ବିଏମ୍ସି ଦେଲା ନୂଆ ଠେଲାଗାଡ଼ି: ଏଣିକି ସଫାସୁତୁରା ପରିବେଶରେ ମିଳିବ ଗୁପ୍ଚୁପ୍ ଓ ଚାଟ୍
"ଭୁବନେଶ୍ୱର: ରାଜଧାନୀରେ ଗୁପ୍ଚୁପ୍ ଓ ଚାଟ୍ ଭଳି ଦୋକାନୀଙ୍କ ପାଇଁ ବିଏମ୍ସି ଏକ ଅଭିନବ ଯୋଜନା କରିଛି।
ବିଏମ୍ସି ଏଭଳି ବେପାରୀମାନଙ୍କୁ ମାଗଣାରେ ନୂଆ ଠେଲାଗାଡ଼ି ଯୋଗାଇବା ସହ ବିଭିନ୍ନ ୱାର୍ଡରେ ପେଭର୍ ବ୍ଲକ୍ ବିଛାଯାଇଥିବା ସଫାସୁତୁରା ଓ ସୁସ୍ଥ ପରିବେଶ ପ୍ରସ୍ତୁତ କରିଛି।
ଏଣିକି ଏହି ବେପାରୀମାନେ କେବଳ ବିଏମ୍ସି ପ୍ରସ୍ତୁତ ସ୍ଥାନରେ ଠେଲାଗାଡ଼ି ଧରି ବେପାର କରିବେ।
ଆଜି ପ୍ରଥମ ପର୍ଯ୍ୟାୟରେ ୩୫ଜଣ ଦୋକାନୀଙ୍କୁ ମାଗଣା ଠେଲାଗାଡ଼ି ପ୍ରଦାନ କରାଯାଇଛି।
ପର୍ଯ୍ୟାୟକ୍ରମେ ଅନ୍ୟ ଦୋକାନୀମାନଙ୍କୁ ଠେଲାଗାଡ଼ି ଦିଆଯିବ।
ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଦୋକାନୀମାନଙ୍କୁ ଠେଲାଗାଡ଼ି ବାଣ୍ଟିଛନ୍ତି।
ଏହି ଅବସରରେ ସେ କହିଛନ୍ତି ଯେ ପୂର୍ବରୁ ଅବ୍ୟବସ୍ଥିତ ଭାବେ ଏଠିସେଠି ବୁଲିବୁଲି ବେପାର କରୁଥିବା ଏହି ଉଠାଦୋକାନୀମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବେପାର କରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି।
ବିଏମ୍ସିର ସବୁ ୱାର୍ଡରେ ପେଭର ବ୍ଲକ୍ ବିଛାହୋଇଥିବା ପରିଷ୍କାର ଜାଗା ଦିଆଯାଇଛି।
ନୂଆ ଠେଲାଗାଡ଼ି ଦିଆଯାଇଛି।
ପୁରୁଣା ଠେଲାଗାଡ଼ିଗୁଡ଼ିକୁ କାହାକୁ ନ ଦେଇ ତୁରନ୍ତ ଭାଙ୍ଗିଦେବାକୁ କୁହାଯାଇଛି।Advertisment Nabarangpur: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ମାସ ବିତିଲା; ମେଡିକାଲ କଲେଜ ପାଇଁ ବାହାରିଲାନି ବିଜ୍ଞପ୍ତି ବିଏମ୍ସିର ଏକ ସ୍ବତନ୍ତ୍ର ଟିମ୍ ନିୟମିତ ବେପାର ଜାଗା ବୁଲି ଦେଖିବେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ବାସ୍ଥ୍ୟକର ପରିବେଶ।
ଗ୍ରାହକଙ୍କୁ ଖାଇବାକୁ ଦେବା ବେଳେ ବେପାରୀମାନେ ହାତରେ ଗ୍ଲୋବ୍ସ ପିନ୍ଧିବାକୁ କୁହାଯାଇଛି।
ଏଭଳି ବ୍ୟବସ୍ଥା ସହରର ସୌନ୍ଦର୍ଯ୍ୟ ରକ୍ଷା କରିବା ସହ ଉଭୟ ଗ୍ରାହକ ଓ ବେପାରୀଙ୍କୁ ଭଲ ପରିବେଶ ଯୋଗାଇବ।
ସୂଚନାଯୋଗ୍ୟ ଯେ ମାଗଣା ଠେଲାଗାଡ଼ି ବଣ୍ଟନ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ ଓ ମହାଶକ୍ତି ଫାଉଣ୍ଡେସନ୍ ସହଯୋଗର ହାତ ବଢ଼ାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ମାର୍କେଟ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା, ଅତିରିକ୍ତ କମିସନର କୈଳାସଚନ୍ଦ୍ର ଦାସ, ଡେପୁଟି କମିସନର୍ ଅଜୟ କୁମାର ମହାନ୍ତି, କର୍ପୋରେଟର୍ ଅଜିତ କୁମାର ବେହେରା, କର୍ପୋରେଟର ଅପରୂପ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Judgement: ରାଜ୍ୟସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।