ଲିଫ୍ଟ ଦୁର୍ଘଟଣାରେ ଦାୟିତ୍ବ ନିର୍ଦ୍ଧାରଣ ନେଇ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ରାୟ
"ନୂଆଦିଲ୍ଲୀ : ଲିଫ୍ଟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇବା ପାଇଁ ପ୍ରଥମେ କାହାର କେତେ ଦୋଷ ତାହା ପ୍ରମାଣ କରିବାକୁ ପଡ଼ିବ ନାହିଁ ।
ଏପରି ମାମଲାରେ ଦାୟୀ ଥିବା ଯେକୌଣସି ପକ୍ଷଙ୍କଠାରୁ ପୀଡ଼ିତ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବି କରିପାରିବେ ।
ପରେ ସମ୍ପୃକ୍ତ ପକ୍ଷମାନେ ପରସ୍ପର ମଧ୍ୟରେ ନିଜ ନିଜ ଦାୟିତ୍ବ ନିର୍ଦ୍ଧାରଣ କରିପାରିବେ ବୋଲି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ।Advertisment ବିଚାରପତି ପି.ଏସ୍.
ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଓଟିସ୍ ଏଲିଭେଟର୍ କମ୍ପାନି (ଇଣ୍ଡିଆ) ଲିମିଟେଡ୍ର ଆବେଦନକୁ ଖାରଜ କରି ୨୦୧୪ରେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନ୍ସିଡିଆର୍ସି) ଦେଇଥିବା ରାୟକୁ ବଜାୟ ରଖିଛନ୍ତି ।
ମାମଲାରେ ପୀଡ଼ିତ ପରିବାର ପକ୍ଷରୁ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା ମାମଲା ପରିଚାଳନା କରିଥିଲେ ।
Investigation: ଫ୍ରାନ୍ସର ପୂର୍ବତନ ନୌସେନା ପାଇଲଟ୍ଙ୍କ ବିରୋଧରେ ତଦନ୍ତ ଆରମ୍ଭ ଏହି ମାମଲା ୨୦୦୩ରେ ଭାରତୀୟ ଗୁଇନ୍ଦା ସଂସ୍ଥା ର" ମୁଖ୍ୟାଳୟରେ ଘଟିଥିବା ଏକ ଲିଫ୍ଟ ଦୁର୍ଘଟଣା ସହ ଜଡ଼ିତ ।
ଏହି ଦୁର୍ଘଟଣାରେ ପୂର୍ବତନ କୂଟନୀତିଜ୍ଞ ବିପିନ ହାଣ୍ଡାଙ୍କ ମୃତ୍ୟୁ ହୋଇଥିଲା ।
ସୁପ୍ରିମ୍କୋର୍ଟ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ୩.୦୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ସିଡିଆର୍ସିଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ।
ରାୟରେ ସୁପ୍ରିମ୍କୋର୍ଟ କହିଛନ୍ତି, ଲିଫ୍ଟରେ ସାମାନ୍ୟ ଝଟ୍କା, ହଠାତ୍ ଅଟକିଯିବା କିମ୍ବା ଅସ୍ବାଭାବିକ ଶବ୍ଦ ମଧ୍ୟ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଥାଏ ।
ତେଣୁ ଲିଫ୍ଟର ସୁରକ୍ଷା କେବଳ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏହା ଏକ ମୌଳିକ ନିଶ୍ଚିତତା ହେବା ଦରକାର ।
ଶୁଣାଣି ବେଳେ ଓଟିସ୍ କମ୍ପାନି ଯୁକ୍ତି ରଖିଥିଲା ଯେ, ଉଦ୍ଧାର କାର୍ଯ୍ୟ ସମୟରେ ମାନବୀୟ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା ।
ଭୋଲ୍ଟେଜ୍ର ଉତ୍ଥାନପତନ ସମସ୍ୟା ଦୂର କରିବା ପାଇଁ ଷ୍ଟାବିଲାଇଜର୍ ଲଗାଇବାକୁ କମ୍ପାନି ପୂର୍ବରୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା କରାଯାଇ ନ ଥିଲା ।
କିନ୍ତୁ ସୁପ୍ରିମ୍କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ।
ଅଦାଲତ କହିଛନ୍ତି, ଦୁର୍ଘଟଣାକୁ କେବଳ ତାହାର ତତ୍କାଳ କାରଣ ଆଧାରରେ ବିଚାର କରାଯାଇପାରିବ ନାହିଁ ।
ରେକର୍ଡରୁ ସ୍ପଷ୍ଟ ଯେ, ସମ୍ପୃକ୍ତ ଲିଫ୍ଟରେ ଦୀର୍ଘ ଦିନ ଧରି ତ୍ରୁଟି ଦେଖାଯାଉଥିଲା ଏବଂ ସେ ବିଷୟରେ କମ୍ପାନି ଅବଗତ ଥିଲା ।
ତେଣୁ ଉପଭୋକ୍ତାଙ୍କ ଉପରେ ଦୋଷ ନିର୍ଦ୍ଧାରଣର ଭାର ଲଦି ଦିଆଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।