Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ

Jul 31, 2026 - 00:44
Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ

"କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳଦେଇ ପ୍ରବାହିତ ହେଉଥିବା ତେଲନଦୀରେ ଗତରାତିରୁ ନଦୀରେ ପାଣି ଫୁଲିବା ଆରମ୍ଭ କରି ଗୁରୁବାର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ଏହି ବ୍ଲକର ପୌରକେଲା ପଞ୍ଚୟାତର କୁନ୍ଦେଇପାଲି ଓ ତେରେସିଂହା ଗ୍ରାମ ନିକଟକୁ ବନ୍ୟାପାଣି ମାଡିଆସିଥିବା ଦେଖାଯାଇଛି।

ଯଦି ଓ ଗାଁ ଭିତରକୁ ପାଣି ପଶିନାହିଁ ହେଲେ ନଦୀତଟ ର ଶହ ଶହ ଏକର ଧାନଚାଷ ହୋଇଥିବା କ୍ଷେତରେ ବନ୍ୟା ଜଳ ମାଡି ବସିଛି।

Advertisment ଚାଷ ପ୍ରଭାବିତ ହୋଇଥିବା ବେଳେ ବାଲିଚର ଆଂଶକାରେ ଚାଷୀ ଆତଙ୍କିତ ରହିଛି।

ସେହିପରି ପୌରକେଲା, ବୁଢୀପଦର, ଖରଝୁରା, ତେରେକେଲା, ତେରେସିଂହା, ବିନ୍ଧାଣି, ପୁଟିଗାଁ, ସରଗୁଲ, ମାଲପଡା, ଏକାତରା, ଦେଓଗାଁ ର ଚାଷ ଜମି ମଧ୍ୟ ଉଭୟ ତେଲ ଓ ଉତେଇ ନଦୀରେ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଚି।

ଖବର ପାଇଁ ତହସିଲଦାର ଅରୁଣ ବର୍ଗେ, ରିଷିଡା ଅତିରିକ୍ତ ରାଜସ୍ୱ ନିରୀକ୍ଷକ ପ୍ରଣବ ନାଏକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ।

ସେହିପରି ରିଷିଡା ପୁଲିସ ପକ୍ଷରୁ ଫାଣ୍ଡିଧିକାରୀ ମନୁଆ ବିଡିକା ସଦଳବଳ ସହ ପ୍ରଭାବିତ ଗାଁ କୁ ଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ନଦୀ ନଯିବା ପାଇଁ ଓ ପୋଷା ଗାଈ ଗୋରୁ ଓ ଅନ୍ୟାନ୍ୟ ଜୀବ କୁ ନ ଛାଡିବା ପାଇଁ ସତର୍କ କରାଇଥିଲେ।

ତେଲ ଓ ଉତେଇ ନଦୀ ସଙ୍ଗମସ୍ଥଳରେ ଅବସ୍ଥିତ ଐତିହାସିକ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ମନ୍ଦିର ପୂଜକ ଓ କିଛି ଶ୍ରଦ୍ଧାଳୁ ଫସିଯାଇଥିବା ଖବର ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପଧାନ, ବିଡିଓ ଜନ୍ମେଜୟ ସ୍ୱାଇଁ, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ଦମକଳ ବାହିନୀ ସହ ପହଞ୍ଚି ଓଡ୍ରାଫଟିମ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଥିଲେ।

Telanadi River: ବାଲି ମାଫିଆ କବଜାରେ ତେଲନଦୀ: ଜିଲ୍ଲା ବାହାରକୁ ହେଉଛି ଚାଲାଣ, ଜଳଯୋଗାଣ ପ୍ରକଳ୍ପକୁ ପାଣି ନିଅଣ୍ଟ କେସିଙ୍ଗା ବ୍ଲକର ବେଲଖଣ୍ଡି, ସିର୍ଜାପାଲି, ହାତୀଖୋଜ ଅଞ୍ଚଳର ଚାଷଜମି ଗୁଡିକ ବନ୍ୟାଜଳରେ ବୁଡି ରହିଛି।

ରଜାପଡା ନିକଟରେ ବନ୍ୟାପାଣି ମୁଖ୍ୟରାସ୍ତାରେ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା।

ପୁଣି ବିଦ୍ୟୁତକୁଣ୍ଟ ଗୁଡିକ ପାଣିଘରରେ ଥିବାବେଳେ ରଜାପଡା ମେଗାଲିପ୍ଟ ଷ୍ଟକଚର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଛି।

ଗତ ରାତିରୁ ବର୍ଷା ହୋଇନଥିଲେ ମଧ୍ୟ ନଦୀ ଫୁଲୁଥିବାରୁ ନଦୀତଟବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବନ୍ୟାପାଣି ରହିଥିବା ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।