ଅମିତ ଶାହଙ୍କ ଉପରେ ଖଡ଼ଗେଙ୍କ ମନ୍ତବ୍ୟକୁ ନେଇ ବିଜେପିର ଆପତ୍ତି, ରାଜ୍ୟସଭାରେ ତୀବ୍ର ବାଗ୍‌ଯୁଦ୍ଧ

Jul 30, 2026 - 21:50
ଅମିତ ଶାହଙ୍କ ଉପରେ ଖଡ଼ଗେଙ୍କ ମନ୍ତବ୍ୟକୁ ନେଇ ବିଜେପିର ଆପତ୍ତି, ରାଜ୍ୟସଭାରେ ତୀବ୍ର ବାଗ୍‌ଯୁଦ୍ଧ

"ନୂଆଦିଲ୍ଲୀ : ପ୍ରଶ୍ନପତ୍ର ଲିକ୍‌ ରୋକିବା ସମ୍ବନ୍ଧୀୟ ବିଲ୍‌କୁ ନେଇ ରାଜ୍ୟସଭାରେ ଗୁରୁବାର ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ବାଗ୍‌ଯୁଦ୍ଧ ଦେଖିବାକୁ ମିଳିଛି ।

ଆଲୋଚନା ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତି କରିଥିବା ଏକ ମନ୍ତବ୍ୟକୁ ନେଇ ବିଜେପି କଡ଼ା ଆପତ୍ତି ଉଠାଇଛି ।

ଦଳ ଅଭିଯୋଗ କରିଛି ଯେ, ଖଡ଼ଗେଙ୍କ ମନ୍ତବ୍ୟ ହିଂସାକୁ ପ୍ରୋତ୍ସାହିତ କରୁଥିବା ଭଳି ଏବଂ ସଂସଦୀୟ ମର୍ଯ୍ୟାଦା ବିରୋଧୀ ।Advertisment ରାଜ୍ୟସଭାରେ ଆଣ୍ଟି-ପେପର ଲିକ୍‌ ବିଲ୍‌ ଉପରେ ଆଲୋଚନା ସମୟରେ ଖଡ଼ଗେ ସରକାରଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ, ବର୍ଷ ବର୍ଷ ଧରି ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ଚାଲିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ପ୍ରଭାବଶାଳୀ ପଦକ୍ଷେପ ନେଇନଥିଲେ ।

ତାଙ୍କ ଭାଷଣ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉଦ୍ଦେଶ୍ୟ କରି ସେ ଏକ ଟିପ୍ପଣୀ ଦେଇଥିଲେ, ଯାହାକୁ ନେଇ ଶାସକ ଦଳ ସଦସ୍ୟମାନେ ତୀବ୍ର ପ୍ରତିବାଦ କରିଥିଲେ ।

Abduction:ବଲୁଚିସ୍ତାନରେ ୬ ଅପହୃତ ଶ୍ରମିକଙ୍କୁ ହତ୍ୟା ଖଡ଼ଗେ କହିଥିଲେ, ଜନ୍ତରମନ୍ତରରେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ, ନ ହେଲେ ଇସ୍ତଫା ଦିଅନ୍ତୁ ।

ବିଜେପି ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଦଳର ଜଣେ ବରିଷ୍ଠ ନେତାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ ।

ଦଳର ନେତାମାନେ ଏହାକୁ "ହିଂସା ଲାଗି ଧମକ" ସହ ତୁଳନା କରି କହିଛନ୍ତି ଯେ, ସଂସଦରେ ଏଭଳି ଭାଷା ଗଣତାନ୍ତ୍ରିକ ପରମ୍ପରାକୁ କ୍ଷୁଣ୍ଣ କରିଥାଏ ।

ଏହାପରେ ସଦନରେ କିଛି ସମୟ ପାଇଁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ।

ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ଦାବି କରାଯାଇଛି ଯେ, ପରୀକ୍ଷା ବ୍ୟବସ୍ଥାରେ ଦୀର୍ଘ ଦିନ ଧରି ରହିଆସିଥିବା ଦୁର୍ବଳତା ପୂର୍ବବର୍ତ୍ତୀ ସରକାରମାନଙ୍କ ଅବହେଳାର ପରିଣାମ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନୂଆ ଆଇନ ମାଧ୍ୟମରେ ସଂଗଠିତ ପେପର ଲିକ୍‌ ରୢାକେଟ୍‌ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି ଏବଂ ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ସରକାରଙ୍କ ଲକ୍ଷ୍ୟ ।

କଂଗ୍ରେସ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଦଳ କହିଛି, ବର୍ତ୍ତମାନ ସରକାରଙ୍କ ଶାସନ କାଳରେ ନିଟ୍‌, ୟୁଜିସି-ନେଟ୍‌ ସମେତ ଅନେକ ବଡ଼ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣା ଘଟିଛି ।

ତେଣୁ ଏହାର ଉତ୍ତରଦାୟିତ୍ବ ବର୍ତ୍ତମାନ ସରକାରଙ୍କ ଉପରେ ରହିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।