭୩ ଦିନରେ ୩୫,୩୯୫ କୁକୁରଙ୍କ ଟିକାକରଣ
"ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରକୁ ଜଳାତଙ୍କମୁକ୍ତ କରିବା ଅଭିଯାନକୁ ଭୁବନେଶ୍ବର ମହାନଗର ନିଗମ ଜୋରଦାର କରିଛି।
ଏଥିପାଇଁ ଆଣ୍ଟି ରାବିଜ୍ ଟିକାକରଣ ସାଙ୍ଗକୁ ବନ୍ଧ୍ୟାକରଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି।
ଫଳସ୍ବରୂପ ମାତ୍ର ୭୩ ଦିନ ଭିତରେ ୭୫ ପ୍ରତିଶତ ବୁଲାକୁକୁରଙ୍କୁ ଆଣ୍ଟି ରାବିଜ ଟିକା ଦେବା ପ୍ରକ୍ରିୟା ଶେଷ ହୋଇଛି।
ବାକି ବୁଲା କୁକୁରଙ୍କୁ ଚଳିତବର୍ଷର ଆଣ୍ଟିରାବିଜ ଟିକାକରଣ ପ୍ରକ୍ରିୟା ଖୁବଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଛି।
୨୦୨୫ ସେପ୍ଟେମ୍ବରରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବୁଲାକୁକୁର ଗଣତି କରାଯାଇଥିଲା।
ଗଣତିରୁ ୬୭ଟି ୱାର୍ଡରେ ୪୭ହଜାର ୧୨୬ଟି ବୁଲାକୁକୁର ଥିବା ଜଣାପଡ଼ିଥିଲା।
ଗଣତି ଶେଷ ପରେ ଏମାନଙ୍କ ବନ୍ଧ୍ୟାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା।Advertisment BMC: ନିଶାଡ଼ିଙ୍କୁ ତଡ଼ିବ ବିଏମ୍ସି: ନିଶାସ୍ଥଳରେ ଚଢ଼ିବ ବୁଲ୍ଡୋଜର, ନିଳାଦ୍ରି ବିହାରରେ ଭାଙ୍ଗିଲା ଦୋକାନ ୩ ବର୍ଷ ଧରି ଦିଆଯିବ ଆଣ୍ଟି ରାବିଜ୍ ଟିକା ୧୦ହଜାର କୁକୁରଙ୍କ ବନ୍ଧ୍ୟାକରଣ ଶେଷ୧୨୦ କ୍ଷମତାବିଶିଷ୍ଟ ଡଗ୍ କେନେଲ୍ର ହେବ ଶୁଭାରମ୍ଭ ମିସନ୍ ରାବିଜ୍, ଓୟୁଏଟି ଭେଟେନାରି କଲେଜ ଓ ଆଶ୍ରା ସହଯୋଗରେ ଚଳିତବର୍ଷ ମାର୍ଚ୍ଚରୁ ଆଣ୍ଟି ରାବିଜ ଟିକାକରଣ ଆରମ୍ଭ ହୋଇଥିଲା।
ସିଟି ରାବିଜ୍ ଟାକ୍ସ ଫୋର୍ସ ନେତୃତ୍ବରେ ଏହି କାମ ଚାଲିଛି, ଯେଉଁଥିରେ ଭୁବନେଶ୍ବର ମହାନଗର ନିଗମ, ସ୍ବାସ୍ଥ୍ୟ ବିଭାଗ, ପ୍ରାଣୀ ସଂପଦ ବିଭାଗ, ଶିକ୍ଷା ବିଭାଗ, ସହରାଞ୍ଚଳ ସର୍ଭେଲାନ୍ସ ମନିଟରିଂ ୟୁନିଟ୍, ରାବିଜ ନିୟନ୍ତ୍ରଣର ରାଜ୍ୟ ନୋଡାଲ୍ ଏଜେନ୍ସିଙ୍କ ସାମିଲ କରାଯାଇଛି।
୧୫ଟି ଟିମ୍ ଏଥିପାଇଁ ନିୟୋଜିତ ହୋଇଛନ୍ତି।
ପ୍ରତି ଟିମ୍ରେ ପଶୁ ଚିକିତ୍ସା ଅଧିକାରୀ, କ୍ୟାଚର ଓ ଅନ୍ୟମାନଙ୍କୁ ମିଶାଇ ୬ଜଣ ରହୁଛନ୍ତି।
ମାତ୍ର ୭୩ ଦିନ ଭିତରେ ୩୩ହଜାର ୩୯୫ଟି କୁକୁରଙ୍କୁ ଆଣ୍ଟି ରାବିଜ ଟିକା ଦିଆସରିଛି।
ଯେଉଁ କୁକୁରଙ୍କୁ ଆଣ୍ଟିରାବିଜ ଟିକା ଦିଆଯାଉଛି, ଚିହ୍ନଟ ପାଇଁ ଏକ ନାଲି ରଙ୍ଗର କେମିକାଲ୍ ସେମାନଙ୍କ ଦେହରେ ଲଗାଯାଉଛି।
ସେହିପରି ବନ୍ଧ୍ୟାକରଣ ପ୍ରକ୍ରିୟା ବି ଜାରି ରହିଛି।
ପ୍ରତିଦିନ ୩୦ରୁ ୪୦ଟି କୁକୁରଙ୍କୁ ବନ୍ଧ୍ୟାକରଣର ଲକ୍ଷ୍ୟ ରଖାଯାଇଛି।
ପ୍ରାୟ ୧୦ହଜାର କୁକୁରଙ୍କ ବନ୍ଧ୍ୟାକରଣ ସରିଛି।
ଯେଉଁ ସ୍ଥାନରୁ କୁକୁରଙ୍କୁ ଧରାଯାଉଛି, ବନ୍ଧ୍ୟାକରଣ ପରେ ସେହି ସ୍ଥାନରେ ଛଡ଼ାଯାଉଛି।
ବନ୍ଧ୍ୟକରଣ ଭିତ୍ତିଭୂମି ସୁଦୃଢ଼ ପାଇଁ ଆଉ ୧୨୦ଟି କେନେଲ୍ ବ୍ୟବସ୍ଥା କରାଯାଉଛି।
Dog bites: ତିନି ବର୍ଷ ହେଲା ଘୋଷଣାରେ ଅଟକିଛି କୁକୁର ମଶାଣି ୨୦୩୦ ସୁଦ୍ଧା ଜଳାତଙ୍କମୁକ୍ତ ହେବ ଭୁବନଶ୍ବେର: ମେୟରଭୁବନେଶ୍ୱର: ୨୦୩୦ ମସିହା ସୁଦ୍ଧା ଭୁବନେଶ୍ବର ଜଳାତଙ୍କମୁକ୍ତ ହେବ।
ସାରା ଦେଶରେ ଭୁବନେଶ୍ବର ପ୍ରଥମ ଜଳାତଙ୍କମୁକ୍ତ ସହର ଭାବେ ପରିଗଣିତ ହେବ।
ଏଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ବୁଲା କୁକୁରଙ୍କୁ ଆଣ୍ଟି ରାବିଜ୍ ଟିକାକରଣ ସାଙ୍ଗକୁ ବନ୍ଧ୍ୟାକରଣ ଓ ଅନ୍ୟାନ୍ୟ ପଦକ୍ଷେପ ନିଆଯାଇଛି।
୩ ବର୍ଷ ଧରି ଏହି ପ୍ରକ୍ରିୟା ଜାରି ରହିବ।
ପ୍ରତିବର୍ଷ ମାର୍ଚ୍ଚରେ ଟିକାକରଣ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ କହିଛନ୍ତି।
ମେୟର କହିଛନ୍ତି, କୁକୁର ବନ୍ଧ୍ୟାକରଣର ଭିତ୍ତିଭୂମି ବି ସଂପ୍ରସାରଣ କରାଯାଉଛି।
ପୂର୍ବରୁ ଯେତିକି କେନେଲ୍ ଥିଲା, ତାହା ଯଥେଷ୍ଟ ନଥିଲା।
ଆଉ ୧୨୦ଟି କେନେଲ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି, ଯାହାର ଶୁଭାରମ୍ଭ ଶୁକ୍ରବାର କରାଯିବ।
ଆଜିର ସାମ୍ବାଦିକ ସମ୍ମିଳନୀରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ, କର୍ପୋରେଟର୍ ଅମରେଶ ଜେନା, କର୍ପୋରେଟର୍ ଅଜିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।