ଚିଲିକା କୂଳରେ ବୋଇତ ବନ୍ଦାଣ ମହୋତ୍ସବ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଲେ ଶ୍ରଦ୍ଧାଳୁ
ନନ୍ଦିଘୋଷ ବ୍ୟୁରୋ: ଚିଲିକା କୂଳରେ ବୋଇତ ବନ୍ଦାଣ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ମହୋତ୍ସବ ଆୟୋଜିତ ହୋଇଛି । ଓଡ଼ିଶାର ଗୌରବମୟ ଐତିହ୍ୟକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଦୀର୍ଘ ୩୫ ବର୍ଷ ଧରି ବାଲୁଗାଁ ଚିଲିକା କୂଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି ।ମହୋତ୍ସବକୁ ରାଜ୍ୟପାଳ ଉଦ୍ଘାଟନ କରିଥିବା ବେଳେ ଆଜି ସନ୍ଧ୍ୟାରେ ଏହାର ଉଦ୍ଯାପନୀ ଉତ୍ସବ ପାଳନ କରାଯିବ। ମହୋତ୍ସବକୁ ନେଇ ସକାଳୁ ସକାଳୁ ଚିଲିକା କୂଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଆତସବାଜିରେ କମ୍ପି ଉଠିଥିଲା ସମଗ୍ର ଚିଲିକା କୂଳ । ଅନ୍ୟପଟେ ଉତ୍କଳୀୟ ପରମ୍ପରାକୁ ମନେ ପକାଇ ଗାଁ ଗଣ୍ଡାରେ ସକାଳୁ ସକାଳୁ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
