2-year-old girl missing in Odisha : ନବରଙ୍ଗପୁରରେ ଚାଞ୍ଚଲ୍ୟ: ଘର ଅଗଣାରୁ ୨ ବର୍ଷର ଶିଶୁକନ୍ୟାକୁ ଉଠାଇନେଲା ଅଜଣା ବନ୍ୟଜନ୍ତୁ!

Nov 24, 2026 - 10:09
2-year-old girl missing in Odisha : ନବରଙ୍ଗପୁରରେ ଚାଞ୍ଚଲ୍ୟ: ଘର ଅଗଣାରୁ ୨ ବର୍ଷର ଶିଶୁକନ୍ୟାକୁ ଉଠାଇନେଲା ଅଜଣା ବନ୍ୟଜନ୍ତୁ!

ନବରଙ୍ଗପୁର ଜିଲ୍ଲା ନାକଟିସିମୋଡ଼ା ପଞ୍ଚାୟତର ଚଢ଼ିଆପାରା ଗାଁରେ ଚାଞ୍ଚଲ୍ୟ।

ଘର ଅଗଣାରୁ ୨ ବର୍ଷର ଶିଶୁକନ୍ୟାକୁ ଏକ ଅଜଣା ବନ୍ୟଜନ୍ତୁ ଝାମ୍ପି ନେଇଥିବା ପରିବାରର ଅଭିଯୋଗ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିଶୁଟି ଘର ଦାଣ୍ଡରେ ଶୌଚ ହେବାକୁ ବସିଥିବାବେଳେ ଘଟିଛି ଘଟଣା।

ଯାହାର ଦୃଶ୍ୟ ଦେଖିଛନ୍ତି ଶିଶୁର ଜେଜେବାପା।

Advertisment ଖବର ପାଇବା ପରେ ବନ ବିଭାଗର ୧୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।

ରାଇଘର ବନାଞ୍ଚଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଖୋଜାଖୋଜି ଜାରି ରଖିଛନ୍ତି।

ବନ ବିଭାଗର କର୍ମଚାରୀଙ୍କ ସହ ୩୦ରୁ ଅଧିକାରୀ ଏବଂ ଗ୍ରାମବାସୀ ମିଶି ନିକଟସ୍ଥ ଜଙ୍ଗଲରେ ଶିଶୁକନ୍ୟାର ତଲାସୀ କରୁଛନ୍ତି।

ଅନ୍ୟପକ୍ଷରେ, ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି କଲରାପତରିଆ ବାଘ ବା ହେଟାବାଘ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

କିନ୍ତୁ, ବନ ବିଭାଗ ପକ୍ଷରୁ ଘଟଣା ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)