Hockey: ଅର୍ମାନଙ୍କ ଆଗରେ ହାର୍ ମାନିଲା ଚରମ ଦାରିଦ୍ର୍ୟ, ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ ଛାପ ଛାଡ଼ିଲେ
"ରାଉରକେଲା(ଦେବବ୍ରତ ଗଡ଼ତିଆ): ୧୮ ବର୍ଷରୁ କମ୍ ଭାରତୀୟ ହକିଦଳରେ ପ୍ରଥମଥର ପାଇଁ ସୁଯୋଗ ପାଇଥିଲେ ଅର୍ମାନ ସୋରେଙ୍ଗ।
ସଦ୍ୟ ସମାପ୍ତ ଜାପାନରେ ଅନୁଷ୍ଠିତ ଏସିଆ କପ୍ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ନାୟକ ସାଜିଛନ୍ତି ସୁନ୍ଦରଗଡ଼ ମାଟିର ଏହି ଉଦୀୟମାନ ଖେଳାଳି।
ତେବେ ଜଣେ ଠିକାଶ୍ରମିକଙ୍କ ପୁଅ ଅର୍ମାନଙ୍କ ପାଇଁ ଏହି ସଫଳତା ଏତେ ସହଜ ନଥିଲା।
ସୀମିତ ଆର୍ଥିକ ସମ୍ବଳ ଓ ଚରମ ଦାରିଦ୍ର୍ୟ ମଧ୍ୟରେ ଗତି କରୁଥିଲେ ବି ସେ କେବେ ହାର୍ ମାନିନଥିଲେ।
ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ଆନ୍ତର୍ଜାତୀୟସ୍ତରରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।Advertisment ଅର୍ମାନଙ୍କ ଜନ୍ମସ୍ଥାନ ହେଉଛି ରାଜଗାଙ୍ଗପୁର ବ୍ଲକ କେଶ୍ରାମାଲ ପଞ୍ଚାୟତର ବରପାଲି ଗାଁ।
ବାପା ସଞ୍ଜୀବ ସୋରେଙ୍ଗ ଏକ ଫ୍ୟାକ୍ଟ୍ରିରେ ଠିକାଶ୍ରମିକ ଥିବାବେଳେ ମା ସୁନୀତା ଗୃହିଣୀ।
ବଡ଼ଭାଇ ଅମନଦୀପ ମଧ୍ୟ ଜଣେ ଠିକା ଶ୍ରମିକକଭାବେ କାର୍ଯ୍ୟରତ ଏବଂ ଭଉଣୀ ଅସ୍ମିତା ଯୁକ୍ତ ଦୁଇ ଓ ଭାଇ ଆର୍ୟନ ଦଶମ ଶ୍ରେଣୀ ଛାତ୍ର।
ପିଲାଟି ଦିନରୁ ହକି ପ୍ରତି ଆକର୍ଷିତ ହୋଇଥିଲେ।
ପ୍ରାରମ୍ଭରେ ଯଦିଓ ହକି ଷ୍ଟିକ୍ କିଣିବା ପାଇଁ ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ତାହା ହକି ଖେଳିବାରେ ବ୍ୟାଘାତ ସୃଷ୍ଟି କରିପାରିନଥିଲା।
ପ୍ରଥମେ ଗାଁ ପଡ଼ିଆ ଓ ପରେ ୨୦୨୨ରେ ରାଉରଲୋ କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇଥିଲେ।
ପ୍ରାୟ ଦୁଇ ବର୍ଷର ନିଷ୍ଠାପର ପରିଶ୍ରମପରେ ୨୦୨୪ ମସିହାରେ ପ୍ରଥମଥର ପାଇଁ ଉପକନିଷ୍ଠ ବର୍ଗରେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ।
ଉକ୍ତ ବର୍ଷ ଚଣ୍ଡିଗଡ଼ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିବାପରଠାରୁ ଆଉ ପଛକୁ ଫେରିଚାହିଁନାହାନ୍ତି।
ଏହାପରେ ୨୦୨୪ରେ ଚେନ୍ନାଇ ଓ ୨୦୨୬ରେ ବିହାରରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ତାଙ୍କର ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲା।
କ୍ରମାଗତ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ପ୍ରଥମଥର ପାଇଁ ଭାରତୀୟ ୧୮ ବର୍ଷରୁ କମ୍ ହକି ଦଳ ଶିବିରରେ ଡାକରା ପାଇଥିଲେ ଓ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିଥିଲେ।
Obituary: ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ ଅଲିମ୍ପିକ ଖେଳିବା ହେଉଛି ମୋ"ର ସ୍ବପ୍ନ "ସମ୍ବାଦ"କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଥମେ ବରିଷ୍ଠ ଭାରତୀୟ ଦଳରେ ସ୍ଥାପନ ପାଇବା ସହ ଅଲିମ୍ପିକ ଖେଳିବା ହେଉଛି ମୋ"ର ସ୍ବପ୍ନ।
ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବାପା-ମା"ଙ୍କ ଆକୁଣ୍ଠ ସମର୍ଥନ, ସବୁବେଳେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥିଲା।
ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ଓ ଏସିଆ କପ୍ର ସ୍ବର୍ଣ୍ଣପଦକ ହାସଲନେଇ କହିଲେ, ପ୍ରଥମଥର ପାଇଁ ଭାରତୀୟ ଦଳର ଜର୍ସୀ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଅନୁଭୂତି, ଶବ୍ଦରେ ବର୍ଣ୍ଣନା କରିପାରିନି; ଏହି ମୁହୂର୍ତ୍ତ ଅବିସ୍ମରଣୀୟ ହୋଇ ରହିବ।
ପ୍ରତିଯୋଗିତାରେ ଦଳଗତ ପ୍ରଦର୍ଶନ ସର୍ବଶ୍ରେଷ୍ଠ ରହିଥିଲା।
କେବଳ ଲିଗ୍ ପର୍ଯ୍ୟାୟରେ ଜାପାନଠାରୁ ପରାସ୍ତ ହୋଇଥିଲୁ, କିନ୍ତୁ ଫାଇନାଲରେ ଜାପାନକୁ ପରାସ୍ତକରି ମଧୁର ପ୍ରତିଶୋଧ ନେଇଥିଲୁ।
ତେବେ ସେମିଫାଇନାଲରେ ପାକିସ୍ତାନକୁ ହରାଇବାରେ ଯେଉଁ ଆନନ୍ଦ ମିଳିଥିଲା, ତାହା ଅବର୍ଣ୍ଣନୀୟ।
ଏମିତିକି ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବ ଦିନ ମା" ଫୋନ୍କରି ଉତ୍ସାହିତ କରିଥିଲେ।
ଯାହା ହଉ ପଛେ, ପାକିସ୍ତାନକୁ ନିଶ୍ଚିତଭାବେ ହରାଇବାକୁ ପଡ଼ିବ ବୋଲି କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।